ଏକ ଗୀତ।
ତାଙ୍କର ପରିତ୍ରାଣ ଏବଂ ବିଚାର ପାଇଁ ପ୍ରଭୁଙ୍କର ପ୍ରଶଂସା ଗୀତ

1.

2. ତାଙ୍କର ପବିତ୍ର ଦକ୍ଷିଣ ହସ୍ତ ତାଙ୍କୁ ଆଉଥରେ ଗୌରବ ଆଣିଛ।

3. ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି। ଜାତି ଉଦ୍ଦେଶ୍ଯରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦଖାଇେଛନ୍ତି।

4. ଇଶ୍ରାୟେଲୀୟମାନଙ୍କ ପ୍ରତି ପରମେଶ୍ବରଙ୍କ ପ୍ରମେ ଓ ବିଶ୍ବସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି। ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ବରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି।

5. ହେ ପୃଥିବୀର ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କର ଜଯଧ୍ବନି କର। ସ୍ତୁତି ଗାନ ଶୀଘ୍ର ଆରମ୍ଭ୍ କର।

6. ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର, ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର।

7. ବଂଶୀ ବଜାଅ ଓ ଶିଙ୍ଗା ଫୁଙ୍କ। ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ବନି କର।

8. ସମୁଦ୍ର ଜଗତ ଓ ତହିଁର ଜୀବ ସକଳ ସମସ୍ତେ ଗାନ କର।

9. ନଦନଦୀଗଣ କରତାଳି ଦିଅ !ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ବନି କର। [10] ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର। କାରଣ ସେ ଜଗତର ବିଚାର କରିବା ପାଇଁ ଆସୁଛନ୍ତି। ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ ବିଚାର ଓ ନ୍ଯାଯ କରିବେ।

Bibles

Books

Chapters