ଭଗବାନଙ୍କ ଘର ନିର୍ମାଣ କରିବାକୁ ନିର୍ଦ୍ଦେଶ

1.

2. ସର୍ବଶକ୍ତିମାନ ସଦାପ୍ରଭୁ ଏହା କହନ୍ତି: ଲୋକେ କହୁଛନ୍ତି ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବାର ଏପର୍ୟ୍ଯନ୍ତ ପ୍ରକୃଷ୍ଟ ସମୟ ହାଇନୋହିଁ।

3. ପୁନର୍ବାର ହାଗଯ ଆଉ ଏକ ବାର୍ତ୍ତା ସଦାପ୍ରଭୁଙ୍କଠାରୁ ଗ୍ରହଣ କଲେ। ହାଗଯ ବାର୍ତ୍ତାଟି କହିଲେ:

4. ତୁମ୍ଭମାନେେ ଭାବୁଛ ଯେ ସୁନ୍ଦର ଘ ରେ ବାସ କରିବାକୁ ଠିକ୍ ସମୟ ଆସିୟାଇଛି। ସୁନ୍ଦର କାନ୍ଥ ରେ କାଠ ଫଳକ ଲାଗିଥିବା ଘ ରେ ବାସ କରୁଛ। କିନ୍ତୁ ସଦାପ୍ରଭୁଙ୍କର ଗୃହ ତଥାପି ଭଗ୍ନ ଅବସ୍ଥା ରେ ଅଛି।

5. ବର୍ତ୍ତମାନ ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, 'କ'ଣ ଘଟୁଛି ଚିନ୍ତା କର।

6. ତୁମ୍ଭେ ବହୁ ମଞ୍ଜି ବୁଣୁଛ କିନ୍ତୁ ଅଳ୍ପ ଶସ୍ଯ ଅମଳ କରୁଛ। ତୁମ୍ଭର ଖାଇବାକୁ ଖାଦ୍ୟ ଅଛି କିନ୍ତୁ ପଟେ ପୁରିବାକୁ ପ୍ରଚୁର ନାହିଁ। ତୁମ୍ଭର ପାନୀଯ ପାଇଁ ଅଳ୍ପ ଦ୍ରାକ୍ଷାରସ ଅଛି। କିନ୍ତୁ ତାହା ତୁମ୍ଭର ଚାହିଦା ପୂରଣ ପାଇଁ ୟଥେଷ୍ଟ ନୁହେଁ। ତୁମ୍ଭର ଯଦିଓ କିଛି ବସ୍ତ୍ର ପିନ୍ଧିବାକୁ ଅଛି ତାହା ତୁମ୍ଭମାନଙ୍କୁ ଉଷୁମ ରଖିବାକୁ ୟଥେଷ୍ଟ ନୁହେଁ। ତୁମ୍ଭମାନେେ ଧନ ଅର୍ଜ୍ଜନ କରୁଛ କିନ୍ତୁ ତାହା କୁଆଡେ ଗ୍ଭଲି ଯାଉଛି ତୁମ୍ଭେ ଜାଣିପାରୁନାହଁ, ଯେପରିକି ତୁମ୍ଭ ପକଟେ ରେ ଥିବା କଣା ବାଟେ ସେସବୁ ଗ୍ଭଲି ଯାଉଛି।

7. ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ଯାହା କରୁଛ, ସେ ବିଷଯ ରେ ଚିନ୍ତା କର।

8. ପର୍ବତ ଉପରକୁ ୟାଅ ଓ କାଠ ନଇେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କର। ତା'ପ ରେ ଆମ୍ଭେ ଏହି ଗୃହ ନିମନ୍ତେ ଆନନ୍ଦିତ ହବୋ ଓ ଗୌରବାନ୍ବିତ ହବୋ। ସଦାପ୍ରଭୁ ଏହା କହିଲେ।

9. ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ତୁମ୍ଭମାନେେ ପ୍ରଚୁର ଶସ୍ଯ ଅମଳ କରିବାକୁ ଖୋଜୁଛ, କିନ୍ତୁ ଯେତବେେଳେ ଶସ୍ଯ ସଂଗ୍ରହ କରିବାକୁ ଯାଉଛ ସଠାେ ରେ ଅତି ଅଳ୍ପ ଶସ୍ଯ ଦେଖୁଛ। ତୁମ୍ଭମାନେେ ସେ ଶସ୍ଯ ଘରକୁ ଆଣୁଛ, ତା'ପ ରେ ଆମ୍ଭେ ପବନକୁ ପଠାଇ ସେ ସମସ୍ତକୁ ଉଡାଇଦେଉଛୁ। ଏହା କାହିଁକି ଘଟୁଛି? କାରଣ ତୁମ୍ଭେ ପ୍ରେତ୍ୟକକ ଯେତବେେଳେ ନିଜ ନିଜ ଘରର ଯତ୍ନ ନବୋକୁ ତତ୍ପର ହେଉଛ ସେତବେେଳେ ଆମ୍ଭ ଗୃହ ଧ୍ବଂସ ହେଉଛି।

10. ସେଥିସକାେଶ ଆକାଶ ବର୍ଷା ଫରୋଇ ନେଉଛି ଓ ପୃଥିବୀ ଆଉ ଶସ୍ଯ ଦେଉନାହିଁ।

11. ସଦାପ୍ରଭୁ କୁହନ୍ତି, ପର୍ବତ ଓ ପୃଥିବୀ ଶୁଷ୍କ ହବୋକୁ ଆମ୍ଭେ ଆଦେଶ ଦଲେୁ। ଶସ୍ଯ, ସଦ୍ଯ ଦ୍ରାକ୍ଷାରସ, ଅଲିଭ ତଲେ ଏବଂ ପୃଥିବୀ ଉତ୍ପାଦନ କରୁଥିବା ସମସ୍ତ ଜିନିଷ ଶୁଷ୍କ ହାଇଯେିବ। ଏହି ମରୁଡି ମଧ୍ଯ ପ୍ରେତ୍ୟକକ ପଶୁ, ମନୁଷ୍ଯ ଓ ତୁମ୍ଭର ଶ୍ରମିକ ଉପ ରେ ପ୍ରଭାବ ପକାଇବ।

ଲୋକଙ୍କ ଆଜ୍ଞା

12. ଶଲ୍ଟୀଯଲଙ୍କ ପୁତ୍ର ୟିରୁଦ୍ଦାବିଲଙ୍କୁ ଓ ୟିହୋଷାଦକଙ୍କ ପୁତ୍ର ମହାୟାଜକ ଯିହାଶୂେୟଙ୍କୁ କହିବାକୁ ସଦାପ୍ରଭୁ ପରମେଶ୍ବର ହାଗଯଙ୍କୁ ପ୍ ରରଣେ କଲେ। ତେଣୁ ଏହି ଲୋକମାନେ ଓ ଅନ୍ୟସବୁ ଲୋକମାନେ ଭବିଷ୍ଯଦ୍-ବକ୍ତା ହାଗଯଙ୍କଠାରୁ ସଦାପ୍ରଭୁ ଦଇେଥିବା ବାର୍ତ୍ତା ଶୁଣିଲେ। ସମାନେେ ସମାନଙ୍କେର ଭୟ ଓ ସମ୍ମାନ ସଦାପ୍ରଭୁ ପରମେଶ୍ବରଙ୍କୁ ଜଣାଇଲେ।

13. ହାଗଯ ସଦାପ୍ରଭୁ ପରମେଶ୍ବରଙ୍କ ଜଣେ ଦୂତ ଥିଲେ, ଯାହା ମାଧ୍ଯମ ରେ ସେ ଏହି ବାର୍ତ୍ତା ଲୋକମାନଙ୍କ ପାଖକୁ ପଠାଇଥିଲେ। ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭମାନଙ୍କ ସହିତ ଅଛୁ।

14. ତା'ପ ରେ ସଦାପ୍ରଭୁ ତାଙ୍କର ନିର୍ମାଣ ବିଷଯ ରେ ଲୋକମାନଙ୍କୁ ଉତ୍ତଜେିତ କଲେ। ଯିହୁଦାର ଶାସକ ଶଲ୍ଟୀଯଲଙ୍କ ପୁତ୍ର ୟିରୁଦ୍ଦାବିଲଙ୍କୁ ଓ ମହାୟାଜକ ୟିହୋଷାଦକଙ୍କ ପୁତ୍ର ଯିହାଶୂେୟଙ୍କୁ ମଧ୍ଯ ସଦାପ୍ରଭୁ ଉତ୍ତଜେିତ କଲେ। ତାଙ୍କର ମନ୍ଦିର ନିର୍ମାଣ କରିବା ବିଷଯ ରେ ସଦାପ୍ରଭୁ ସବୁ ଲୋକଙ୍କୁ ଉତ୍ତଜେିତ କଲେ। ସମାନେେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାମ ଆରମ୍ଭ କଲେ।

15. ପାରସ୍ଯର ରାଜାଙ୍କର ରାଜତ୍ବର ଦ୍ବିତୀୟ ବର୍ଷ ରେ ଏବଂ ଦାରିଯାବସଙ୍କ ଶାସନର ଛଅମାସ ପୂର୍ତ୍ତିର ଚତୁର୍ବିଂଶ ଦିବସ ରେ ସମାନେେ କାର୍ୟ୍ଯ ଆରମ୍ଭ କଲେ।

Bibles

Books

Chapters