ବାର ଆଦିବାସୀଙ୍କୁ ନମସ୍କାର

1. ମୁଁ ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜଣେ ସବେକ ଯାକୁବ, ସାରା ପୃଥିବୀ ରେ ବ୍ଯାପି ହାଇେ ରହିଥିବା ପ୍ରଭୁଙ୍କ ଲୋକମାନଙ୍କୁ ନମସ୍କାର ଜଣାଏ।

ପରୀକ୍ଷଣରୁ ଲାଭ

2. ମାେ ଭାଇ ଓ ଭଉଣୀମାନେ, ତୁମ୍ଭମାନେେ ଅନକେ ପ୍ରକାରର ଅସୁବିଧାର ସମ୍ମୁଖୀନ ହବେ। କିନ୍ତୁ ଏପରି ହେଲା ବେଳେ ତୁମ୍ଭମାନେେ ଅଧିକ ଖୁସି ହବୋ ଉଚିତ୍।

3. କାରଣ ତୁମ୍ଭେ ଜାଣିଛ ଯେ, ଏହି ଅସୁବିଧାଗୁଡ଼ିକ ତୁମ୍ଭର ବିଶ୍ବାସକୁ ପରୀକ୍ଷା କରେ, ଓ ଏଗୁଡ଼ିକ ତୁମ୍ଭର ର୍ଧୈୟ୍ଯ ଜନ୍ମାଏ।

4. ତୁମ୍ଭ କାମଗୁଡ଼ିକରେ ତୁମ୍ଭର ର୍ଧୈୟ୍ଯକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶିତ ହବୋକୁ ଦିଅ। ତବେେ ଯାଇ ତୁମ୍ଭେ ସିଦ୍ଧ ଓ ସମ୍ପୂର୍ଣ୍ଣ ହବେ। ତୁମ୍ଭର ପ୍ରେତ୍ୟକକ ଆବଶ୍ଯକ ବିଷୟ ତୁମ୍ଭେ ପାଇବ।

5. କିନ୍ତୁ ତୁମ୍ଭ ଭିତରୁ ଯଦି କହେି ଜ୍ଞାନର ଆବଶ୍ଯକ କରେ, ତା ହେଲେ ତୁମ୍ଭେ ଏହା ପରମେଶ୍ବରଙ୍କୁ ମାଗିବା ଉଚିତ। ପରମେଶ୍ବର ଅତ୍ଯନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦବୋ ରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ବର ତୁମ୍ଭକୁ ଜ୍ଞାନ ଦବେେ।

6. କିନ୍ତୁ ତୁମ୍ଭେ ଯେତବେେଳେ ପରମେଶ୍ବରଙ୍କୁ ମାଗିଥାଅ, ସେତବେେଳେ ତୁମ୍ଭକୁ ବିଶ୍ବାସ କରିବାକୁ ପଡ଼ିବ। ପରମେଶ୍ବରଙ୍କୁ ସନ୍ଦହେ କର ନାହିଁ। ସନ୍ଦହେୀ ଲୋକ ସମୁଦ୍ରର ଢ଼େଉ ଭଳି। ପବନ ଢ଼େଉକୁ ଉପରକୁ ଉଠାଏ ଓ ତଳକୁ ପକାଏ, ସନ୍ଦହେୀ ଲୋକ ସହେି ଢ଼େଉ ଭଳି।

7. ସନ୍ଦହେୀ ଲୋକ ଏକାଥରକେ ଦୁଇଟି କଥା ଭାବେ। ତେଣୁ ସେ କରୁଥିବା କୌଣସି ବିଷୟ ରେ ନିଷ୍ପତ୍ତି ନଇେପା ରେ ନାହିଁ।

8. ସଭେଳି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ଆଶା କରିବା ଉଚିତ ନୁହେଁ।

ଧନୀ ଏବଂ ଗରିବଙ୍କ ଦୃଷ୍ଟିକୋଣ

9.

10. ସହେିପରି ଜଣେ ଧନୀ ବିଶ୍ବାସୀ ଯେ ଆତ୍ମିକ ଭାବରେ ଗରିବ, ତାହା ପରମେଶ୍ବର ତାହାକୁ ଦଖାଇେ ଦଇେଥିବାରୁ, ସେ ଗର୍ବ କରିବା ଉଚିତ। ଧନୀଲୋକ ଜଣକ ଘାସର ଫୁଲ ଭଳି ଝଡ଼ିପଡ଼ି ମରିୟିବ।

11. ସୂର୍ୟ୍ଯ ଉଦୟ ହାଇେ ଅଧିକ ଉତ୍ତପ୍ତ କରେ। ସୂର୍ୟ୍ଯର ଉତ୍ତାପ ଚାରା ଗଛଟିକୁ ଶୁଖଇେ ଦିଏ। ଫୁଲ ଝଡ଼ି ଯାଏ। ସହେି ଫୁଲ ଅତି ସୁନ୍ଦର ଥିଲା, କିନ୍ତୁ ଏବେ ତାହା ମୃତ ହେଲା। ଧନୀଲୋକର କଥା ମଧ୍ଯ ଠିକ୍ ସହେିଭଳି। ସେ ତାହାର ବ୍ଯବସାୟ ଲାଗି ଯୋଜନା କରୁଥିବା ବେଳେ ମରିୟିବ।

ପରୀକ୍ଷା ସମୟରେ ଭଗବାନଙ୍କୁ ପ୍ରେମ କରିବା

12.

13. ଯେତବେେଳେ ଜଣେ ବ୍ଯକ୍ତି ପରୀକ୍ଷିତ ହୁଏ, ସେ କହିବା ଉଚିତ ନୁହେଁ ଯେ, ପରମେଶ୍ବର ମାେତେ ପରୀକ୍ଷା କରୁଛନ୍ତି। କାରଣ ମନ୍ଦତା ପରମେଶ୍ବରଙ୍କୁ ପରୀକ୍ଷା କରିପା ରେ ନାହିଁ। ଏବଂ ପରମେଶ୍ବର ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ।

14. ପ୍ରେତ୍ୟକକ ବ୍ଯକ୍ତି ତା'ର ନିଜର ମନ୍ଦ ପ୍ରବୃତ୍ତି ଯୋଗୁ ପରୀକ୍ଷିତ ହୁଏ। ତାହାର ମନ୍ଦ ଇଚ୍ଛା ତାହାକୁ ଭସାଇ ନିଏ ଓ ବାନ୍ଧି ରେଖ।

15. ଏହି ଇଚ୍ଛା ହିଁ ପାପକୁ ଜାତ କରେ। ଏହି ପାପ ବଢ଼ି ମୃତ୍ଯୁକୁ ଜନ୍ମ ଦିଏ।

16. ମାେ ଭାଇ ଓ ଭଉଣୀମାନେ ! ଏହି ବିଷୟ ରେ କୌଣସି ପ୍ରକାର ମୂର୍ଖାମୀ ରେ ପଡ଼ ନାହିଁ।

17. ପ୍ରେତ୍ୟକକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ବରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ଯୋତିର୍ଗଣ ସୂର୍ୟ୍ଯ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆ ସେ। ପରମେଶ୍ବର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି।

18. ସତ୍ଯ ବାକ୍ଯ ଦ୍ବାରା ସେ ଆମ୍ଭକୁ ଜୀବନ ଦାନ ଦବୋ ନିମନ୍ତେ ସ୍ଥିର କଲେ। ତାହାଙ୍କ ସୃଷ୍ଟ ସମସ୍ତ ବସ୍ତୁ ମଧ୍ଯରୁ ଆମ୍ଭମାନଙ୍କୁ ସର୍ବାଧିକ ମହତ୍ବପୂର୍ଣ୍ଣ କରିବା ତାହାଙ୍କର ଇଚ୍ଛା ଥିଲା।

ପରୀକ୍ଷଣରେ ଆବଶ୍ୟକ ଗୁଣ

19.

20. କାରଣ ଜଣେ ମଣିଷର କୋରଧ ତାହାକୁ ପରମେଶ୍ବରଙ୍କ ଇଚ୍ଛାନୁମାଦେିତ ଧାର୍ମିକ ଜୀବନ କାଟିବାକୁ ସାହାୟ୍ଯ କରେ ନାହିଁ।

କର୍ମକର୍ତ୍ତା - କେବଳ ଶ୍ରୋତା ନୁହଁନ୍ତି

21.

22. ପରମେଶ୍ବରଙ୍କ ଶିକ୍ଷାଗୁଡ଼ିକ ପାଳନ କର, କବଳେ ଯେ ଶୁଣିବ ତାହା ନୁହେଁ, କିନ୍ତୁ କାର୍ୟ୍ଯ ରେ ଦଖାଇବୋ ଦରକାର। କବଳେ ବସି ରହି ଶୁଣିବା ଦ୍ବାରା ତୁମ୍ଭେ ପ୍ରକୃତ ରେ ନିଜକୁ ଠକୁଛ।

23. ଯଦି ଜଣେ ପରମେଶ୍ବରଙ୍କ ଶିକ୍ଷାକୁ କବଳେ ଶୁଣେ ଓ କିଛି କରେ ନାହିଁ, ସେ ଲୋକ ଦର୍ପଣ ରେ ନିଜ ମୁହଁ ଦେଖିଲା ଭଳି ଅଟେ।

24. ସେ ଦର୍ପଣ ରେ ନିଜକୁ ଦେଖେ ଓ ଦୂ ରଇେ ଚାଲିଯାଏ ଓ ଶୀଘ୍ର ଭୁଲିଯାଏ ଯେ, ସେ କିପରି ଦିଶୁଥିଲା।

25. କିନ୍ତୁ ପ୍ରକୃତ ସୁଖୀ ଲୋକ ଯତ୍ନ ସହକା ରେ ପରମେଶ୍ବରଙ୍କ ସିଦ୍ଧ ବ୍ଯବସ୍ଥାକୁ ଅଧ୍ଯୟନ କରେ ଯାହା ମନୁଷ୍ଯମାନଙ୍କୁ ସ୍ବାଧୀନ କରିଥାଏ। ସେ ସର୍ବଦା ତାହା ଅଧ୍ଯୟନ କରୁଥାଏ। ସେ ପରମେଶ୍ବରଙ୍କ ଶିକ୍ଷାକୁ ଶୁଣେ ଓ ସହେି ଶୁଣିଥିବା ବିଷୟ ଭୁଲିଯାଏ ନାହିଁ। ତା'ପରେ ସେ ପରମେଶ୍ବରଙ୍କ ସହେି ଶିକ୍ଷାକୁ ପାଳନ କରେ। ଏପରି କରିବା ଦ୍ବାରା ସେ ସୁଖୀ ହୁଏ।

26. ଜଣେ ଲୋକ ଭାବିପା ରେ ଯେ, ସେ ନିଜେ ଜଣେ ଧାର୍ମିକ ଲୋକ ଅଟେ। କିନ୍ତୁ ଯେଉଁ ସବୁ କଥା କହିବା ଉଚିତ ନୁହେଁ, ତାହା କହିବା ଦ୍ବାରା ସେ ନିଜକୁ ଠକେ। ତେଣୁ ତା'ର 'ଧର୍ମର କିଛି ମୂଲ୍ଯ ରହେ ନାହିଁ।

27. ପରମେଶ୍ବର ଯେଉଁ ଧର୍ମକୁ ଭଲ ପାଆନ୍ତି, ତାହା ହେଲା : ଅନାଥ, ବିଧବା ଓ ଅସହାୟ ଲୋକମାନଙ୍କର ଯତ୍ନ ନବୋ ଓ ନିଜକୁ ଏହି ସଂସାରର ମନ୍ଦ ପ୍ରଭାବରୁ ମୁକ୍ତ ରଖିବା। ଏହି ପ୍ରକାର ଧର୍ମକୁ ପରମେଶ୍ବର ସମ୍ପୂର୍ଣ୍ଣ ଶୁଦ୍ଧ ଓ ଉତ୍ତମ ବୋଲି ଗ୍ରହଣ କରନ୍ତି।

Bibles

Books

Chapters