ଆରୋହଣର ଏକ ଗୀତ

1. <br> ତିକ୍ତ ଶତ୍ରୁମାନଙ୍କଠାରୁ ମୁକ୍ତି ପାଇଁ ନିବେଦନ

2. ହେ ସଦାପ୍ରଭୁ, ମାେ ବିଷଯରେ ମିଥ୍ଯା କହୁଥିବା ଲୋକମାନଙ୍କଠାରୁ ମାେତେ ଉଦ୍ଧାର କର। ସମାନେେ ଯେଉଁ କଥାସବୁ କହୁଥିଲେ, ତାହାସବୁ ସତ୍ଯ ନ ଥିଲା।

3. ହେ ମିଥ୍ଯାବାଦୀମାନେ, ତୁମ୍ଭଙ୍କୁ କ'ଣ ଦିଆୟିବ, ତୁମ୍ଭେ କ'ଣ ପାଇବ ? କ'ଣ ତୁମ୍ଭେ ଜାଣ ?

4. ତୁମ୍ଭକୁ ଦଣ୍ଡ ଦବୋ ପାଇଁ ସୈନିକର ତୀକ୍ଷ୍ମ ଶର ଓ ଗରମ କୋଇଲା ପରମେଶ୍ବର ଆଣିବେ।

5. ମିଥ୍ଯାବାଦୀ ଲୋକମାନେ, ମେଶକରେ ବାସ କଲା ପରି ତୁମ୍ଭ ପାଖରେ ବାସ କରୁଛନ୍ତି। ଏହା କଦୋରର ତମ୍ବୁରେ ବାସ କରିବା ସଦୃଶ।

6. ଶାନ୍ତି ଘୃଣାକାରୀମାନଙ୍କ ସହିତ ମୁଁ ଦୀର୍ଘଦିନଧରି ବାସ କରିଅଛି।

7. ମୁଁ କହିଲି, ମୁଁ ଶାନ୍ତି ଚା ହେଁ, କିନ୍ତୁ ସମାନେେ ୟୁଦ୍ଧ ଚାହାଁନ୍ତି।

Bibles

Books

Chapters