ସମସ୍ତ ବିଷୟ ପ୍ରଭୁଙ୍କର ପ୍ରଶଂସା କର

1. ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର। ପରମେଶ୍ବରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର !ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ଯମଣ୍ଡଳରେ ତାଙ୍କର ପ୍ରଶଂସା କର।

2. ପରମେଶ୍ବର କରିଥିବା ସମସ୍ତ ମହାନ୍ କାର୍ୟ୍ଯ ନିମନ୍ତେ ତାଙ୍କର ପ୍ରଶଂସା କର। ତାଙ୍କର ମହାନତା ପାଇଁ ତାଙ୍କୁ ପ୍ରଶଂସା କର।

3. ତୂରୀ ଧ୍ବନିରେ ପରମେଶ୍ବରଙ୍କର ପ୍ରଶଂସା କର। ନବେଲ ଓ ବୀଣା ୟନ୍ତ୍ରରେ ତାଙ୍କର ପ୍ରଶଂସା କର !

4. ଦାରା ବାଦ୍ଯ ଓ ନୃତ୍ଯଦ୍ବାରା ପରମେଶ୍ବର ପ୍ରଶଂସା କର। ତାରୟୁକ୍ତ ୟନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।

5. ଉଚ୍ଚ କରତାଳିରେ ପରମେଶ୍ବରଙ୍କର ପ୍ରଶଂସା କର। ଉଚ୍ଚ କରତାଳି ଧ୍ବନିରେ ତାଙ୍କର ପ୍ରଶଂସା କର।

6. ନିଶ୍ବାସ ପ୍ରଶ୍ବାସଧାରୀ ପ୍ରେତ୍ୟକକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କର !ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !

Bibles

Books

Chapters