ବିଚାରରେ ଆସୁଥିବା ଭଗବାନଙ୍କୁ ପ୍ରଶଂସା ଗୀତ

1.

2. ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗାନକରି ତାହାଙ୍କ ନାମର ଧନ୍ଯବାଦ କର। ତାଙ୍କର ଶକ୍ତି ପରିତ୍ରାଣ ବିଷଯରେ, ପ୍ରତିଦିନ ସୁ-ସମାଚାର ଶୁଣାଅ।

3. ଜାତିମାନଙ୍କୁ କୁହ ୟେ, ପରମେଶ୍ବର ଆଶ୍ଚର୍ୟ୍ଯଜନକ ଅଟନ୍ତି। ପରମେଶ୍ବରଙ୍କ ପ୍ରକୃତ ଆଶ୍ଚର୍ୟ୍ଯ କର୍ମମାନ ବିଷଯରେ ସନ୍ତାନଗଣଙ୍କୁ କୁହ।

4. ସଦାପ୍ରଭୁ ମହାନ୍ ଓ ଅତ୍ଯନ୍ତ ପ୍ରଶଂସନୀଯ। ସେ ସମସ୍ତ ଦବଗେଣଙ୍କ ଅପେକ୍ଷା ଭୟର ୟୋଗ୍ଯ।

5. ଅନ୍ୟ ସମସ୍ତ ଗୋଷ୍ଠୀଯମାନଙ୍କର ଦବଗେଣ କବଳେ ପ୍ରତିମା, କିନ୍ତୁ ସଦାପ୍ରଭୁ ଏହି ଆକାଶର ସୃଷ୍ଟିକର୍ତ୍ତା।

6. ମହିମା ଏବଂ ସମ୍ମାନ ତାଙ୍କର ସମ୍ମୁଖରେ ଦୀପ୍ତି ପ୍ରକାଶ କରୁଛି। ଶକ୍ତି ଓ ଶୋଭା ତାହାଙ୍କ ମନ୍ଦିରରେ ବିଦ୍ଯମାନ।

7. ହେ ନାନାଦେଶୀଯ ଗୋଷ୍ଠୀବର୍ଗ, ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର ଗୁଣ ଗାନ କର।

8. ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ୟଥୋଚିତ ଗୌରବ ଗାନ କର, ୟାହା ସେ ପାଇବା ୟୋଗ୍ଯ ଏବଂ ତାଙ୍କର ପବିତ୍ର ମନ୍ଦିରକୁ ନବୈେଦ୍ଯ ନଇେ ଆସ।

9. ସଦାପ୍ରଭୁଙ୍କର ପବିତ୍ର ମନ୍ଦିରରେ ତାଙ୍କର ଉପାସନା କର। ପୃଥିବୀବାସୀ ତାଙ୍କ ଆଗରେ ଥରନ୍ତି।

10. ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା !ପୃଥିବୀ ସୁସ୍ଥିର ରହିବ। ପରମେଶ୍ବର ନ୍ଯାଯ ବିଚାର କରିବେ।

11. ଆକାଶ ଆନନ୍ଦିତ ହେଉ, ପୃଥିବୀ ଉଲ୍ଲାସ କରୁ। ସମୁଦ୍ର ଓ ତହିଁର ସବୁ ବସ୍ତୁ ଆନନ୍ଦରେ ଗର୍ଜ୍ଜନ କରୁ।

12. ବନସ୍ଥ ବୃକ୍ଷ ସକଳ ଆନନ୍ଦରେ ଗାନ କରନ୍ତୁ।

13. ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ, କାରଣ ସେ ଆସୁଛନ୍ତି। ସେ ପୃଥିବୀରେ ବିଚାର କରିବାକୁ ଆସୁଛନ୍ତି। ସେ ଧର୍ମ ଓ ସତ୍ଯତାରେ ପୃଥିବୀକୁ ଶାସନ କରିବେ।

Bibles

Books

Chapters