ଆରୋହଣର ଏକ ଗୀତ

1. <br> ଯେଉଁମାନେ ତାଙ୍କୁ ଖୋଜନ୍ତି, God ଶ୍ବର ସାହାଯ୍ୟ କରନ୍ତି

2. ମାରେ ସାହାୟ୍ଯ ସଦାପ୍ରଭୁଙ୍କଠାରୁ ଆସିବ ୟିଏକି ଆକାଶ ଓ ପୃଥିବୀର ସୃଷ୍ଟିକର୍ତ୍ତା।

3. ସେ ତୁମ୍ଭର ପାଦକୁ ଟଳମଳ ହବୋକୁ ଦବେେ ନାହିଁ। ତୁମ୍ଭର ରକ୍ଷାକର୍ତ୍ତା କବେେ ହେଲେ ନିଦ୍ରିତ ହବେେ ନାହିଁ।

4. ଇଶ୍ରାୟେଲର ରକ୍ଷାକର୍ତ୍ତା କବେେ ନିଦ୍ରା ଯିବେ ନାହିଁ। କି କବେେ ଶାଇେବେ ନାହିଁ।

5. ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା। ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାଶର୍‌ବରେ ତୁମ୍ଭକୁ ଢ଼ାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି।

6. ଦିନରେ ସୂର୍ୟ୍ଯ ତୁମ୍ଭକୁ ଆଘାତ କରିପାରିବେ ନାହିଁ କିମ୍ବା ରାତିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରିପାରିବ ନାହିଁ।

7. ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।

8. ବର୍ତ୍ତମାନ ଏବଂ ସବୁଦିନ ପାଇଁ ୟିବା ଆସିବା ବେଳେ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।

Bibles

Books

Chapters