ଦାଉଦଙ୍କର ଏକ ଗୀତ।
ତାଙ୍କର ପବିତ୍ରତା ଏବଂ ମହିମା ରେ ଭଗବାନଙ୍କୁ ପ୍ରଶଂସା କର
1.
2. ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର। ତାଙ୍କୁ ବିଶଷେ ପୋଷାକରେ ପ୍ରଣାମ କର।
3. ସଦାପ୍ରଭୁ ତାଙ୍କର ସ୍ବର ସାଗରରେ ଉଠାଇଛନ୍ତି। ଗୌରବମଯ ପରମେଶ୍ବରଙ୍କର ସ୍ବର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
4. ସଦାପ୍ରଭୁଙ୍କର ସ୍ବରରୁ ତାଙ୍କର ଶକ୍ତିର ପରିଚଯ ମିଳେ। ତାଙ୍କର ସ୍ବର ତାଙ୍କର ଗୌରବର ପ୍ରମାଣ।
5. ତାଙ୍କର ସ୍ବର ବୃହତ୍କାଯ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ। ସଦାପ୍ରଭୁ ଲିବାନୋନର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
6. ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ୟମେିତି କଅଁଳା ବାଛୁରୀ ନୃତ୍ଯ କଲାପରି। ଶିରିଯୋନ ପର୍ବତ ଦୋହଲି ୟାଏ ଓ ଛଳେି ଛୁଆଟିଏ କୁଦିଲା ଭଳି ଏହା ଦଖାୟୋଏ।
7. ସଦାପ୍ରଭୁଙ୍କର କଣ୍ଠସ୍ବର ବିଜୁଳି ଗତିରେ ବାଯୁମଣ୍ଡଳକୁ ବିଭକ୍ତ କରେ।
8. ସଦାପ୍ରଭୁଙ୍କର ରବଦ୍ବାରା ମରୁଭୂମି ଥରି ଉେଠ। ସଦାପ୍ରଭୁଙ୍କ ରବଦ୍ବାରା କାଦେଶ ମରୁଭୂମି କମ୍ପିିଉେଠ।
9. ସଦାପ୍ରଭୁଙ୍କର ସ୍ବରରେ ହରିଣ ଭୟଭୀତ ହାଇେ ଉେଠ। ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼ଇେ ଦିଅନ୍ତି, କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ ତାଙ୍କର ମହିମା ପ୍ରଶଂସା କରନ୍ତି।
10. ସଦାପ୍ରଭୁ ହେଉଛନ୍ତି ବନ୍ଯା ସମଯରେ ରାଜା ତୁଲ୍ଯ ଓ ସଦାପ୍ରଭୁ ଅନନ୍ତକାଳ ରାଜା ହାଇେ ରହିବେ।
11. ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ। ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତି।