ଗୋଟିଏ ଗୀତ। କୋରହର ପୁତ୍ରମାନଙ୍କର ଏକ ଗୀତ। ମୁଖ୍ୟ ସଂଗୀତଜ୍ଞଙ୍କୁ
1. “ମହଲାଥ ଲେନୋଥ” କୁ ସେଟ୍ କରନ୍ତୁ
2. ମାରେ ପ୍ରାର୍ଥନା ପ୍ରତି ଟିକେ ଧ୍ଯାନ ଦିଅ। ମାେ ପ୍ରତି ଦୟାକରି, ମାରେ ପ୍ରାର୍ଥନାରେ କର୍ଣ୍ଣପାତ କର।
3. ମାରେ ପ୍ରାଣ ଦୁଃଖରେ ଭରପୁର। ମୁଁ ଶୀଘ୍ର ମରିୟିବି।
4. ମୁଁ ଜଣେ ଶକ୍ତି ହରାଇଥିବା ପ୍ରାଯ ମୃତ ଲୋକପରି ହାଇେଅଛି।
5. ମୃତଲୋକମାନଙ୍କ ମଧ୍ୟରେ ମାେତେ ଖାଜେ। ମୁଁ କବରରେ ଶାଇେଥିବା ମୃତ ବ୍ଯକ୍ତିପରି ଏବଂ ଲୋକମାନେ ଏ ବିଷଯରେ ସବୁ ଭୁଲିଗଲେ ଓ ସହାୟ ନାହିଁ।
6. ତୁମ୍ଭେ ମାେତେ ପୃଥିବୀର ଗାଢ଼ ଅନ୍ଧକାରର ଗଭୀର ସ୍ଥାନରେ ରଖିଅଛ।
7. ତୁମ୍ଭ କୋର୍ଧରେ ମୁଁ ବୋଝ ଅନୁଭବ କଲି। ତୁମ୍ଭର ସମସ୍ତ ଢ଼େଉ ମାେତେ ଓଲଟ ପାଲଟ କରି ପକାଏ।
8. ମାରେ ବନ୍ଧୁମାନେ ମାେତେ ଛାଡ଼ିଗଲେ, ମୁଁ ଅଛୁଆଁ ପରି ସମାନେେ ମାଠାରୁେ ଦୂରଇେ ଗଲେ। ମୁଁ ଏକ ଗୃହରେ ବନ୍ଦୀ ଅଛି, ମୁଁ ବାହାରକୁ ୟାଇପାରିବି ନାହିଁ।
9. କ୍ଲେଶ ସକାଶୁ ମାରେ ଚକ୍ଷୁ କ୍ଷୀଣ ହାଇେଅଛି। ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭଠାରେ ମୁଁ ହାତ ପାତୁ ଅଛି।
10. ତୁମ୍ଭେ କ'ଣ ମୃତ ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କ୍ରିଯା କର ? ମୃତ ଲୋକମାନେ କ'ଣ ଉଠି ଓ ତୁମ୍ଭର ପ୍ରଶଂସା କରିବେ ?
11. ମୃତ କବରରେ ଲୋକମାନେ ତୁମ୍ଭର ବିଶ୍ବସ୍ତତା ବିଷଯରେ କଥା ହାଇପୋରିବେ ନାହିଁ। ମୃତ ଲୋକମାନେ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ବିଷଯରେ ପ୍ରଚାର କରିପାରିବେ ନାହିଁ।
12. ଅନ୍ଧାରରେ ଥିବା ମୃତ ଲୋକମାନେ ତୁମ୍ଭର ଆଶ୍ଚର୍ୟ୍ଯ କ୍ରିଯା ଦେଖି ପାରିବେ ନାହିଁ। ପୃଥିବୀରେ ମୃତ ଲୋକମାନେ ଭୁଲିୟାଇ ତୁମ୍ଭ ସୁଗୁଣ ପ୍ରଶଂସା କରିପାରିବେ ନାହିଁ।
13. ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଗୁହାରି କରୁଅଛି। ମାେତେ ସାହାରା ଦିଅ। ପ୍ରେତ୍ୟକକ ପ୍ରଭାତରେ ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
14. ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମାେତେ ପରିତ୍ଯାଗ କରୁଛ ? ତୁମ୍ଭେ କାହିଁକି ମାେ କଥା ଶୁଣୁ ନାହଁ ?
15. ମୁଁ ବାଲ୍ଯକାଳରୁ ଦୁଃଖ ଭୋଗ କରି ମୃତ୍ଯୁର ଶଷେ ଆଡ଼କୁ ଆସିଅଛି। ମୁଁ ଭୀଷଣ ଦୁଃଖ ପାଉଅଛି, ୟାହା ତୁମ୍ଭେ କରିଅଛ।
16. ତୁମ୍ଭର କୋପ ମାେ ଉପରେ ବର୍ତ୍ତିଅଛି, ତୁମ୍ଭ ବିଷଯକ ଭୟ ମାେତେ ଉଚ୍ଛିନ୍ନ କରିଅଛି।
17. ଏକ ବନ୍ଯାପରି ତୁମ୍ଭର ଆକ୍ରମଣ ମାେତେ ଦିନସାରା ଘରେି ରହିଥିଲା। ସମାନେେ ସବୁଆଡ଼ୁ ମାେତେ ବନ୍ଦ କଲେ।
18. ତୁମ୍ଭେ ମାରେ ପ୍ରିଯ ଲୋକମାନଙ୍କୁ ମାଠାରୁେ ଦୂରଇେ ରଖିଅଛ। ମାେ ପରିଚିତ ଲୋକମାନେ ଅନ୍ଧକାରରେ ରହିଅଛନ୍ତି।