ମୁଖ୍ୟ ସଂଗୀତଜ୍ଞଙ୍କୁ
1. ୟେଦୁଥୁନ୍ କୁ ଆସଫର ଏକ ଗୀତ
2. ବିପଦ ସମଯରେ ମୁଁ ମାରେ ପ୍ରଭୁଙ୍କୁ ସାହାୟ୍ଯ ପାଇଁ ଚାହିଁଅଛି। ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି। କିନ୍ତୁ ମୁଁ ଆଶ୍ବାସନା ପାଇଲି ନାହିଁ।
3. ମୁଁ ପରମେଶ୍ବରଙ୍କୁ ସ୍ମରଣ କରି, ମୁଁ ତାଙ୍କୁ ମାରେ ଅନୁଭୂତି କହିବାକୁ ଚେଷ୍ଟା କରିଛି। କିନ୍ତୁ ମୁଁ ପାରୁ ନାହିଁ।
4. ତୁମ୍ଭେ ମାେ ଚକ୍ଷୁକୁ ଉଜାଗର କରି ରଖୁଅଛ। ମୁଁ ଏମନ୍ତ ବ୍ଯାକୁଳ ୟେ କଥା କହିପାରୁ ନାହିଁ।
5. ବହୁତ ଆଗରୁ ଘଟିୟାଇଥିବା ଘଟଣା ବିଷଯରେ ମୁଁ ଚିନ୍ତା କରେ।
6. ରାତିରେ ମୁଁ ନିଜ ଗୀତ ବିଷଯରେ ଭାବିଲି। ମୁଁ ନିଜକୁ ନିଜେ ବୁଝେ ଏବଂ ଭାବେ। ମାରେ ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
7. ମୁଁ ଆଶ୍ଚର୍ୟ୍ଯ ହଲିେ, ପ୍ରଭୁ ସଦାକାଳ ପାଇଁ ଆମ୍ଭକୁ ପରିତ୍ଯାଗ କରିଛନ୍ତି କି ? ଆଉ ସେ କ'ଣ ସୁପ୍ରସନ୍ନ ହବେେ ନାହିଁ ?
8. ପରମେଶ୍ବରଙ୍କ ଦୟା କ'ଣ ଚିରକାଳ ପାଇଁ ଲୁପ୍ତ ହାଇେଛି ? ତାଙ୍କର ପ୍ରତିଜ୍ଞା କ'ଣ ଚିରକାଳ ପାଇଁ ବିଫଳ ହାଇେଛି ?
9. ପରମେଶ୍ବର କ'ଣ କୃପା କରିବାକୁ ପାସୋରି ଅଛନ୍ତି ? ତାଙ୍କର ଦୟା କ'ଣ କୋର୍ଧରେ ପରିଣତ ହାଇେଅଛି ?
10. ଏହାପରେ ମୁଁ ଚିନ୍ତା କଲି, ଏସବୁ ମାେତେ ବିବ୍ରତ କରୁଅଛି, 'ସର୍ବୋପରିସ୍ଥ ପରମେଶ୍ବର କ'ଣ ତାଙ୍କର ଶକ୍ତି ହରାଇ ଅଛନ୍ତି ?
11. ମୁଁ ସଦାପ୍ରଭୁଙ୍କ କର୍ମସବୁ ମନେ ପକାଏ। ହଁ, ତୁମ୍ଭେ ପୂର୍ବେ କରିଥିବା ଆଶ୍ଚର୍ୟ୍ଯ କର୍ମସବୁ ମୁଁ ମନେ ପପାଏ।
12. ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ ଏବଂ କାର୍ୟ୍ଯକୁ ଅନୁଧ୍ଯାନ କରେ।
13. ହେ ପରମେଶ୍ବର, ତୁମ୍ଭର ପଥସବୁ ପବିତ୍ର। ତୁମ୍ଭପରି ମହାନ କହେି ପରମେଶ୍ବର ନାହାନ୍ତି।
14. ତୁମ୍ଭେ ହେଉଛ ପରମେଶ୍ବର ୟିଏକି ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରନ୍ତି। ତୁମ୍ଭେ ଗୋଷ୍ଠୀଯମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।
15. ତୁମ୍ଭର ଶକ୍ତିଦ୍ବାରା ତୁମ୍ଭ ଲୋକମାନଙ୍କୁ ରକ୍ଷା କରିଅଛ। ୟାକୁବ ଓ ୟୋଷଫରେ ସନ୍ତାନଗଣକୁ ରକ୍ଷା କରିଅଛ।
16. ହେ ପରମେଶ୍ବର, ତୁମ୍ଭକୁ ଦେଖି ଜଳରାଶି ଡ଼ରିଗଲା। ଗଭୀର ସମୁଦ୍ର ଭୟରେ ଥରି ଉଠିଲା।
17. ମେଘମାଳା ସମାନଙ୍କେର ଜଳବୃଷ୍ଟି କଲେ। ଆକାଶରେ ମେଘର ଘାରେ ଗର୍ଜ୍ଜନ ଲୋକମାନେ ଶୁଣିଲେ। ତା'ପରେ ତୁମ୍ଭର ବିଜୁଳିର ବାଣସବୁ ମେଘମାଳାରେ ଚମକିଲା।
18. ଘୂର୍ଣ୍ଣିବାତ୍ଯାରେ ତୁମ୍ଭର ବଜ୍ରଧ୍ବନି ସ୍ବର ଶୁଣାଗଲା। ବିଜୁଳି ଜଗତକୁ ଆଲୋକମୟ କଲା। ପୃଥିବୀ କମ୍ପିତ ହେଲା।
19. ହେ ପରମେଶ୍ବର, ସମୁଦ୍ରରେ ତୁମ୍ଭେ ପାଦରେ ଚାଲି ପାର କିନ୍ତୁ ତୁମ୍ଭର ପାଦ ଚିହ୍ନ ଦଖାଗେଲା ନାହିଁ।
20. ତୁମ୍ଭେ ମାଶାେ ଓ ହାରୋଣକୁ ବ୍ଯବହାର କରି ଆପଣା ଲୋକମାନଙ୍କୁ ମଷେପଲ ପରି ଚଳାଇଲା।