ଆରୋହଣର ଏକ ଗୀତ
1. <br> ଯେଉଁମାନେ ପ୍ରଭୁଙ୍କୁ ଭୟ କରନ୍ତି ସେମାନଙ୍କ ଆଶୀର୍ବାଦ
2. ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ। ତୁମ୍ଭେ ସୁଖୀ ହବେ ଓ ତୁମ୍ଭର ମଙ୍ଗଳ ହବେ।
3. ତୁମ୍ଭର ସ୍ତ୍ରୀ ତୁମ୍ଭ ଗୃହର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ଯ ହବେ। ତୁମ୍ଭର ସନ୍ତାନମାନେ ତୁମ୍ଭ ମଜେର ଚାରିଆଡ଼େ ଜିତବୃକ୍ଷର ଚାରାପରି ହବେେ।
4. ୟିଏ ସଦାପ୍ରଭୁଙ୍କୁ ସମ୍ମାନ ଦିଏ, ସେ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହବେ।
5. ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ଆଉ ୟିରୁଶାଲମ ସୁଖସମୃଦ୍ଧିକୁ ତୁମ୍ଭେ ସାରା ଜୀବନରେ ଅଂଶିଦାର ହୁଅ।
6. ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖିପାର। ଇଶ୍ରାୟେଲ ଉପରେ ଶାନ୍ତି ବତ୍ତୁର୍।