ମୁଖ୍ୟ ସଂଗୀତଜ୍ଞଙ୍କୁ

1. ଗାଥ୍ ଯନ୍ତ୍ରରେ

2. ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।

3. ହେ ସଦାପ୍ରଭୁ ମାେ ଉପରେ ଥିବା ସ୍ବର୍ଗକୁ ଚାହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ବାରା ନିର୍ମିତ ବୋଲି ଜଣାପଡ଼େ। ମୁଁ ସହେି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ୟ୍ଯ ହୁଏ।

4. କାହିଁକି ତୁମ୍ଭେ ମନୁଷ୍ଯମାନଙ୍କୁ ଏତେ ପ୍ରାଧାନ୍ଯ ଦିଅ ? କାହିଁକି ତୁମ୍ଭେ ସମାନଙ୍କେର କ୍ଷତ ନିଅ ? କାହିଁକି ତୁମ୍ଭେ ସମାନଙ୍କେୁ ଏତେ ଦୃଷ୍ଟି ଦିଅ ?

5. କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ବପୂର୍ଣ୍ଣ ପରମେଶ୍ବର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ ଓ ସମାନଙ୍କେୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।

6. ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସହେି ଲୋକମାନଙ୍କୁ ଅଧିଷ୍ଠିତ କରିଛ। ତୁମ୍ଭେ ସବୁ ସହେିମାନଙ୍କ ନିଯନ୍ତ୍ରଣରେ ଛାଡ଼ି ଦଇେଛ।

7. ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।

8. ଆକାଶର ଉଡ଼ୁଥିବା ପକ୍ଷୀମାନେ ଓ ସମୁଦ୍ରର ମାଛମାନେ ମଧ୍ଯ ଅଛନ୍ତି।

9. ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ବିତ।

Bibles

Books

Chapters