ଯୀଶୁ ଜଗତର ଆଲୋକ
1. ଯୀଶୁ ଜୀତ ପର୍ବତକୁ ଗଲେ।
2. ତହିଁ ଆରଦିନ ଅତି ସକାଳୁ ସେ ମନ୍ଦିରକୁ ଫରେିଆସିଲେ। ସବୁ ଲୋକମାନେ ଯୀଶୁଙ୍କ ପାଖକୁ ଆସିଲେ। ସେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ।
3. ବ୍ଯବସ୍ଥା ଶାସ୍ତ୍ରଜ୍ଞମାନେ, ଶିକ୍ଷକମାନେ ଓ ଫାରୂଶୀମାନେ ଜଣେ ସ୍ତ୍ରୀଲୋକକୁ ସଠାେକୁ ଆଣିଲେ। ସହେି ସ୍ତ୍ରୀଲକଟି ବ୍ଯଭିଚାର କଲା ବେଳେ ଧରା ପଡିଥିଲା। ଯିହୂଦୀମାନେ ତାହାକୁ ଲୋକମାନଙ୍କ ଆଗ ରେ ଠିଆ ହବୋ ପାଇଁ ବାଧ୍ଯ କଲେ।
4. ସମାନେେ ଯୀଶୁଙ୍କୁ କହିଲେ, ଗୁରୁ, ଏହି ସ୍ତ୍ରୀଲୋକଟି ଜଣେ ପୁରୁଷ ସହିତ ବ୍ଯଭିଚାର କଲା ବେଳେ ଧରା ପଡିଛି। ସେ ପୁରୁଷ ତା'ର ସ୍ବାମୀ ନୁହେଁ।
5. ମାଶାଙ୍କେର ବ୍ଯବସ୍ଥା ଆଦେଶ ଦିଏ ଯେ ଏଭଳି କାର୍ୟ୍ଯ କରୁଥିବା ପ୍ରେତ୍ୟକକ ସ୍ତ୍ରୀକୁ ଆମ୍ଭେ ପଥର ଫୋପାଡି ମାରି ଦବୋ ଉଚିତ। କିନ୍ତୁ ଆମ୍ଭେ କ'ଣ କରିବା ଉଚିତ ବୋଲି ଆପଣ କହୁଛନ୍ତି?
6. ଯିହୂଦୀୟମାନେ ଯୀଶୁଙ୍କୁ ହଇରାଣ କରିବା ପାଇଁ ଏଭଳି ପ୍ରଶ୍ନ ପଚାରୁଥିଲେ। ସମାନେେ ଯୀଶୁଙ୍କର ଭୁଲ ଧରିବାକୁ ଚାହୁଁଥିଲେ। ତାହାହେଲେ ସମାନେେ ତାହାଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣିପାରିବେ। କିନ୍ତୁ ଯୀଶୁ ଆଣ୍ଠଇେ ଆଙ୍ଗୁଳି ସାହାୟ୍ଯ ରେ ଭୂମି ଉପରେ କିଛି ଲେଖିବା ରେ ଲାଗିଲେ।
7. ଯିହୂଦୀ ନେତାମାନେ ତାହାଙ୍କୁ ଅବିରତ ପ୍ରଶ୍ନ ପଚାରିବା ରେ ଲାଗିଲେ। ତେଣୁ ଯୀଶୁ ଠିଆ ହାଇେ କହିଲେ, ଏଠା ରେ ଏଭଳି କୌଣସି ଲୋକ ଉପସ୍ଥିତ ଅଛନ୍ତି, ୟିଏ କବେେ ପାପ କରି ନାହିଁ? ସହେିଭଳି ପାପ ନ କରିଥିବା ଲୋକ ଏହି ସ୍ତ୍ରୀଲୋକକୁ ପ୍ରଥମେ ପଥର ଫିଙ୍ଗୁ।
8. ତା'ପରେ ଯୀଶୁ ପୁଣି ଆଣ୍ଠଇେ ଭୂଇଁ ରେ ଲେଖିବାକୁ ଲାଗିଲେ।
9. ଯେଉଁମାନେ ଯୀଶୁଙ୍କର ଏ କଥା ଶୁଣୁଥିଲେ ସମାନେେ ସଠାରୁେ ଜଣ ଜଣ ହାଇେ ଚାଲି ଗଲେ। ଆଗେ ବୟସ୍କ ଲୋକେ ଓ ତା'ପରେ ଅନ୍ୟମାନେ ଚାଲିଗଲେ। କବଳେ ଯୀଶୁ ଓ ସହେି ସ୍ତ୍ରୀଲୋକଟି ସଠାେରେ ରହିଗଲେ।
10. ଯୀଶୁ ମୁଣ୍ଡ ଟକେି ତାହାକୁ ପଚାରିଲେ, ସମାନେେ କୁଆଡେ ଗଲେ? କ'ଣ କହେି ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ।
11. ସେ ସ୍ତ୍ରୀଲୋକଟି ଉତ୍ତର ଦଲୋ, ନା, ପ୍ରଭୁ ସମାନଙ୍କେ ମଧ୍ଯରୁ କହେି ମାେତେ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ।
12. ପରେ, ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ, ମୁଁ ଜଗତର ଆଲୋକ, ମାେତେ ଯେଉଁ ଲୋକ ଅନୁସରଣ କରେ, ସେ କବେେ ଅନ୍ଧକାର ରେ ଚାଲିବ ନାହିଁ। ସେ ଲୋକ ଜୀବନ ପ୍ରଦାନକାରୀ ଆଲୋକ ପାଇବ।
ଯୀଶୁ ନିଜର ଆତ୍ମ-ସାକ୍ଷୀଙ୍କୁ ରକ୍ଷା କରନ୍ତି
13.
14. ଯୀଶୁ ଉତ୍ତର ଦେଲେ, ହଁ, ମୁଁ ମାେ ବିଷୟ ରେ ଏସବୁ କଥା କହୁଛି, କିନ୍ତୁ ମୁଁ ଯାହା କହୁଛି, ଲୋକେ ବିଶ୍ବାସ କରି ପାରିବେ। କାରଣ ମୁଁ ଜାଣେ, ମୁଁ କେଉଁଠାରୁ ଆସିଛି ଓ ମୁଁ କେଉଁଆଡେ ଯାଉଛି। ମୁଁ ତୁମ୍ଭମାନଙ୍କ ଭଳି ନୁହେଁ। ତୁମ୍ଭେ ଜାଣି ନାହଁ, ମୁଁ କେଉଁଠାରୁ ଆସିଛି ଓ କେଉଁଠାକୁ ଯାଉଛି।
15. ପୃଥିବୀର ଲୋକମାନଙ୍କୁ ବିଚାର କଲା ଭଳି ତୁମ୍ଭେ ମାରେ ବିଚାର କରୁଛ। ମୁଁ କାହାର ବିଚାର କରୁ ନାହିଁ।
16. କିନ୍ତୁ ମୁଁ ଯଦି ବିଚାର କରେ, ତବେେ ମାେ ବିଚାର ଠିକ୍ ହୁଅନ୍ତା। କାରଣ ମୁଁ ଏକୁଟିଆ ନୁହେଁ, ମାେ ସହିତ ମାରେ ପ୍ ରରଣକେର୍ତ୍ତା ପରମପିତା ଅଛନ୍ତି।
17. ତୁମ୍ଭର ବିଧି ବ୍ଯବସ୍ଥା କୁ ହେ ଯେ କୌଣସି ଘଟଣା ସମ୍ବନ୍ଧ ରେ ଯଦି ଦୁଇ ଜଣ ସାକ୍ଷୀ ସମାନ କଥା କହନ୍ତି, ତବେେ ତୁମ୍ଭେ ନିଶ୍ଚୟ ସମାନଙ୍କେ କଥା ଗ୍ରହଣ କରିବ।
18. ମୁଁ ମାେ ନିଜ ସମ୍ବନ୍ଧ ରେ ଜଣେ ସାକ୍ଷୀ ଓ ମାେତେ ପଠାଇଥିବା ପରମପିତା ମାରେ ଆଉ ଜଣେ ସାକ୍ଷୀ।
19. ଲୋକମାନେ ପଚାରିଲେ, ତୁମ୍ଭର ପିତା କାହାନ୍ତି?
20. ଯୀଶୁ ଏସବୁ କଥା ମନ୍ଦିର ପରିସର ରେ ଉପଦେଶ ଦଲୋ ବେଳେ କହିଲେ। ଦାନ ପାତ୍ର ରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହାଇେଥିଲେ। କିନ୍ତୁ କହେି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ ସମୟ ସପେର୍ୟ୍ଯନ୍ତ ଆସି ନଥିଲା।
ଯୀଶୁ ତାଙ୍କର ଯିବାର ପୂର୍ବାନୁମାନ କରିଛନ୍ତି
21.
22. ତେଣୁ ଯିହୂଦୀମାନେ ପରସ୍ପରକୁ ପଚାରିଲେ, ଯୀଶୁ କ'ଣ ଆତ୍ମହତ୍ଯା କରିବେ? ସେଥିପାଇଁ କ'ଣ ସେ କହିଲେ ଯେ, 'ମୁଁ ଯେଉଁଠାକୁ ଯାଉଛି ତୁମ୍ଭମାନେେ ସଠାେକୁ ଆସି ପାରିବ ନାହିଁ?'
23. କିନ୍ତୁ ଯୀଶୁ ସହେି ଯିହୂଦୀମାନଙ୍କୁ କହିଲେ, ତୁମ୍ଭମାନେେ ଏହି ସ୍ଥାନରୁ ସୃଷ୍ଟ, କିନ୍ତୁ ମୁଁ ଉର୍ଦ୍ଧ୍ବରୁ ଆସିଛି। ତୁମ୍ଭମାନେେ ଏ ପୃଥିବୀର ଲୋକ, କିନ୍ତୁ ମୁଁ ପୃଥିବୀର ଲୋକ ନୁହେଁ।
24. ମୁଁ ତୁମ୍ଭକୁ କହିଥିଲି ଯେ ତୁମ୍ଭେ ତୁମ୍ଭ ପାପଗୁଡିକ ପାଇଁ ମରିବ। ମୁଁ ଯେ ସହେି ବ୍ଯକ୍ତି ତୁମ୍ଭେ ଏହା ବିଶ୍ବାସ ନ କଲେ ତୁମ୍ଭ ନିଜ ପାପଗୁଡିକ ପାଇଁ ତୁମ୍ଭେ ମରିବ।
25. ଯିହୂଦୀମାନେ ପଚାରିଲେ, ତୁମ୍ଭେ କିଏ, ଆମ୍ଭମାନଙ୍କୁ କୁହ।
26. ମାରେ ତୁମ୍ଭ ବିଷୟ ରେ ଅନକେ କିଛି କହିବାକୁ ଅଛି। ମୁଁ ତୁମ୍ଭର ବିଚାର କରିପା ରେ, କିନ୍ତୁ ମାରେ ପ୍ ରରଣକେର୍ତ୍ତା ମାେତେ ଯାହା କହି ପଠାଇଛନ୍ତି, ମୁଁ ପୃଥିବୀର ଲୋକମାନଙ୍କୁ ତାହା କହୁଛି ଏବଂ ସେ ସତ୍ଯ କହନ୍ତି।
27. ଯୀଶୁ କାହା ବିଷୟ ରେ କହୁଥିଲେ, ଏକଥା ଲୋକମାନେ ବୁଝି ନଥିଲେ। ଯୀଶୁ ପରମପିତାଙ୍କ ବିଷୟ ରେ କହୁଥିଲେ।
28. ତେଣୁ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ମନୁଷ୍ଯପୁତ୍ରଙ୍କୁ ଉର୍ଦ୍ଧ୍ବକୁ(ବଧକରିବାକୁ) ଉଠାଇବ। ସେତବେେଳେ ମୁଁ ଯେ ସହେି ବ୍ଯକ୍ତି ତାହା ତୁମ୍ଭେ ବୁଝି ପାରିବ। ମୁଁ ନିଜେ ଯାହା କରୁଛି, ଏସବୁ ମାେ ନିଜ ଅଧିକାରରୁ କରୁ ନାହିଁ, ପରମପିତା ମାେତେ ଯାହା ଶିକ୍ଷା ଦଇେଛନ୍ତି ସହେି କଥା ଯେ କବଳେ ମୁଁ କହୁଛି, ଏହା ତୁମ୍ଭେ ପରେ ଜାଣି ପାରିବ।
29. ମାେତେ ୟିଏ (ପରମେଶ୍ବର) ପଠାଇଛନ୍ତି, ସେ ମାେ ସହିତ ଅଛନ୍ତି। ତାହାଙ୍କ ସନ୍ତାଷଜେନକ କାର୍ୟ୍ଯ ମୁଁ ସର୍ବଦା କରେ। ତେଣୁ ସେ ମାେତେ ଏକୁଟିଆ କରି ଛାଡି ନାହାଁନ୍ତି।
30. ଯୀଶୁ ଏକଥା କହିଲା ବେଳେ ତାହାଙ୍କୁ ଅନକେ ଲୋକ ବିଶ୍ବାସ କଲେ।
ସତ୍ୟ ଆପଣଙ୍କୁ ମୁକ୍ତ କରିବ
31.
32. ତୁମ୍ଭେ ସତ୍ଯକୁ ଜାଣିବ ଓ ସହେି ସତ୍ଯ ତୁମ୍ଭକୁ ମୁକ୍ତ କରିବ।
33. ଯିହୂଦୀମାନେ ଉତ୍ତର ଦେଲେ, ଆମ୍ଭମାନେେ ଅବ୍ରହାମଙ୍କ ବଂଶଧର। ଆମ୍ଭେ କବେେ ହେଲେ କ୍ରୀତଦାସ ହାଇେ ନାହୁଁ। ତେଣୁ ତୁମ୍ଭେ କାହିଁକି କହୁଛ ଯେ ଆମ୍ଭେ ମୁକ୍ତ ହବେୁ?
34. ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ପ୍ରେତ୍ୟକକ ପାପ କରୁଥିବା ଲୋକ ହେଉଛି ଜଣେ କ୍ରୀତଦାସ। ପାପ ତା'ର ପ୍ରଭୁ।
35. ଜଣେ କ୍ରୀତଦାସ ଗୋଟିଏ ପରିବାର ରେ ସର୍ବଦା ରହେ ନାହିଁ। କିନ୍ତୁ ଜଣେ ପୁତ୍ର ଗୋଟିଏ ପରିବାରଭୁକ୍ତ ହାଇେ ସବୁବେଳେ ରୁ ହେ।
36. ତେଣୁ ଯଦି ସହେି ପୁତ୍ର ତୁମ୍ଭକୁ ମୁକ୍ତି ଦିଅନ୍ତି, ତବେେ ତୁମ୍ଭେ ପ୍ରକୃତ ରେ ମୁକ୍ତି ପାଇବ।
ଅବ୍ରହାମଙ୍କ ବୀଜ ଏବଂ ଶୟତାନର
37.
38. ମାେତେ ପରମପିତା ଯାହା ଦଖାଇେଛନ୍ତି, ତାହା ମୁଁ ତୁମ୍ଭକୁ କହୁଛି। କିନ୍ତୁ ତୁମ୍ଭମାନେେ ତୁମ୍ଭ ପିତା ଯାହା କହିଛନ୍ତି ତାହା କରୁଛ।
39. ଯିହୂଦୀମାନେ କହିଲେ, ଅବ୍ରହାମ ଆମ୍ଭମାନଙ୍କର ପିତା।
40. ମୁଁ ତୁମ୍ଭକୁ ପରମେଶ୍ବରଙ୍କଠାରୁ ଶୁଣିଥିବା ସତ୍ଯ କଥା କହୁଛି। କିନ୍ତୁ ତୁମ୍ଭମାନେେ ମାେତେ ହତ୍ଯା କରିବା ପାଇଁ ଚେଷ୍ଟା କରୁଛ। ଅବ୍ରାହାମ କିନ୍ତୁ ସପରେି କିଛି କରି ନଥିଲେ।
41. ତୁମ୍ଭେ ସବୁ ତୁମ୍ଭର ନିଜ ପିତା କରିଥିବା କାର୍ୟ୍ଯ ଗୁଡିକ କରୁଛ।
42. ଯୀଶୁ ସହେି ଯିହୂଦୀମାନଙ୍କୁ କହିଲେ, ଯଦି ପରମେଶ୍ବର ପ୍ରକୃତ ରେ ତୁମ୍ଭର ପରମପିତା, ତବେେ ତୁମ୍ଭେ ମାେତେ ଭଲ ପାଇବା ଉଚିତ। ମୁଁ ପରମେଶ୍ବରଙ୍କ ପାଖରୁ ଆସିଛି ଓ ବର୍ତ୍ତମାନ ମୁଁ ଏଠା ରେ ଅଛି। ମୁଁ ମାେ କ୍ଷମତା ଅନୁସାରେ ଆସିନାହିଁ। ପରମେଶ୍ବର ମାେତେ ଏଠାକୁ ପଠାଇଛନ୍ତି।
43. ମୁଁ ଯାହା ସବୁ କହୁଛି, ତାହା ତୁମ୍ଭେ ବୁଝି ପାରୁନାହଁ। ଏହାର କାରଣ ହେଲା ତୁମ୍ଭେ ମାେ ଉପଦେଶ ଗ୍ରହଣ କରି ପାରୁ ନାହଁ।
44. ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତାର ଇଚ୍ଛା ଅନୁସାରେ କାର୍ୟ୍ଯ କରୁଛ। ପ୍ରଥମରୁ ସେ ଜଣେ ଖୁନି। ସେ ସର୍ବଦା ସତ୍ଯର ବିରୁଦ୍ଧ। ତା' ଭିତ ରେ କୌଣସି ସତ୍ଯତା ନାହିଁ। ସେ ତାର ସ୍ବଭାବରୁ ମିଛୁଆ। ସେ ମିଥ୍ଯାବାଦୀ, ସେ ମିଥ୍ଯାର ଜନ୍ମଦାତା।
45. ମୁଁ ସତ୍ଯ କ ହେ। ସେଥିପାଇଁ ତୁମ୍ଭେ ମାେତେ ବିଶ୍ବାସ କରୁନାହଁ।
46. ତୁମ୍ଭମାନଙ୍କ ମଧ୍ଯରୁ କହେି ଜଣେ ଏ କଥା ପ୍ରମାଣ କରିପାରିବ ଯେ, ମୁଁ ପାପ ପାଇଁ ଦୋଷୀ? ଯଦି ମୁଁ ସତ୍ଯ କ ହେ, ତବେେ ମାେତେ କାହିଁକି ବିଶ୍ବାସ କରୁନାହଁ?
47. ଯେଉଁ ଲୋକ ପରମେଶ୍ବରଙ୍କର, ସେ ପରମେଶ୍ବର ଯାହା କହନ୍ତି ଗ୍ରହଣ କରେ। କିନ୍ତୁ ତୁମ୍ଭେ ପରମେଶ୍ବରଙ୍କ କଥା ଗ୍ରହଣ କରୁ ନାହଁ, କାରଣ ତୁମ୍ଭେ ପରମେଶ୍ବରଙ୍କର ନୁହଁ।
ଅବ୍ରହାମ ପୂର୍ବରୁ, ମୁଁ
48. ୟିରୂଦୀମାନେ ଉତ୍ତର ଦେଲେ, ଆମ୍ଭମାନେେ କହୁଛୁ, ତୁମ୍ଭେ ଜଣେ ଶମିରୋଣୀୟ। ତୁମ୍ଭ ଭିତ ରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରି ଦଇେଛି। ଆମ୍ଭର ଏହି କଥା କ'ଣ ଠିକ୍ ନୁହେଁ କି?
49. ଯୀଶୁ ଉତ୍ତର ଦେଲେ, ମାେ ଭିତ ରେ ଭୂତ ନାହିଁ। ମୁଁ ମାେ ପରମପିତାଙ୍କୁ ସମ୍ମାନ ଦିଏ। କିନ୍ତୁ ତୁମ୍ଭେ ମାେତେ ସମ୍ମାନ ଦେଉ ନାହଁ।
50. ମୁଁ ନିଜେ ସମ୍ମାନ ପାଇବା ପାଇଁ ଚେଷ୍ଟା କରୁନାହିଁ। ମାତ୍ର ଜଣେ ଅଛନ୍ତି, ୟିଏ ମାେ ନିମନ୍ତେ ସମ୍ମାନ ଇଚ୍ଛା କରନ୍ତି। ସେ ହେଉଛନ୍ତି ବିଚାରକର୍ତ୍ତା।
51. ମୁଁ ତୁମ୍ଭକୁ ସତ୍ଯ କହୁଛି, ଯଦି କହେି ମାେ ଉପଦେଶ ମାନେ, ତବେେ ସେ ଲୋକ କବେେ ମରିବ ନାହିଁ।
52. ଯିହୂଦୀମାନେ ଯୀଶୁଙ୍କୁ କହିଲେ, ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ, ତୁମ୍ଭ ଭିତ ରେ ଗୋଟିଏ ଭୂତ ଅଛି। ଏପରିକି ଅବ୍ରାହାମ ମରିଥିଲେ ଓ ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ମରିଥିଲେ। କିନ୍ତୁ ତୁମ୍ଭେ କହୁଛ, 'ମାେ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ।'
53. ତୁମ୍ଭେ କ'ଣ ଭାବୁଛ ଯେ ତୁମ୍ଭେ ଆମ୍ଭ ପିତା ଅବ୍ରାହାମଙ୍କଠାରୁ ମହାନ୍? ଅବ୍ରାହାମ ତ' ମରିଗଲେ ଓ ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ମରିଗଲେ। ତୁମ୍ଭେ ନିଜକୁ କିଏ ବୋଲି ଭାବୁଛ?
54. ଯୀଶୁ ଉତ୍ତର ଦେଲେ, ଯଦି ମୁଁ ନିଜକୁ ସମ୍ମାନ ଦିଅନ୍ତି, ତବେେ ସେ ସମ୍ମାନର କିଛି ମୂଲ୍ଯ ନାହିଁ। ମାେତେ ୟିଏ ସମ୍ମାନ ଦିଅନ୍ତି, ସେ ମାରେ ପରିମପିତା। ଏବଂ ତୁମ୍ଭମାନେେ କହୁଛ, ସେ ତୁମ୍ଭର ପରମେଶ୍ବର।
55. କିନ୍ତୁ ତୁମ୍ଭେ ତାହାଙ୍କୁ ପ୍ରକୃତ ରେ ଜାଣି ନାହଁ। ମୁଁ ତାହାଙ୍କୁ ଜାଣେ। ଯଦି ମୁଁ କ ହେ ଯେ, ମୁଁ ତାହାଙ୍କୁ ଜାଣେ ନାହିଁ, ତବେେ ମୁଁ ତୁମ୍ଭମାନଙ୍କ ଭଳି ମିଥ୍ଯାବାଦୀ ହବେି। କିନ୍ତୁ ମୁଁ ତାହାଙ୍କୁ ଅବଶ୍ଯ ଜାଣେ, ସେ ଯାହା କହନ୍ତି ମୁଁ ସଗେୁଡିକ ପାଳନ କରେ।
56. ମାରେ ଆଗମନ ଦେଖି ପାରିବେ ବୋଲି ଆଶାକରି ତୁମ୍ଭ ପିତା ଅବ୍ରାହାମ ବହୁତ ଖୁସି ହାଇେଥିଲେ। ସେ ସହେି ଦିନଟି ଦେଖିଲେ ଓ ଖୁସି ହେଲେ।
57. ଯିହୂଦୀମାନେ ଯୀଶୁଙ୍କୁ କହିଲେ, କ'ଣ ତୁମ୍ଭେ ଅବ୍ରାହାମକୁ କଦାପି ଦେଖିନାହଁ! ତୁମ୍ଭର ବୟସ ତ ପଚାଶ ବର୍ଷ ବି ନୁହେଁ।
58. ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଅବ୍ରାହାମଙ୍କ ଜନ୍ମ ପୂର୍ବରୁ, ମୁଁ ନିଜେ ଅଛି।
59. ଯୀଶୁ ଏକଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉେଠଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଚାଲିଗଲେ।