ଗେଥସେମାନରେ ବିଶ୍ୱାସଘାତକତା ଏବଂ ଗିରଫ
1.
2. ୟିହୂଦା ଏହି ସ୍ଥାନ ଜାଣିଥିଲା। କାରଣ ଯୀଶୁ ପ୍ରାୟ ତାହାଙ୍କ ଶିଷ୍ଯମାନଙ୍କ ସହିତ ସହେି ସ୍ଥାନକୁ ଯାଉଥିଲେ। ସହେି ୟିହୂଦା ହିଁ ଯୀଶୁଙ୍କର ବିରୁଦ୍ଧ ରେ ଗଲା।
3. ତେଣୁ ସେ ଦଳେ ସୈନ୍ଯଙ୍କୁ ନଇେ ବଗିଗ୍ଭକୁ ଗଲା। ସେ ମୁଖ୍ଯ ଯାଜକ ଓ ଫାରୂଶୀମାନଙ୍କ ମଧ୍ଯରୁ କେତକେ ପ୍ରହରୀମାନଙ୍କୁ ମଧ୍ଯ ଆଣିଥିଲା। ସମାନେେ ମଶାଲ, ଲଣ୍ଠନ ଓ ଅସ୍ତ୍ରଶସ୍ତ୍ର ଆଣି ସଠାେରେ ପହନ୍ଚିଲେ।
4. ତାହାଙ୍କ ପ୍ରତି କ'ଣ ଘଟିବ, ସେ କଥା ଯୀଶୁ ଆଗରୁ ଜାଣିଥିଲେ। ସେ ସମାନଙ୍କେ ନିକଟକୁ ଯାଇ ପଚାରିଲେ, ତୁମ୍ଭେ କାହାକୁ ଖୋଜୁଛ?
5. ସହେି ଲୋକମାନେ ଉତ୍ତର ଦେଲେ, 'ନାଜରିତୀୟ ଯୀଶୁଙ୍କୁ।' ଯୀଶୁ କହିଲେ, 'ମୁଁ ନିଜେ ସହେି ଯୀଶୁ।' ଯୀଶୁଙ୍କ ବିରୁଦ୍ଧ ରେ ଯାଇଥିବା ୟିହୂଦା ମଧ୍ଯ ସମାନଙ୍କେ ସହିତ ଠିଆ ହାଇେଥିଲା।
6. ଯେତବେେଳେ ଯୀଶୁ କହିଲେ, ମୁଁ ଯୀଶୁ, ଲୋକମାନେ ପଛକୁ ଘୁଞ୍ଚିଯାଇ ତଳେ ପଡିଗଲେ।
7. ଯୀଶୁ ସମାନଙ୍କେୁ ପୁଣି ଥରେ ପଚାରିଲେ, ତୁମ୍ଭେ କାହାକୁ ଖାଜେୁଛ?
8. ଯୀଶୁ କହିଲେ, ମୁଁ ତ କହିଲି ଯେ ମୁଁ ସହେି ଯୀଶୁ। ଯଦି ତୁମ୍ଭେ ମାେତେ ଖୋଜୁଛ, ତବେେ ଏହି ଅନ୍ୟ ଲୋକମାନଙ୍କୁ ଏଠାରୁ ୟିବାକୁ ଛାଡିଦିଅ।
9. ଏପରି ଘଟିଲା ଯେ ହତେୁ ପୂର୍ବରୁ ତାହାଙ୍କ ଦ୍ବାରା କଥିତ ବାଣୀ ସତ୍ଯ ହବେ: ମୁଁ ତୁମ୍ଭେ ଦଇେଥିବା ଜଣେ ଲୋକକୁ ମଧ୍ଯ ହ ରଇେ ନାହିଁ।
10. ଶିମାନେ ପିତରଙ୍କ ପାଖ ରେ ଗୋଟିଏ ଖଣ୍ଡା ଥିଲା। ସେ ଖଣ୍ଡା ବାହାର କରି ମୁଖ୍ଯ ଯାଜକଙ୍କ ଦାସକୁ ଆଘାତ କଲେ। ସେ ଦାସର ଡାହାଣ କାନ କଟି ଗଲା। ସହେି ଦାସର ନାମ ମାଲ୍ଖ ଥିଲା।
11. ଯୀଶୁ ପିତରଙ୍କୁ କହିଲେ, ତୁମ୍ଭେ ଖଣ୍ଡା ଖାପରେ ରଖି ଦିଅ। ପରମପିତା ମାେତେ ଏହି ପିଆଲା ପିଇବାକୁ ଦଇେଛନ୍ତି, ମୁଁ ଏହା ଗ୍ରହଣ କରିବା ଉଚିତ।
ମହାଯାଜକଙ୍କ ଆଗରେ
12. ତା'ପରେ ସୈନ୍ଯମାନେ ଓ ସମାନଙ୍କେ ସନୋପତିମାନେ ଓ ଯିହୂଦୀମାନଙ୍କର ପ୍ରହରୀମାନେ ଯୀଶୁଙ୍କୁ ବନ୍ଦୀ କଲେ।
13. ସମାନେେ ତାହାଙ୍କୁ ବାନ୍ଧିଲେ ଓ ହାନାନଙ୍କ ନିକଟକୁ ଘନେିଗଲେ। ହାନାନ କଯାଫାଙ୍କର ଶ୍ବଶୁର ଥିଲେ। ସହେି ବର୍ଷ କଯାଫା ମହାୟାଜକ ଥିଲେ।
14. କଯାଫା ଯିହୂଦୀମାନଙ୍କୁ ପରାମର୍ଶ ଦଇେଥିଲେ, ସବୁ ଲୋକମାନଙ୍କ ମଙ୍ଗଳ ପାଇଁ ଜଣେ ପ୍ରାଣ ଦବୋ ବରଂ ଭଲ।
ପିତର ଯୀଶୁଙ୍କୁ ଅସ୍ୱୀକାର କଲେ
15. ଶିମାନେ ପିତର ଓ ଅନ୍ୟ ଜଣେ ଶିଷ୍ଯ ଯୀଶୁଙ୍କ ସହିତ ଗଲେ। ସହେି ଶିଷ୍ଯଜଣ ମହାୟାଜକଙ୍କୁ ଜାଣିଥିଲେ। ତେଣୁ ସେ ଯୀଶୁଙ୍କ ସହିତ ମହାୟାଜକଙ୍କ ଘର ଅଗଣା ପର୍ୟ୍ଯନ୍ତ ଗଲେ।
16. କିନ୍ତୁ ପିତର ଫାଟକ ବାହା ରେ ଅପେକ୍ଷା କଲେ। ମହାୟାଜକଙ୍କୁ ଜାଣିଥିବା ସହେି ଶିଷ୍ଯ ଜଣକ ବାହାରକୁ ଫରେି ଆସିଲେ। ସେ ଫାଟକ ଜଗିଥିବା ଦାସୀକୁ କହି ସେ ପିତରଙ୍କୁ ଭିତରକୁ ଆଣିଲେ।
17. ସହେି ଦାସୀ ପିତରଙ୍କୁ ପଚାରିଲା, ତୁମ୍ଭେ ବି କ'ଣ ଏହି ଲୋକର ଶିଷ୍ଯମାନଙ୍କ ମଧ୍ଯରୁ ଜଣେ?
18. ଶୀତ ହେଉଥିଲା। ଦାସ ଓ ପ୍ରହରୀମାନେ ନିଆଁ ଜାଳିଥିଲେ। ସମାନେେ ନିଆଁ ଚାରିପଟେ ଠିଆ ହାଇେ ଦହକେୁ ସକେୁଥିଲେ। ପିତର ମଧ୍ଯ ସଠାେରେ ସମାନଙ୍କେ ସହିତ ଠିଆ ହାଇେଥିଲେ।
ଯୀଶୁ ମହାଯାଜକଙ୍କୁ ପଚାରିଲେ
19. ମହାୟାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ଯମାନଙ୍କ ବିଷୟ ରେ ପ୍ରଶ୍ନ ପଚାରିଲେ। ସେ ଯୀଶୁଙ୍କୁ ତାହାଙ୍କ ଶିକ୍ଷା ବିଷୟ ରେ ପ୍ରଶ୍ନ କଲେ।
20. ଯୀଶୁ ଉତ୍ତର ଦେଲେ, ମୁଁ ଲୋକମାନଙ୍କୁ ସବୁବେଳେ ଖାଲିେଖାଲିେ ଭାବେ ଶିକ୍ଷା ଦଇେଛି। ମୁଁ ସର୍ବଦା ସମାଜଗୃହ ଓ ମନ୍ଦିର ରେ ଶିକ୍ଷା ଦଇେ ଆସିଛି। ସଠାେରେ ସବୁ ଯିହୂଦୀମାନେ ଏକତ୍ର ହୁଅନ୍ତି। ମୁଁ କୌଣସି ବିଷୟ ଗୁପ୍ତ ଭାବରେ କହି ନାହିଁ।
21. ତୁମ୍ଭେ ମାେତେ କାହିଁକି ପ୍ରଶ୍ନ ପଚାରୁଛ? ମାରେ ଶିକ୍ଷା ଶୁଣିଥିବା ଲୋକଙ୍କୁ ପଚାର, ମୁଁ କ'ଣ କହିଥିଲି, ସମାନେେ ଜାଣନ୍ତି।
22. ଯୀଶୁ ଏହି କଥା କହିବା ବେଳେ ଯୀଶୁଙ୍କ ପାଖ ରେ ଠିଆ ହାଇେଥିବା ଜଣେ ପ୍ରହରୀ ତାହାଙ୍କୁ ପ୍ରହାର କଲା। ସେ କହିଲା, ତୁମ୍ଭେ ମହାୟାଜକଙ୍କୁ ସପରେି ଉତ୍ତର ଦବୋ ଉଚିତ ନୁହେଁ।
23. ଯୀଶୁ ଉତ୍ତର ଦେଲେ, ଯଦି ମୁଁ କିଛି ଭୂଲ କହିଲି ତବେେ ଏଠା ରେ ଥିବା ପ୍ରେତ୍ୟକକଙ୍କୁ ମାରେ ଭୂଲ ଜଣାଇଦିଅ। ଯଦି ମାରେ କହିବା ଠିକ୍, ତବେେ ମାେତେ ତୁମ୍ଭେ କାହିଁକି ମାରିଲ?
24. ତେଣୁ ହାନାନ ଯୀଶୁଙ୍କୁ ବନ୍ଧା ହାଇେଥିବା ଅବସ୍ଥା ରେ ମହାୟାଜକ କଯାଫାଙ୍କ ନିକଟକୁ ପଠାଇ ଦେଲେ।
ପିଟର ଦୁଇଥର ଅଧିକ ଅସ୍ୱୀକାର କରନ୍ତି
25.
26. ମହାୟାଜକଙ୍କର ଜଣେ ଦାସ ସଠାେରେ ଥିଲା। ପିତର ଯେଉଁ ଲୋକର କାନ କାଟି ଦଇେଥିଲେ, ସେ ସହେି ଦାସର ସମ୍ପର୍କୀୟ। ତେଣୁ ସେ କହିଲା, ମୁଁ ଭାବୁଛି, ମୁଁ ବଗିଚା ରେ ଏହି ଲୋକ ସହିତ ତୁମ୍ଭକୁ ଦେଖିଥିଲି।
27. କିନ୍ତୁ ପିତର ପୁଣି ଥରେ କହିଲେ, ନା, ମୁଁ ତାହାଙ୍କ ସହିତ ନଥିଲି। ଠିକ୍ ସତେିକି ବେଳେ ଗୋଟିଏ କୁକୁଡା ଡାକିଲା।
ପୀଲାତଙ୍କ କୋର୍ଟରେ
28. ତା'ପରେ ସମାନେେ ଯୀଶୁଙ୍କୁ କଯାଫାଙ୍କ ଘରୁ ରୋମୀୟ ରାଜ୍ଯପାଳଙ୍କ ପ୍ରାସାଦକୁ ନଇଗେଲେ। ସେତବେେଳେ ପାହାନ୍ତିଆ ସମୟ। ଯିହୂଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ। ସମାନେେ ନିଜକୁ ଅପବିତ୍ର କରିବା ପାଇଁ ଚାହୁଁ ନଥିଲେ, କାରଣ ସମାନେେ ନିସ୍ତାରପର୍ବର ଭୋଜନ ଖାଇବା ପାଇଁ ଚାହୁଁଥିଲେ।
29. ତେଣୁ ପୀଲାତ ପ୍ରାସାଦ ବାହା ରେ ଯିହୂଦୀମାନଙ୍କ ପାଖକୁ ଗଲେ। ସେ ପଚାରିଲେ, ଏହି ଲୋକ ବିରୁଦ୍ଧ ରେ ତୁମ୍ଭମାନଙ୍କର ଅଭିଯୋଗ କ'ଣ?
30. ସମାନେେ ଉତ୍ତର ଦେଲେ , ସେ ଜଣେ ମନ୍ଦ ଲୋକ। ସେଥିପାଇଁ ଆମ୍ଭେ ତାହାକୁ ତୁମ୍ଭ ନିକଟକୁ ଆଣିଛୁ।
31. ପୀଲାତ ଯିହୂଦୀମାନଙ୍କୁ କହିଲେ, ତୁମ୍ଭେ ତାହାକୁ ନଇଯାେଅ ଓ ତୁମ୍ଭ ବ୍ଯବସ୍ଥା ଅନୁସାରେ ତାହାର ବିଚାର କର। ଯିହୂଦୀମାନେ କହିଲେ, କିନ୍ତୁ ଆପଣଙ୍କର ଆଇନ ଅନୁସାରେ ଆମ୍ଭେ କାହାକୁ ମୃତ୍ଯୁଦଣ୍ଡ ଦଇପୋରିବୁ ନାହିଁ।
32. ଏହାଦ୍ବାରା ସେ କିପରି ମରିବେ, ସେ ବିଷୟ ରେ ଯୀଶୁଙ୍କର ବାଣୀ ସତ୍ଯ ହେଲା।
33. ତା'ପରେ ପୀଲାତ ପ୍ରାସାଦ ଭିତରକୁ ଚାଲିଗଲେ। ସେ ଯୀଶୁଙ୍କୁ ଆପଣା ନିକଟକୁ ଡାକିଲେ। ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା?
34. ଯୀଶୁ କହିଲେ, ଏହା ତୁମ୍ଭ ନିଜର ପ୍ରଶ୍ନ, ନା ଅନ୍ୟମାନେ ତୁମ୍ଭକୁ ମାେ ବିଷୟ ରେ କହିଛନ୍ତି?
35. ପୀଲାତ କହିଲେ, ମୁଁ ଜଣେ ଯିହୂଦୀ ନୁହେଁ। ତୁମ୍ଭ ନିଜର ଲୋକମାନେ ଓ ସମାନଙ୍କେର ପ୍ରଧାନଯାଜକମାନେ ତୁମ୍ଭକୁ ମାେ ପାଖକୁ ଆଣିଛନ୍ତି। ତୁମ୍ଭେ କ'ଣ ଦୋଷ କରିଛ?
36. ଯୀଶୁ କହିଲେ, ମାରେ ରାଜ୍ଯ ଏ ଜଗତର ନୁହେଁ। ଯଦି ଏହା ଜଗତର ହାଇେଥା'ନ୍ତା, ତବେେ ମାରେ ଦାସମାନେ ୟୁଦ୍ଧ କରିଥାଆନ୍ତେ ଓ ମାେତେ ଯିହୂଦୀମାନେ ଧରିପାରି ନଥାନ୍ତେ। କିନ୍ତୁ ମାେ ରାଜ୍ଯ ଅନ୍ୟ ଏକ ସ୍ଥାନ ରେ।
37. ପୀଲାତ କହିଲେ, ତବେେ ତୁମ୍ଭେ ଜଣେ ରାଜା।
38. ପୀଲାତ କହିଲେ, ସତ୍ଯ କ'ଣ? ସେ ଏହା କହିବା ପରେ ପୁଣି ଯିହୂଦୀମାନଙ୍କ ପାଖକୁ ଗଲେ। ପୀଲାତ କହିଲେ, ଏହି ଲୋକ ବିରୁଦ୍ଧ ରେ କୌଣସି ଅଭିଯୋଗ ମୁଁ ପାଉ ନାହିଁ।
ବାରବାସର ସ୍ଥାନ ନେବା
39.
40. ମାତ୍ର ଯିହୂଦୀମାନେ ଚିତ୍କାର କଲେ, ନା, ଏ ଲୋକକୁ ନୁହେଁ। ବାରବ୍ବାକୁ ମୁକ୍ତି ଦିଅ। ଏହି ବାରବ୍ବା ଜଣେ ଡକାୟତ ଥିଲା।