ସାଇନା ଛାଡିବାକୁ ନିର୍ଦ୍ଦେଶ
1.
2. ତେଣୁ ମୁଁ ତୁମ୍ଭ ଆଗେ ଆଗେ ଏକ ସ୍ବର୍ଗଦୂତ ପଠାଇବି ପୁଣି ମୁଁ କିଣାନୀଯ ଓ ଇମାରେୀୟ, ହିତ୍ତୀଯ, ପିରିଷୀଯ, ହିଦ୍ଦୀଯ ଓ ୟିବୁଷୀଯ ଲୋକମାନଙ୍କୁ ତଡି ଦବେି।
3. ତେଣୁ ତମ୍ଭମାନେେ ସହେି ଦୁଗ୍ଧ ମଧୁ ପ୍ରବାହୀ ଦେଶକୁ ୟାଅ କିନ୍ତୁ ମୁଁ ତୁମ୍ଭ ସହିତ ୟିବି ନାହିଁ। ମୁଁ ତୁମ୍ଭମାନଙ୍କୁ ହତ୍ଯା କରିବି, ଯେ ହତେୁ ତୁମ୍ଭମାନେେ ଜିଦ୍ଖୋର ଲୋକ।
4. ଲୋକମାନେ ଏହିପରି ଅଶୁଭ ସମ୍ବାଦ ଶୁଣିବା ପରେ ସମାନେେ ଶୋକ କଲେ ଏବଂ ଲୋକମାନେ ଆଉ କର୍ଣ୍ଣକୁଣ୍ଡଳ ପିନ୍ଧିଲେ ନାହିଁ।
5. କାହିଁକି? କାରଣ ସଦାପ୍ରଭୁ ମାଶାଙ୍କେୁ କହିଲେ, ଇଶ୍ରାୟେଲ ଲୋକମାନଙ୍କୁ କୁହ, 'ତୁମ୍ଭମାନେେ ଶକ୍ତଗ୍ରୀବ ଲୋକ। ମୁଁ ଯଦି ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ସହିତ ୟିବି ଦବେେ ତୁମ୍ଭମାନଙ୍କୁ ଧ୍ବଂସ କରିବି। ତେଣୁ ଆପଣା ଶରୀରରୁ ସୁବର୍ଣ୍ଣ ବାହାର କର। ଏହାପରେ ତୁମ୍ଭମାନଙ୍କ ପାଇଁ କ'ଣ କରାୟିବ ବିଗ୍ଭର କରିବା।'
6. ତେଣୁ ଇଶ୍ରାୟେଲୀୟ ଲୋକମାନେ ହାରେବେ ପର୍ବତ ନିକଟରୁ ଆସିବାଠାରୁ ଆଉ ସୁବର୍ଣ୍ଣ ପିନ୍ଧିଲେ ନାହିଁ।
ମୋଶା ପ୍ରଭୁଙ୍କ ସହିତ ସାକ୍ଷାତ କରନ୍ତି
7. ମାଶାେ ତମ୍ବୁ ନଇେ ଛାଉଣୀଠାରୁ କିଛି ଦୂର ରେ ଅଲଗା ଛାଉଣୀ ସ୍ଥାପନ କଲେ। ସେ ସହେି ତମ୍ବୁର ନାମ ସମାଗମ ତମ୍ବୁ ଦେଲେ। ଯେଉଁ ଲୋକ ସଦାପ୍ରଭୁଙ୍କ ଇଚ୍ଛା ବିଷଯ ରେ ଜାଣିବାକୁ ଚାହିଁଲେ ତାଙ୍କୁ ସହେି ସମାଗମ ତମ୍ବୁକୁ ୟିବାକୁ ପଡିଲା।
8. ମାଶାେ ବାହାର ହାଇେ ତମ୍ବୁ ନିକଟକୁ ଗଲା ସମୟରେ ସମସ୍ତ ଲୋକେ ଉଠି ନିଜ ନିଜ ତମ୍ବୁ ବାହା ରେ ଠିଆ ହେଲେ, ଆଉ ଯେପର୍ୟ୍ଯନ୍ତ ମାଶାେ ସହେି ସମାଗମ ତମ୍ବୁ ରେ ପ୍ରବେଶ ନକଲେ, ସପେର୍ୟ୍ଯନ୍ତ ସମାନେେ ତାଙ୍କ ପଥକୁ ଅନାଇ ରହିଲେ।
9. ମାଶାେ ତମ୍ବୁ ରେ ପ୍ରବେଶ କରନ୍ତେ ମେଘସ୍ତମ୍ଭ ତମ୍ବୁ ଦ୍ବାର ରେ ଉପସ୍ଥିତ ହେଲା। ତହିଁରେ ସଦାପ୍ରଭୁ ମାଶାଙ୍କେ ସହିତ କଥାବାର୍ତ୍ତା କଲେ।
10. ତେଣୁ ଯେତବେେଳେ ଲୋକମାନେ ତମ୍ବୁର ଦ୍ବାର ଦେଶ ରେ ମେଘ ସ୍ତମ୍ଭ ଦେଖିଲେ। ସେତବେେଳେ ଲୋକମାନେ ଆପଣା ଆପଣା ତମ୍ବୁ ଦ୍ବାର ରେ ଥାଇ ପ୍ରଣାମ କଲେ।
11. ଏହି ପ୍ରକା ରେ ସଦାପ୍ରଭୁ ମାଶାଙ୍କେ ସହିତ ମୁହାଁମୁହିଁ କଥାପାର୍ତ୍ତା ହେଲେ। ସଦାପ୍ରଭୁ ମାଶାଙ୍କେ ସହିତ କଥାବାର୍ତ୍ତା ହେଉଥିଲେ ଯେପରି ସେ ତାଙ୍କର ବନ୍ଧୁ। ସଦାପ୍ରଭୁଙ୍କ ସହିତ ମାଶାେ କଥାବାର୍ତ୍ତା କରିସାରିବା ପରେ ଛାଉଣୀକୁ ଫରେି ଆସିଲା। କିନ୍ତୁ ତାଙ୍କର ପରିଚାରକ ସର୍ବଦା ତମ୍ବୁ ରେ ରହୁଥିଲେ। ସହେି ପରିଚାରକର ନାମ ଥିଲା ଯିହାଶୂେୟ, ସେ ଥିଲେ ନୂନର ପୁତ୍ର।
ଭଗବାନଙ୍କ ଉପସ୍ଥିତିର ପ୍ରତିଜ୍ଞା
12.
13. ଯଦି ମୁଁ ତୁମ୍ଭ ଦୃଷ୍ଟି ରେ ଅନୁଗ୍ରହର ପାତ୍ର ହାଇେଅଛି, ତବେେ ବିନଯ କରୁଛି ତୁମ୍ଭେ ମାେତେ ତୁମ୍ଭର ପଥସବୁ ଶିକ୍ଷା ଦବୋକୁ, ଯେଉଁଥିପାଇଁ ମୁଁ ତୁମ୍ଭକୁ ଖୁସି କରିପାରିବି। ମୁଁ ତୁମ୍ଭ ବିଷଯ ରେ ଜାଣିବାକୁ ଚା ହେଁ। ଦୟା କରି ତୁମ୍ଭର ଲୋକମାନଙ୍କର ଦଳ ରେ ମାେତେ ବିବଚେନା କରନ୍ତୁ।
14. ସଦାପ୍ରଭୁ ଉତ୍ତର ଦେଲେ, ମାରେ ଉପସ୍ଥିତି ତୁମ୍ଭ ସହିତ ୟିବ ଏବଂ ତୁମ୍ଭକୁ ବିଶ୍ରାମ ଦବେ।
15. ଏହାପରେ ମାଶାେ ସଦାପ୍ରଭୁଙ୍କୁ କହିଲେ, ଯଦି ତୁମ୍ଭର ଉପସ୍ଥିତି ଆମ୍ଭମାନଙ୍କ ସହିତ ନରହେ, ତବେେ ଆମ୍ଭମାନଙ୍କୁ କେଉଁଠାକୁ ପଠାଅ ନାହିଁ।
16. କାରଣ ମୁଁ ଓ ତୁମ୍ଭର ସମସ୍ତ ଲୋକମାନେ ଯେ ତୁମ୍ଭ ଦୃଷ୍ଟି ରେ ଅନୁଗ୍ରହର ପାତ୍ର ହାଇେଅଛୁ ଏହା ଆମ୍ଭେ କିପରି ଜାଣିବା? ଯଦି ତୁମ୍ଭେ ଆମ୍ଭ ସହିତ ୟାଅ, ଆମ୍ଭମାନେେ ନିଶ୍ଚିତ ଭାବରେ ଜାଣିବୁ। ଯମେନ୍ତ ମୁଁ ତୁମ୍ଭର ଲୋକମାନେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ଠାରୁ ବିଶଷେ ଲୋକ ହବେ। ଯଦି ତୁମ୍ଭେ ଆମ୍ଭମାନଙ୍କ ସହିତ ନୟାଅ, ତବେେ ପୃଥିବୀର ଅନ୍ୟ ଲୋକମାନଙ୍କଠାରୁ ଆମ୍ଭମାନେେ ଭିନ୍ନ ନୁହଁ।
17. ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର କଥା ଅନୁୟାଯୀ ମୁଁ କରିବି କାରଣ ମୁଁ ତୁମ୍ଭ ପ୍ରତି ପ୍ରୀତ ଓ ତୁମ୍ଭକୁ ମୁଁ ତୁମ୍ଭର ନାମରୂପେ ଜାଣିଅଛି।
18. ଏହାପରେ ମାଶାେ କହିଲେ, ବର୍ତ୍ତମାନ ତୁମ୍ଭର ମହିମା ମାେତେ ଦଖାେଅ।
19. ଏହାପରେ ସଦାପ୍ରଭୁ ଉତ୍ତର ଦେଲେ, ମୁଁ ତୁମ୍ଭ ସମ୍ମୁଖ ରେ ଆପଣାର ସମସ୍ତ ଉତ୍ତମତା ଗମନ କରାଇବି, ତୁମ୍ଭ ସମ୍ମୁଖ ରେ ସଦାପ୍ରଭୁଙ୍କର ନାମ ଘାଷେଣା କରାଇବି। ମୁଁ ଯାହାକୁ ଅନୁଗ୍ରହ କରେ ତାହାକୁ ଅନୁଗ୍ରହ କରିବିଓ ଯାହାକୁ ଦୟାକରେ ତାହାକୁ ଦୟା କରିବି।
20. କିନ୍ତୁ ତୁମ୍ଭେ ତୁମ୍ଭର ମୁଖ ଦେଖିପାରିବ ନାହିଁ। କାରଣ କହେି ମାେତେ ଦେଖିଲେ ଜୀବିତ ରହି ପାରିବେ ନାହିଁ।
21. ମାେ ନିକଟରେ ଏକ ଶୈଳ ଖଣ୍ଡ ପଡିଅଛି। ତୁମ୍ଭେ ସହେି ଶୈଳ ଉପରେ ଛିଡା ହବେ।
22. ତୁମ୍ଭ ନିକଟ ଦଇେ ଆମ୍ଭ ମହିମାର ଗମନ ସମୟରେ ମୁଁ ତୁମ୍ଭକୁ ଶୈଳର ସହେି ଛିଦ୍ର ରେ ରଖିବି ଓ ମୁଁ ଗମନର ଶଷେ ପର୍ୟ୍ଯନ୍ତ ଆପଣା ହସ୍ତ ରେ ତୁମ୍ଭକୁ ଆଛନ୍ନ କରିବି।
23. ଏହାପରେ ଆମ୍ଭେ ଆପଣା ହସ୍ତ କାଢି ନେଲେ, ତୁମ୍ଭେ ଆମ୍ଭର ପୃଷ୍ଠ ଦେଖିବ। ମାତ୍ର ଆମ୍ଭର ମୁଖ ଦେଖି ପାରିବ ନାହିଁ।