ରାଜା ଲେମୁଏଲଙ୍କ ମାତାଙ୍କର ଶବ୍ଦ
1.
2. ତୁମ୍ଭେ ହେଉଛ ମାରେ ପୁତ୍ର, ମୁଁ ଯାହାକୁ ଭଲପାଏ, ତୁମ୍ଭେ ହେଉଛ ସହେି ପୁତ୍ର ଯାହାକୁ ପାଇବା ପାଇଁ ମୁଁ ପ୍ରାର୍ଥନା କରିଥିଲି।
3. ତୁମ୍ଭେ ସ୍ତ୍ରୀ ଲୋକଙ୍କୁ ଆପଣାର ବଳ ଦିଅ ନାହିଁ। ସମାନେେ ରାଜାମାନଙ୍କୁ ଧ୍ବଂସ କଲେ।
4. ହେ ଲମୁଯଲେ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ୍ ନୁହେଁ। ଦ୍ରାକ୍ଷାରସ ପାନ କରିବା ଶାସକମାନଙ୍କ ପାଇଁ ଏହା ଉଚିତ୍ ନୁହେଁ।
5. ଯଦି ସମାନେେ ପାନ କରନ୍ତି, ସମାନେେ ସବୁ ନିଯମ ଭୁଲି ୟାଆନ୍ତି ଏବଂ ଗରୀବ ଲୋକମାନଙ୍କ ବିପକ୍ଷ ରେ ନ୍ଯାଯ କରନ୍ତି।
6. ମୃତକଳ୍ପ ଲୋକକୁ ଦ୍ରାକ୍ଷାରସ ଦିଅ ଓ ତିକ୍ତମନା ଲୋକକୁ ଦ୍ରାକ୍ଷାରସ ଦିଅ।
7. ସେ ଲୋକ ପାନକରି ଆପଣା ଦରିଦ୍ରତା ପାଶୋରନ୍ତୁ ଏବଂ ଆପଣା କ୍ଲେଶ ଭୁଲି ୟାଆନ୍ତୁ।
8. ତୁମ୍ଭର ପାଟି ଫିଟାଅ ଓ ସମାନଙ୍କେ ପାଇଁ କୁହ, ଯେଉଁମାନେ ସମାନଙ୍କେ ପାଇଁ କହିପାରିବେ ନାହିଁ, କଷ୍ଟ ରେ ଥିବା ଲୋକମାନଙ୍କର ଅଧିକାର ପାଇଁ କୁହ।
9. ମୁଖ ଫିଟାଇ ଯଥାର୍ଥ ବିଚାର କର। ଦୁଃଖୀ ଓ ଦରିଦ୍ରମାନଙ୍କର ସୁବିଚାର କର।
ଭର୍ଚୁଆଲ୍ ପତ୍ନୀ
10.
11. ତା'ର ସ୍ବାମୀର ହୃଦଯ ତାଠା ରେ ନିର୍ଭର କରେ। ସେ କଦାପି ଦରିଦ୍ର ହବେ ନାହିଁ।
12. ସେ ଜୀବନସାରା ସ୍ବାମୀର ମଙ୍ଗଳ କରେ। ସେ ତାଙ୍କୁ କବେେ ଅସୁବିଧା ରେ ପକାଏ ନାହିଁ।
13. ସେ ମଷେଲୋମ ମସିନା ଖାଜେି ସନ୍ତାଷେ ରେ ଆପଣା ହସ୍ତ ରେ କର୍ମ କରେ।
14. ସେ ବାଣିଜ୍ଯ ଜାହାଜ ପରି, ଦୂରରୁ ଆପଣା ଆହାର ଆଣେ।
15. ସେ ରାତ୍ର ଥାଉଥାଉ ଉେଠ, ଆପଣା ପରିଜନକଙ୍କୁ ଖାଦ୍ୟ ଓ ଦାସୀଗଣଙ୍କୁ ନିରୂପିତ କର୍ମ ଦିଏ।
16. ସେ କ୍ଷେତ୍ରର ବିଷଯ ବୁଝି ତାହା କିଣେ। ସେ ଆପଣା ହସ୍ତର ଫଳ ଦଇେ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ।
17. ସେ ଜଣେ ବଳବାନ୍ କାର୍ୟ୍ଯକାରୀ ସ୍ତ୍ରୀ ସେ ସବୁ ସମୟ କଠିନ ପରିଶ୍ରମ କରେ।
18. ଆପଣା ବ୍ଯାପାର ଯେ ଲାଭଜନକ, ଏହା ସେ ବୁଝେ। ପୁଣି ରାତ୍ରି କାଳ ରେ ତାହାର ପ୍ରଦୀପ ଲିଭିୟାଏ ନାହିଁ।
19. ସେ ନୋଟିକି ହାତ ବଢ଼ାଏ, ପୁଣି ତା'ର ହସ୍ତ ତାହା ପାଇଁ ବସ୍ତ୍ର ବୁଣେ।
20. ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତହସ୍ତା ହୁଏ ଓ ଦରିଦ୍ରମାନଙ୍କ ପ୍ରତି ଦୟା ଦଖାେଏ।
21. ସେ କବେେ ହେଲେ ନିଜର ପରିବାର ବିଷଯ ରେ ଶୀତ ଋତୁ ରେ ଦୁଃଖିନୀ ହୁଏ ନାହିଁ। ଯେତବେେଳେ ବରଫପାତ ହୁଏ କାରଣ ତାହାର ସମସ୍ତ ପରିବାର ଗରମ ବସ୍ତ୍ର ପିନ୍ଧନ୍ତି।
22. ସେ ଆପଣା ନିମନ୍ତେ ଚିତ୍ରବିଚିତ୍ର ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରେ। ସେ ଶୁଭ୍ର କ୍ଷୌମବସ୍ତ୍ର ପିନ୍ଧେ।
23. ଲୋକମାନେ ତା'ର ସ୍ବାମୀକୁ ସମ୍ମାନ କରନ୍ତି। ସେ ଦେଶର ଜଣେ ମୁଖିଆ ଅଟେ।
24. ସେ ଜଣେ ଉତ୍ତମ ବ୍ଯବସାଯୀ ସ୍ତ୍ରୀ ଅଟେ। ସେ ଲୁଗା ଓ ବେଲ୍ଟ୍ ପ୍ରସ୍ତୁତ କରେ ଓ ତାକୁ ବ୍ଯବସାଯୀମାନଙ୍କୁ ବିକେ।
25. ସେ ପ୍ରଶଂସା ରେ ଯୋଗ୍ଯା, ଲୋକମାନେ ତାଙ୍କୁ ସମ୍ମାନ କରନ୍ତି। ସେ ନୀର୍ଭିକ ଭାବେ ତା'ର ଭବିଷ୍ଯତ୍ ଦେଖିପା ରେ।
26. ସେ ଜ୍ଞାନପୂର୍ଣ୍ଣ କଥା କ ହେ। ସେ ଲୋକମାନଙ୍କୁ ଦୟା ଓ କରୁଣା ଶିକ୍ଷା ଦିଏ।
27. ସେ କବେେ ଅଳସୁଆ ହୁଏ ନାହିଁ। ସେ ତା'ର ଗୃହର ପ୍ରେତ୍ୟକକ ଦ୍ରବ୍ଯର ଯତ୍ନ ନିଏ।
28. ତା'ର ସନ୍ତାନମାନେ ତାକୁ ଧନ୍ଯ ବୋଲି କହନ୍ତି। ତା'ର ସ୍ବାମୀ ତା'ର ପ୍ରଶଂସା କରେ।
29. ବହୁତ ଭଲ ସ୍ତ୍ରୀଲୋକ ଅଛନ୍ତି। କିନ୍ତୁ ତୁମ୍ଭେ ସବୁଠାରୁ ଉତ୍ତମ।
30. ଲାବଣ୍ଯ ପ୍ରବଞ୍ଚନା ଜନକ ଓ ସୌନ୍ଦର୍ୟ୍ଯ ଅସାର, ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହବେ।
31. ସେ ପାଇବାର ଉପୟୁକ୍ତ ପୁରସ୍କାର ତାକୁ ଦିଅ। ତାକୁ ତା' ନିଜର କର୍ମ କରିବାକୁ ଛାଡ଼ିଦିଅ। ସେ ଯାହା କରିୟାଇଛି ଲୋକମାନଙ୍କ ନଗର ଦ୍ବାର ରେ ତାହାର ପ୍ରଶଂସା ଆଣିଦିଏ।