ଶଲୋମନଙ୍କର ଅଧିକ ଜ୍ଞାନୀ କଥା

1.

2. ବିଷଯ ଗୋପନ କରିବା ପରମେଶ୍ବରଙ୍କ ଗୌରବ। ଏହି ବିଷଯ ଅନୁସନ୍ଧାନ କରିବା ରାଜାଙ୍କର ଗୌରବ।

3. ଆକାଶର ଉଚ୍ଚତା ପୃଥିବୀର ଗଭୀରତା ପରି ରାଜାଙ୍କର ମନ ରେ କ'ଣ ଅଛି, ଆମ୍ଭେ ତାହା ବୁଝିପାରିବା ନାହିଁ।

4. ରୂପାର ଖାଦ କାଢ଼ି ପକାଅ, ତବେେ ସୁନାରି ଏକ ପାତ୍ର ତିଆରି କରିପାରିବ।

5. ରାଜାର ଉପସ୍ଥିତିରୁ ଦୁଷ୍ଟ ଉପଦେଷ୍ଟାମାନଙ୍କୁ ହଟାଇ ଦିଅ, ତା ହେଲେ ତାଙ୍କର ସିଂହାସନ ଧାର୍ମିକତା ରେ ସ୍ଥାପିତ ହବେ।

6. ରାଜାର ଛାମୁ ରେ ଆପଣାର ବଡ଼ିମା କର ନାହିଁ। ପ୍ରଧାନ ଲୋକଙ୍କ ସମୂହ ରେ ନିଜର ସ୍ଥାନ ପାଇଁ ଦାବି କର ନାହିଁ।

7. ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି। ତାହା ଛାମୁ ରେ ତୁମ୍ଭର ନୀଚୀକୃତ ହବୋ ଅପେକ୍ଷା ବରଂ ଏଠାକୁ ଆସ ବୋଲି କହିବା ଭଲ।

8. ବିବାଦ କରିବାକୁ ହଠାତ୍ ବାହାରକୁ ୟାଅ ନାହିଁ। ଯଦି କହେି ତୁମ୍ଭକୁ ଭୁଲ୍ ବୋଲି ପ୍ରମାଣିତ କରେ, ତବେେ ତୁମ୍ଭେ ଲଜ୍ଜିତ ହବେ।

9. ଯଦି ପ୍ରତିବେଶୀ ସହିତ ବିବାଦ ଅଛି, ତୁମ୍ଭେ ତୁମ୍ଭର ମକଦ୍ଦମା ପାଇଁ ତର୍କ କର, କିନ୍ତୁ ଅନ୍ୟର ଗୋପନୀଯତାକୁ ପ୍ରକଟ କର ନାହିଁ।

10. ଯଦି ତୁମ୍ଭେ କୌଣସି ଲୋକର ଗୋପନୀଯତାକୁ ପ୍ରକାଶ କର, ତବେେ ତୁମ୍ଭେ ଦୁର୍ନାମ ଅର୍ଜ୍ଜନ କରିବ। ତୁମ୍ଭର ଏହି ଦୁର୍ନାମ କବେେ ଦୂର ହବେ ନାହିଁ।

11. ଯଥା ସମୟରେ ଉଚିତ୍ କଥା କହିବା ଠିକ୍। ଏକ ସୁବର୍ଣ୍ଣର ସହେି ରୂପାର ରଚାଇ ରଖିବା ପରି।

12. ଯଦି ଜଣେ ଜ୍ଞାନୀ ଲୋକର ଗାଳି ପରି ଧ୍ଯାନ ଦିଅ, ଏହା ଖାଣ୍ଟି ସୁବର୍ଣ୍ଣର ମୁଦିଠାରୁ କିମ୍ବା ସବୁଠୁ ଖାଣ୍ଟି ସୁବର୍ଣ୍ଣର ଅନ୍ଯାନ୍ଯ ଅଳଙ୍କାରଠାରୁ ମୂଲ୍ଯବାନ ଅଟେ।

13. ଫସଲ ସମୟରେ ହିମର ଶୀଥିଳତା ଯେପରି, ପ୍ ରରକଗେଣ ପ୍ରତି ବିଶ୍ବସ୍ତ ଦୂତ ସପରେି। କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣ ରେ ଆଶ୍ବାସ ଦିଏ।

14. ବୃଷ୍ଟିହୀନ ମେଘ ଓ ବାଯୁ ଯେପରି ଅଟେ, ଦାନ ଦବୋ ପାଇଁ ପ୍ରତିଜ୍ଞା କରିବା ଏବଂ ନ ଦବୋ ହେଉଛି ଠିକ୍ ସହେିପରି।

15. ର୍ଧୈୟ୍ଯ କଥାବାର୍ତ୍ତା ମାଧ୍ଯମ ରେ ଜଣେ ଶାସକ ଶାନ୍ତି ଦବେ। ଭଦ୍ର କଥାବାର୍ତ୍ତା ଅଧିକ ଭାବରେ ଶକ୍ତିଶାଳୀ।

16. ମଧୁ ନିଶ୍ଚିତ ଉତ୍ତମ। ମାତ୍ର ତୁମ୍ଭର ଆବଶ୍ଯକତାଠାରୁ ଅଧିକ ନିଅ ନାହିଁ। ଯଦି ତୁମ୍ଭେ ଅଧିକ ଖାଇବ, ତବେେ ତୁମ୍ଭେ ଅସୁସ୍ଥ ହବେ।

17. ଠିକ୍ ସହେିପରି, ତୁମ୍ଭର ପ୍ରତିବେଶୀ ଗୃହକୁ ଅଧିକ ୟାଅ ନାହିଁ। ଯଦି ତୁମ୍ଭେ ଏପରି କର ତବେେ ସେ ତୁମ୍ଭକୁ ଘୃଣା କରିବ।

18. ଜଣେ ୟିଏ ତା'ର ପଡ଼ୋଶୀ ବିପକ୍ଷ ରେ ମିଥ୍ଯା ସାକ୍ଷ୍ଯ ଦିଏ, ସେ ଗଦା, ଖଡ୍ଗ ଓ ତୀକ୍ଷ୍ଣ ବାଣ ସ୍ବରୂପ ଭୟଙ୍କର ଅଟେ।

19. ଦୁର୍ଦ୍ଦଶା ସମୟରେ ବିଶ୍ବାସଘାତକ ଲୋକଠା ରେ ପ୍ରତ୍ଯଯେ, ଭଗ୍ନଦନ୍ତ ଓ ଖଞ୍ଜଖସା ଚରଣ ତୁଲ୍ଯ।

20. ଦୁଃଖିପୂର୍ଣ୍ଣ ଲୋକ ନିକଟରେ ଖୁସି ଗୀତ ଗାଇବା ଶୀତକାଳ ରେ ବସ୍ତ୍ର କାଢ଼ିନବୋ ଓ ସୋଢା ଉପ ରେ ଅମ୍ଳରସ ମିଶାଇବା ପରି ଅଟେ।

21. ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ। ସେ ଯବେେ ତୃଷିତ ହୁଏ, ତାହାକୁ ଜଳପାନ କରାଅ।

22. ତହିଁରେ ତୁମ୍ଭେ ତାହହାର ମସ୍ତକରେ ଜ୍ବଳନ୍ତ ଅଙ୍ଗାର ରାଶି କରି ଥୋଇବ। ପୁଣି ସଦାପ୍ରଭୁ ତୁମ୍ଭକୁ ପୁରସ୍କାର ଦବେେ।

23. ଯେପରି ଉତ୍ତରୀଯ ବାଯୁ ବୃଷ୍ଟିର ଉତ୍ପାଦକ, ସହେିପରି ଖଚୁଆର ଜିହ୍ବା କୋରଧ ଦୃଷ୍ଟିର ଉତ୍ପାଦକ।

24. କଳିହୁଡ଼ୀ ସ୍ତ୍ରୀ ସଙ୍ଗ ରେ ଏକା ଗୃହ ରେ ବାସ କରିବା ଅପେକ୍ଷା ଛାତର ଏକ କଣ ରେ ବାସ କରିବା ଭଲ।

25. ତୃଷିତ ପ୍ରାଣକୁ ଶୀତଳ ଜଳ ଯେପରି, ଦୂର ଦେଶରୁ ଆସିଥିବା ସୁସମାଚାର ସହେିପରି ଅଟେ।

26. ଗୋଳିଆ ଜଳାଶଯ ଓ ମଳିନ ନିର୍ଝର ଯେପରି ଅଟେ, ଦୁଷ୍ଟ ଆଗ ରେ ବିଚଳିତ ଧାର୍ମିକ ଠିକ୍ ସହେିପରି ଅଟେ।

27. ବହୁତ ମହୁ ଖାଇବା ଯେପରି ଉତ୍ତମ ନୁହେଁ। ସହେିପରି ମନୁଷ୍ଯମାନେ ଆପଣା ଗୌରବ ଅନୁସନ୍ଧାନ କରିବା ଭଲ ନୁହେଁ।

28. ଜଣେ ୟିଏ ନିଜକୁ ଆଯତ୍ତ କରିବାକୁ ଅସମର୍ଥ, ସେ ବିନା ପ୍ରାଚୀରର ନଗର ତୁଲ୍ଯ ଅଟେ।

Bibles

Books

Chapters