ସେ ପୁନରୁତ୍ଥିତ
1.
2. ସମାଧି ବନ୍ଦ କରିବା ପାଇଁ ତାର ପ୍ରବେଶ ଦ୍ବାର ରେ ଗୋଟିଏ ପଡ ପଥର ଦିଆ ଯାଇଥିଲା। ସ୍ତ୍ରୀ ଲୋକମାନେ ଦେଖିଲେ ଯେ ପଥରଟି ଗଡି ଯାଇଛି।
3. ସମାନେେ ଭିତରକୁ ଗଲେ। କିନ୍ତୁ ସମାନେେ ସଠାେରେ ପ୍ରଭୁ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ।
4. ସ୍ତ୍ରୀଲୋକମାନେ ଏ ଘଟଣାର ରହସ୍ଯ କିଛି ବୁଝିପାରିଲେ ନାହିଁ। ଏହି ଘଟଣା ରେ ସମାନେେ ବିସ୍ମିତ ହାଇଯୋଇଥିବା ସମୟରେ ଉଜ୍ଜ୍ବଳ ପୋଷାକ ପିନ୍ଧି ଦୁଇଜଣ ସ୍ବର୍ଗଦୂତ ସମାନଙ୍କେ ପାଖ ରେ ଠିଆ ହେଲେ।
5. ସ୍ତ୍ରୀ ଲୋକମାନେ ଖୁବ୍ ଡରିଗଲେ। ସମାନେେ ତାହାଙ୍କର ମୁଣ୍ଡ ନୂଆଁଇଲେ। ସହେି ଦୁଇଜଣ ଦୂତ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ ଜଣେ ମୃତ ଲୋକକୁ ଏଠା ରେ କାହିଁକି ଖୋଜୁଛ? ଏହା ତ ମୃତ ଲୋକମାନଙ୍କର ସ୍ଥାନ।
6. ଯୀଶୁ ଏଠା ରେ ନାହାଁନ୍ତି, ସେ ମୃତ୍ଯୁରୁ ଜୀବିତ ହାଇେ ଉଠିଛନ୍ତି। ସେ ଗାଲିଲୀ ରେ ଥିଲା ପର୍ୟ୍ଯନ୍ତ ତୁମ୍ଭମାନଙ୍କୁ କ'ଣ କହିଥିଲେ, ତାହା ତୁମ୍ଭମାନଙ୍କର ମନେ ପଡୁଛି କି?
7. ଯୀଶୁ କହିଥିଲେ ଯେ, ମନୁଷ୍ଯୁପୁତ୍ରଙ୍କୁ ଦୁଷ୍ଟ ଲୋକଙ୍କ ହାତ ରେ କୃଶ ରେ ମାରି ଦିଆୟିବା ପାଇଁ ଅବଶ୍ଯ ଦଇେ ଦିଆୟିବ। କିନ୍ତୁ ସେ ପୁଣି ମୃତ୍ଯୁରୁ ତୃତୀୟ ଦିନ ଜୀବିତ ହାଇେ ଉଠିବେ।
8. ତା'ପରେ ଯୀଶୁ ଯାହା କହିଥିଲେ, ସେ କଥା ସ୍ତ୍ରୀଲୋକମାନେ ମନେ ପକାଇଲେ।
9. ସହେି ସ୍ତ୍ରୀଲୋକମାନେ ସମାଧି ସ୍ଥାନ ଛାଡି ଏଗାର ଜଣ ପ୍ ରରେିତ ଓ ସମସ୍ତ ଅନ୍ୟ ଶିଷ୍ଯମାନଙ୍କ ପାଖ ରେ ଯାଇ ପହନ୍ଚିଲେ। ସମାଧି ଭିତ ରେ ଯାହା ଘଟିଥିଲା, ସତକେ ଗୋଟି ଗୋଟି କରି ସମାନଙ୍କେୁ କହିଲେ।
10. ସହେି ସ୍ତ୍ରୀ ଲୋକମାନଙ୍କ ମଧିଅରେ ମଗ୍ଦଲୀନୀ, ମରିୟମ, ଯୋହନ, ଯାକୁବଙ୍କ ମାଆ ମରିୟମ ଓ ଅନ୍ୟମାନେ ଥିଲେ। ଏମାନେ ପ୍ ରରେିତମାନଙ୍କୁ ସବୁ ବିଷୟ ଜଣାଇଲେ।
11. କିନ୍ତୁ ପ୍ ରରେିତମାନେ ସ୍ତ୍ରୀଲୋକମାନଙ୍କ କଥା ରେ ଆଦୌ ବିଶ୍ବାସ କଲେ ନାହିଁ। ସମାନଙ୍କେୁ ଏହା ପାଗଳ କଥାପରି ଲାଗିଲା।
12. କିନ୍ତୁ ପିତର ଉଠି ପଡିଲେ। ଏକଥା ଠିକ୍ କି ନୁହେଁ, ତାହା ଦେଖିବା ପାଇଁ ସେ ସମାଧି ପାଖକୁ ଦୌଡିଗଲେ। ସେ ଭିତରକୁ ଚାହିଁଲେ। କିନ୍ତୁ ସେ କବଳେ ଯୀଶୁଙ୍କ ଉପରେ ଘୋଡାଇ ଦିଆଯାଇଥିବା ଲୁଗାପଟି ସଠାେରେ ଦେଖିଲେ। ଯୀଶୁଙ୍କ ଶରୀର ସଠାେରେ ନଥିଲା। ଯାହ ଘଟି ଯାଇଥିଲା, ସେଥି ରେ ସେ ଆଶ୍ଚର୍ୟ୍ଯ ହାଇେ ଏକାକୀ ରହିବା ପାଇଁ ଚାଲିଗଲେ।
ଏମାଉସ୍ ପାଇଁ ରାସ୍ତା
13. ସହେିଦିନ ଯୀଶୁଙ୍କର ଦୁଇଜଣ ଶିଷ୍ଯ ଇମ୍ମାଯୁ ନାମକ ଗାଁକୁ ଯାଉଥିଲେ। ଏ ସ୍ଥାନ ୟିରୁଶାଲମଠାରୁ ପ୍ରାୟ ଏଗାର କିଲୋମିଟର ଦୂର।
14. ଯାହା ସବୁ ଘଟିଥିଲା, ସମାନେେ ସେ ବିଷୟ ରେ କଥାବାର୍ତ୍ତା ହେଉଥିଲେ।
15. ସେ ସବୁ ବିଷୟ ସମାନେେ ଆଲୋଚନା କଲା ବେଳେ ନିଜେ ଯୀଶୁ ତାହାଙ୍କ ପାଖକୁ ଆସିଲେ ଓ ତାହାଙ୍କ ସହିତ ଚାଲିବାକୁ ଲାଗିଲେ।
16. କିନ୍ତୁ ସେ ଦୁଇଜଣଙ୍କୁ ସେତବେେଳେ ଯୀଶୁଙ୍କୁ ଚିହ୍ନିବା ପାଇଁ ବାଧା ଦିଆଗଲା।
17. ତା'ପରେ ଯୀଶୁଙ୍କୁ ପଚାରିଲେ, ତୁମ୍ଭମାନେେ କାହା ବିଷୟ ରେ କଥାବାର୍ତ୍ତା କରୁଛ? ଦୁଇଜଣ ଯାକ ଅଟକିଗଲେ। ସମାନଙ୍କେର ମୁହଁ ଅତ୍ଯନ୍ତ ଦୁଃଖିତ ଦଖାେ ଯାଉଥିଲା।
18. ତାହାଙ୍କ ଭିତରୁ କ୍ଲୟେପା ନାମକ ଲୋକଟି ଉତ୍ତର ଦଲୋ, ତୁମ୍ଭେ ୟିରୁଶାଲମଠା ରେ ରହୁଥିବା ଜଣେ ମାତ୍ର ଲୋକ ଯେ କି ଗତ କେତଦେିନ ଭିତ ରେ ଘଟି ଯାଇଥିବା ଘଟଣାଗୁଡିକ ବିଷୟ ରେ କିଛି ଜାଣନାହିଁ।
19. ଯୀଶୁ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ କେଉଁ ଘଟଣା ଗୁଡିକ ବିଷୟ ରେ କହୁଛ?
20. କିନ୍ତୁ ଆମ୍ଭର ପ୍ରଧାନ ଯାଜକ ଓ ଶାସକମାନେ ତାହାଙ୍କୁ ମୃତ୍ଯୁଦଣ୍ଡ ଦିଆୟିବା ପାଇଁ ଅର୍ପଣ କରି ଦେଲେ ଏବଂ ତାହାଙ୍କୁ କୃଶ ରେ ବଧ କଲେ।
21. ସେ ହିଁ ୟିଏ ଇଶ୍ରାୟେଲକୁ ମୁକ୍ତ କରିବେ ବୋଲି ଆମ୍ଭମାନେେ ଆଶା ରଖିଥିଲୁ। କିନ୍ତୁ ସତେିକି ବେଳେ ଏସବୁ ଘଟଣା ଘଟିଗଲା। ଏସବୁ ଛଡା ବର୍ତ୍ତମାନ ଯୀଶୁଙ୍କୁ ହତ୍ଯା କରା ୟିବାର ତିନି ଦିନି ବିତି ଗଲାଣି।
22. କିନ୍ତୁ ଆଜି ଆମ୍ଭ ଦଳର କେତଜେଣ ସ୍ତ୍ରୀଲୋକ ଆମ୍ଭକୁ ଗୋଟିଏ ଆଶ୍ଚର୍ୟ୍ଯ ଜନକ କଥା କହିଲେ। ଯେଉଁ କବର ରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସହେି ସ୍ଥାନକୁ ସମାନେେ ଆଜି ଅତି ଭୋରରୁ ଯାଇଥିଲେ।
23. କିନ୍ତୁ ସମାନେେ ସଠାେରେ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ। ସମାନେେ ସଠାେରେ ସ୍ବର୍ଗଦୂତଙ୍କୁ ଦର୍ଶନ କରିଥିବା କଥା ମଧ୍ଯ ଆମ୍ଭକୁ ଫରେିଆସି କହିଲେ। ସ୍ବର୍ଗଦୂତମାନେ ସମାନଙ୍କେୁ ଯୀଶୁ ଜୀବିତ ଥିବା କଥା କହିଥିଲେ।
24. ତା'ପରେ ଆମ୍ଭ ଦଳ ଭିତରୁ କେତେ ଜଣ ମଧ୍ଯ ସମାଧି ପାଖକୁ ଗଲେ। ସ୍ତ୍ରୀଲୋକମାନଙ୍କୁ କହିବା ଅନୁସାରେ କବରଟି ମଧ୍ଯ ଖାଲି ଥିଲା, ସମାନେେ ଭିତରକୁ ଚାହିଁଲେ, କିନ୍ତୁ ସମାନେେ ଯୀଶୁଙ୍କୁ ସଠାେରେ ପାଇଲେ ନାହିଁ।
25. ତା'ପରେ ଯୀଶୁ ସହେି ଦୁଇଜଣ ଲୋକଙ୍କୁ କହିଲେ, ତୁମ୍ଭମାନେେ କେତେ ବୋକା। ଭବିଷ୍ଯଦ୍ବକ୍ତାମାନେ ଯାହାସବୁ କହିଥିଲେ, ସହେି ସତ୍ଯକୁ ବିଶ୍ବାସ କରିବା ରେ ତୁମ୍ଭମାନେେ କେତେ ମନ୍ଥର।
26. ଭବିଷ୍ଯଦ୍ବକ୍ତାମାନେ କହିଥିଲେ ଯେ, ଯୀଶୁ ତାହାଙ୍କ ମହିମା ରେ ପ୍ରବେଶ କରିବା ପୂର୍ବରୁ ଏଭଳି ଯାତନା ଭୋଗ କରିବେ।
27. ତା'ପରେ ଯୀଶୁ ଶାସ୍ତ୍ରମାନଙ୍କ ରେ ତାହାଙ୍କ ବିଷୟ ରେ ଯାହା ସବୁ ଲଖାେ ଯାଇଥିଲା, ସଗେୁଡିକୁ ଗୋଟି ଗୋଟି କରି ବୁଝାଇବାକୁ ଲାଗିଲେ। ଯୀଶୁ ମାଶାଙ୍କେ ପୁସ୍ତକରୁ ଆରମ୍ଭ କରି ଅନ୍ୟ ଭବିଷ୍ଯଦ୍ବକ୍ତାମାନଙ୍କ ପର୍ୟ୍ଯନ୍ତ ସମସ୍ତେ ତାହାଙ୍କ ବିଷୟ ରେ ଯାହାସବୁ କହିଥିଲେ, ସଗେୁଡିକ ବୁଝାଇ ଦେଲେ।
ଶିଷ୍ୟମାନଙ୍କ ଆଖି ଖୋଲିଲା
28.
29. କିନ୍ତୁ ସମାନେେ ବହୁତ ଆଗ୍ରହର ସହିତ ଯୀଶୁଙ୍କୁ ଅନୁରୋଧ କଲେ, ଆମ୍ଭ ସାଙ୍ଗ ରେ ରହିଯାଅ। ସନ୍ଧ୍ଯାକାଳ ହେଲାଣି ଦିନ ପ୍ରାୟ ସରିବା ଉପରେ। ତେଣୁ ଯୀଶୁ ସମାନଙ୍କେ ସହିତ ରହିବା ପାଇଁ ଘର ଭିତରକୁ ଗଲେ।
30. ଯୀଶୁ ସମାନଙ୍କେ ସହିତ ଖାଇବା ପାଇଁ ବସି ପଡିଲେ। ସେ ହାତ ରେ କିଛି ରୋଟୀ ଧରିଲେ। ସେ ଖାଦ୍ୟତକ ପାଇଁ ଧନ୍ଯବାଦ ଦେଲେ ଓ ରୋଟୀକୁ ଖଣ୍ଡ ଖଣ୍ଡ କରି ସମାନଙ୍କେୁ ଦେଲେ।
31. ସହେି ସମୟରେ ସହେି ଦୁଇଜଣଙ୍କର ଚକ୍ଷୁ ଖାଲିଦେିଆଗଲା ଓ ସମାନେେ ଯୀଶୁଙ୍କୁ ଚିହ୍ନି ପାରିଲେ। କିନ୍ତୁ ଯୀଶୁ ସମାନଙ୍କେ ସାମନାରୁ ଅଦୃଶ୍ଯ ହାଇଗେଲେ।
32. ତା'ପରେ ସମାନେେ ପରସ୍ପର କଥାବାର୍ତ୍ତା ହେଲେ, ଯେତବେେଳେ ଯୀଶୁ ଆମ୍ଭ ସହିତ ରାସ୍ତା ରେ କଥାବାର୍ତ୍ତା ହେଉଥିଲେ, ସେତବେେଳେ ଆମ୍ଭ ହୃଦୟ ଭିତ ରେ ଅଗ୍ନି ଜଳି ଉଠିବା ଭଳି ମନେ ହେଉଥିଲା। ସେ ଆମ୍ଭକୁ ଯେତବେେଳେ ଶାସ୍ତ୍ରର ବାସ୍ତବ ଅର୍ଥ ବୁଝାଉଥିଲେ, ତାହା ଆମ୍ଭକୁ ଉତ୍ତଜେିତ କରି ଦେଉଥିଲା।
33. ତା'ପରେ ସମାନେେ ଉଠି ପଡିଲେ ଓ ୟିରୁଶାଲମକୁ ଫରେିଗଲେ। ୟିରୁଶାଲମ ରେ ସମାନେେ ଯୀଶୁଙ୍କ ଶିଷ୍ଯଗଣ ଓ ଏଗାର ଜଣ ପ୍ ରରେିତଙ୍କୁ ଏକତ୍ରୀତ ହାଇେଥିବାର ଦେଖିଲେ।
34. ପ୍ ରରେିତ ଓ ଅନ୍ୟ ଶିଷ୍ଯମାନେ କହୁଥିଲେ, ପ୍ରକୃତ ରେ, ପ୍ରଭୁ ମୃତ୍ଯୁରୁ ଜୀବିତ ଉଠିଛନ୍ତି। ସେ ଶିମାନଙ୍କେୁ ଦଖାେ ଦଇେଛନ୍ତି।
35. ତା'ପରେ ଏହି ଦୁଇଜଣ ଲୋକ ରାସ୍ତା ରେ ଯାହାସବୁ ଘଟିଥିଲା, ସେ ସମସ୍ତ ସମାନଙ୍କେ ଆଗ ରେ ବର୍ଣ୍ଣନା କଲେ। ସମାନେେ କହିଲେ, ଯୀଶୁ ରୋଟୀ ବାଣ୍ଟିବା ସମୟରେ ସମାନେେ କିପରି ଯୀଶୁଙ୍କୁ ଚିହ୍ନିପାରିଲେ।
ଯୀଶୁ ନିଜ ଶିଷ୍ୟମାନଙ୍କ ନିକଟରେ ଦେଖାଦେଲେ
36.
37. ଏଥି ରେ ଶିଷ୍ଯମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଡରିଗଲେ। ସମାନେେ ଭାବିଲେ ଯେ, ସମାନେେ ଗୋଟିଏ ଭୂତ ଦେଖୁଛନ୍ତି।
38. କିନ୍ତୁ ଯୀଶୁ କହିଲେ, ତୁମ୍ଭମାନେେ କାହିଁକି ବ୍ଯସ୍ତ ହାଇେ ପଡୁଛ? ଯାହା ଦେଖୁଛ, ସେଥିଲେ କାହିଁକି ସନ୍ଦହେ କରୁଛ?
39. ମାେ ହାତକୁ ଚାହଁ। ମାେ ଗୋଡକୁ ଚାହଁ। ଏହା ମୁଁ! ମାେତେ ଛୁଅଁ, ତୁମ୍ଭମାନେେ ଦେଖ ଯେ ମାରେ ଏହା ଜୀବନ୍ତ ଶରୀର। ତୁମ୍ଭମାନେେ ମାେତେ ଯେପରି ଦେଖୁଛ, ଗୋଟିଏ ଭୂତର ସେ ଭଳି ଶରୀର ହାଇେ ପାରିବ ନାହିଁ।
40. ଯୀଶୁ ସମାନଙ୍କେୁ ଏହି କଥା କହି ସାରିବା ପରେ ସେ ସମାନଙ୍କେୁ ତାହାଙ୍କ ହାତ ଓ ଗୋଡର ଆଘାତ ସବୁ ଦଖାଇେଲେ।
41. ଶିଷ୍ଯମାନେ ବିସ୍ମିତ ହାଇଗେଲେ। ସମାନେେ ଯୀଶୁଙ୍କୁ ଶରୀର ରେ ଦେଖି ବହୁତ ଖୁସି ହାଇଗେଲେ। ତଥାପି ସମାନେେ ଯାହା ଦେଖିଲେ, ତାହା ବିଶ୍ବାସ କରି ପାରିଲେ ନାହିଁ। ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପାଖ ରେ କିଛି ଖାଇବା ପଦାର୍ଥ ଅଛି କି?
42. ସମାନେେ ଯୀଶୁଙ୍କୁ ଖଣ୍ଡେ ରନ୍ଧା ମାଛ ଦେଲେ।
43. ଶିଷ୍ଯମାନେ ଦେଖୁଥିବା ବେଳେ ଯୀଶୁ ମାଛ ନଇେ ଖାଇଲେ।
ଶାସ୍ତ୍ର ଖୋଲିଲା
44.
45. ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇଲେ। ତାହାଙ୍କ ବିଷୟ ରେ ଯାହା ସବୁ ଲଖାେ ଯାଇଥିଲା, ଯୀଶୁ ସମାନଙ୍କେୁ ସବୁ ବୁଝାଇଲେ।
46. ଯୀଶୁ ସମାନଙ୍କେୁ କହିଲେ, ଖ୍ରୀଷ୍ଟଙ୍କୁ ମାରି ଦିଆୟିବା ଓ ମୃତ୍ଯୁରୁ ତିନିଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲଖାେ ଅଛି।
47. ତୁମ୍ଭମାନେେ ଏସବୁ ଘଟଣା ଘଟିବାର ଦେଖିଲ। ତୁମ୍ଭମାନେେ ତା'ର ସାକ୍ଷୀ। ତୁମ୍ଭମାନେେ ଲୋକମାନଙ୍କ ପାଖକୁ ଯାଇ କୁହ । ଯେ ସମାନଙ୍କେର ପାପ ଗୁଡିକୁ କ୍ଷମା କରାଯାଇ ପାରିବ। ସମାନଙ୍କେୁ କୁହ ଯେ, ସମାନେେ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ।
48. ଯଦି ସମାନେେ ଏହା କରିବେ, ତବେେ ପରମେଶ୍ବର ସମାନଙ୍କେୁ କ୍ଷମା କରି ଦବେେ। ତୁମ୍ଭମାନେେ ୟିରୁଶାଲମରୁ ଆରମ୍ଭ କରିବ ଓ ମାେ ନାମ ରେ ଏଗୁଡିକ ପ୍ରଚାର କରିବ। ଏହି ସୁସମାଚାର ଓ ପୃଥିବୀ ରେ ନିଶ୍ଚୟ ସମସ୍ତଙ୍କୁ ଶୁଣଇେ ଦିଆୟିବ।
49. ଶୁଣ! ମାରେ ପରମପିତା ତୁମ୍ଭମାନଙ୍କୁ ଯାହା ପ୍ରତିଶ୍ରୁତି ଦଇେଛନ୍ତି, ମୁଁ ତାହା ତୁମ୍ଭମାନଙ୍କ ପାଖକୁ ପଠାଇବି। କିନ୍ତୁ ସ୍ବର୍ଗରୁ ସହେି ଶକ୍ତି ନପାଇବା ପର୍ୟ୍ଯନ୍ତ ତୁମ୍ଭମାନେେ ନିଶ୍ଚୟ ୟିରୁଶାଲମ ରେ ରହିବ।
ଆରୋହଣ
50. ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ୟିରୁଶାଲମରୁ ବେଥନିଆକୁ କଢାଇ ନଇଗେଲେ। ଯୀଶୁ ତାହାଙ୍କର ହାତ ଟକେି ଶିଷ୍ଯମାନଙ୍କୁ ଆଶୀର୍ବାଦ କଲେ।
51. ଯୀଶୁ ସମାନଙ୍କେୁ ଆଶୀର୍ବାଦ କରୁଥିବା ସମୟରେ ସେ ଶିଷ୍ଯମାନଙ୍କ ପାଖରୁ ଅଲଗା ହାଇଗେଲେ ଓ ତାହାଙ୍କୁ ସ୍ବର୍ଗକୁ ନିଆଗଲା।
52. ଶିଷ୍ଯମାନେ ସଠାେରେ ତାହାଙ୍କୁ ଆରାଧନା କଲେ। ତା'ପରେ ସମାନେେ ୟିରୁଶାଲମକୁ ଫରେିଗଲେ। ସମାନେେ ବହୁତ ଖୁସି ଥିଲେ।
53. ସମାନେେ ସବୁ ସମୟରେ ମନ୍ଦିର ରେ ରହି ପରମେଶ୍ବରଙ୍କ ସ୍ତୁତି କରୁଥିଲେ।