ଯୀଶୁ ପଣ୍ଟିୟ ପୀଲାତଙ୍କୁ ଦେଲେ

1. ସମସ୍ତେ ଉଠି ଠିଆ ହେଲେ। ସମାନେେ ଯୀଶୁଙ୍କ ପୀଲାତଙ୍କ ପାଖକୁ ନଇଗେଲେ।

2. ସମାନେେ ଯୀଶୁଙ୍କୁ ଦୋଷ ଦବୋକୁ ଲାଗିଲେ। ସମାନେେ ପୀଲାତଙ୍କୁ କହିଲେ, ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ୍ଭମାନେେ ଏହାଙ୍କୁ ଧରିଛୁ। ସେ ଲୋକମାନଙ୍କୁ କହୁଛନ୍ତି ଯେ କାଇସରଙ୍କୁ କର ଦବୋ ଉଚିତ ନୁହେଁ। ସେ ନିଜକୁ ଖ୍ରୀଷ୍ଟ, ଜଣେ ରାଜା ବୋଲି କହୁଛି।

3. ପୀଲାତ ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା?

4. ପୀଲାତ ପ୍ରଧାନ ଯାଜକ ଏବଂ ଲୋକମାନଙ୍କୁ କହିଲେ, ଏ ଲୋକର ମୁଁ କିଛି ଭୁଲ ଦେଖି ପାରୁନାହିଁ,

5. ସମାନେେ କିନ୍ତୁ ବାରମ୍ବାର କହିଲେ, ସେ ଲୋକଙ୍କ ମଧିଅରେ ଗୋଳମାଳ ସୃଷ୍ଟି କରୁଛନ୍ତି। ୟିହୂଦାର ଚାରିଆଡେ ସେ ଲୋକଙ୍କୁ ଉପଦେଶ ଦେଉଛନ୍ତି। ସେ ଏହା ଗାଲିଲୀ ରେ ଆରମ୍ଭ କରିଥିଲେ। ଏବେ ସେ ଏଠା ରେ ଅଛନ୍ତି।

ଯୀଶୁ ହେରୋଦଙ୍କୁ ସାମ୍ନା କଲେ

6. ପୀଲାତ ଏହା ଶୁଣି ପଚାରିଲେ, ଏହି ଲୋକ କ'ଣ ଗାଲିଲୀର?

7. ପୀଲାତ ଜାଣିଲେ ଯେ, ଯୀଶୁ ହରେୋଦଙ୍କ ଅଧିକାରକ୍ଷେତ୍ରର ଲୋକ। ହରେୋଦ ସହେି ସମୟରେ ୟିରୁଶାଲମ ରେ ଥିଲେ। ତେଣୁ ପୀଲାତ ଯୀଶୁଙ୍କୁ ତାହାଙ୍କ ପାଖକୁ ପଠାଇ ଦେଲେ।

8. େ ହରୋଦ ଯୀଶୁଙ୍କୁ ଦେଖି ବହୁତ ଖୁସି ହାଇଗେଲେ। େ ହରୋଦ ଯୀଶୁଙ୍କ ବିଷୟ ରେ ସବୁକଥା ଶୁଣି ସାରିଥିଲେ। ବହୁ ଆଗରୁ ଯୀଶୁଙ୍କୁ ଦେଖିବାକୁ ସେ ଇଚ୍ଛା କରିଥିଲେ। େ ହରୋଦ ଯୀଶୁଙ୍କର ଗୋଟିଏ ଆଶ୍ଚର୍ୟ୍ଯକର୍ମ ଦେଖିବାକୁ ଚାହୁଁଥିଲେ। ତେଣୁ ସେ ଆଶା କରୁଥିଲେ ଯେ, ତାହାଙ୍କ ଆଗ ରେ ଯୀଶୁ କିଛି ଆଶ୍ଚର୍ୟ୍ଯକର୍ମ ପ୍ରଦର୍ଶନ କରିବେ।

9. େ ହରୋଦ ଯୀଶୁଙ୍କୁ ଅନକେ ପ୍ରଶ୍ନ ପଚାରିଲେ। କିନ୍ତୁ ଯୀଶୁ କିଛି ଦେଲେ ଉତ୍ତର ଦେଲନୋହିଁ।

10. ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନେ ସଠାେରେ ଠିଆ ହାଇେଥିଲେ। ସମାନେେ ଯୀଶୁଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣି ଚିତ୍କାର କରି କହୁଥିଲେ।

11. ତା'ପରେ େ ହରୋଦ ଓ ତାହାଙ୍କ ସୈନ୍ଯମାନେ ଯୀଶୁଙ୍କୁ ପରିହାସ କଲେ। ତାହାଙ୍କୁ ରାଜକୀୟ ପୋଷାକ ପିନ୍ଧାଇ ଦଇେ ସମାନେେ ଉପହାସ କଲେ। ତାପରେ େ ହରୋଦ ପୀଲାତଙ୍କୁ ପାଖକୁ ଯୀଶୁଙ୍କୁ ପଠାଇଲେ।

12. ଅତୀତ ରେ ପିଲାତ ଓ ହରେୋଦଙ୍କ ମଧିଅରେ ବରାବର ଶତୃତା ଲାଗି ରହୁଥିଲା କିନ୍ତୁ ସହେି ଦିନରୁ ସେ ଦୁ ହେଁ ବନ୍ଧୁ ହାଇଗେଲେ।

ବାରବାସର ସ୍ଥାନ ନେବା

13.

14. ପୀଲାତ ସମାନଙ୍କେୁ କହିଲେ, ତୁମ୍ଭମାନେେ ଯୀଶୁଙ୍କୁ ମାେ ପାଖକୁ ଆଣିଛ। ତୁମ୍ଭମାମେେ କହୁଛ ଯେ ସେ ଲୋକଙ୍କ ମଧିଅରେ ଗୋଳମାଳ ସୃଷ୍ଟି କରୁଛନ୍ତି। କିନ୍ତୁ ମୁଁ ତୁମ୍ଭମାନଙ୍କ ସମସ୍ତଙ୍କ ଉପସ୍ଥିତି ରେ ତାହାଙ୍କୁ ପ୍ରଶ୍ନ କରିଛି। ତାହାଙ୍କ ଠା ରେ ମୁଁ କୌଣସି ଭୁଲ ଦେଖିପାରିଲି ନାହିଁ। ତୁମ୍ଭମାନେେ ଯାହା କହୁଛ, ଯୀଶୁ ସେଥି ରେ ଦୋଷୀ ନୁହଁନ୍ତି।

15. ତାଛଡା ହରେୋଦ ମଧ୍ଯ ତାହାଙ୍କଠା ରେ କୌଣସି ଭୁଲ ଦେଖି ନାହାଁନ୍ତି। ହରେୋଦ ଆମ୍ଭ ପାଖକୁ ଯୀଶୁଙ୍କୁ ପଠାଇ ଦଇେଛନ୍ତି। ଦେଖ, ଯୀଶୁ କିଛି ହେଲେ ଭୁଲ କାମ କରି ନାହାଁନ୍ତି। ତେଣୁ ତାହାଙ୍କୁ ବଧ କରିବା ଠିକ୍ ହବେନାହିଁ।

16. ତେଣୁ ତାହାଙ୍କୁ ସାମାନ୍ଯ ଦଣ୍ଡ ଦବୋପରେ ମୁଁ

17. ତାହାଙ୍କୁ ମୁକ୍ତ କରି ଚାଲିୟିବାକୁ ଅନୁମତି ଦବେି।

18. କିନ୍ତୁ ସବୁଲୋକେ ପାଟିକରି ଉଠିଲେ, ତାହାକୁ ମାରିଦିଅ। ବାରବ୍ବାକୁ ମୁକ୍ତ କରିଦିଅ।

19. ବାରବ୍ବା ନଗର ରେ ଦଙ୍ଗା ଆରମ୍ଭ କରିଥିବା ୟୋଗୁଁ ଓ କେତକେ ଲୋକଙ୍କୁ ହତ୍ଯା କରିଥିବା ଯୋଗୁଁ କାରାଗାର ରେ ବନ୍ଦୀ ହାଇେ ରହିଥିଲା।

20. ପୀଲାତ ଯୀଶୁଙ୍କୁ ମୁକ୍ତ କରି ଦବୋକୁ ଚାହୁଁଥିଲେ। ତେଣୁ ପୁଣିଥରେ ପୀଲାତ ସମାନଙ୍କେୁ କହିଲେ ଯେ ସେ ଯୀଶୁଙ୍କୁ ଛାଡି ଦବେେ।

21. କିନ୍ତୁ ଲୋକମାନେ ଚିତ୍କାର କରି କହିଲେ, ତାହାଙ୍କୁ ମାରିଦିଅ। ତାହାଙ୍କୁ କୃଶ ରେ ଚଢାଇ ମାରିଦିଅ।

22. ତୃତୀୟ ଥର ପାଇଁ ପୀଲାତ ସମାନଙ୍କେୁ କହିଲେ, କାହିଁକି, ସେ କ'ଣ ଭୁଲ କରିଛନ୍ତି? ସେ ଦୋଷୀ ନୁହନ୍ତି। ତାହାଙ୍କୁ ମୃତ୍ଯୁଦଣ୍ଡ ଦବୋପାଇଁ ମୁଁ କୌଣସି କାରଣ ଦେଖି ପାରୁନାହିଁ। ତେଣୁ ତାହାଙ୍କୁ ସାମାନ୍ଯ ଦଣ୍ଡ ଦବୋ ପରେ ମୁଁ ତାହାଙ୍କୁ ଛାଡି ଦବେି।

23. କିନ୍ତୁ ଲୋକମାନେ ଚିତ୍କାର କରିବାକୁ ଲାଗିଲେ। ସମାନେେ ଦାବି କଲେ ଯେ ଯୀଶୁଙ୍କୁ କୃଶ ରେ ଚଢାଇ ମାରିଦିଅ। ସମାନଙ୍କେର ପାଟିତୁଣ୍ଡ ଏତେ ତୀବ୍ର ହେଲା ଯେ,

24. ପୀଲାତ ଲୋକଙ୍କ ଇଚ୍ଛା ଅନୁଯାଯୀ ନିର୍ଣ୍ଣୟ ନେଲେ।

25. ଲୋକମାନେ ବାରବ୍ବାକୁ ମୁକ୍ତ ହାଇେ ଚାଲିୟିବାକୁ ଚାହୁଁଥିଲେ। ବାରବ୍ବା ନରହତ୍ଯା ଓ ବିଦ୍ରୋହ ଅପରାଧ ରେ କାରାଗାର ରେ ଥିଲା। ପୀଲାତ ବାରବ୍ବାଙ୍କୁ ମୁକ୍ତ କରି ଦେଲେ। ପୀଲାତ ଯୀଶୁଙ୍କୁ ମାରିଦବୋ ପାଇଁ ଲୋକମାନଙ୍କ ହାତ ରେ ସମର୍ପି ଦେଲେ। ଲୋକମାନେ ତାହା ଚାହୁଁଥିଲେ।

ଏକ କ୍ରୁଶରେ ରାଜା

26.

27. ବହୁ ସଂଖ୍ଯା ରେ ଲୋକେ ଯୀଶୁଙ୍କ ପେଛ ପେଛ ଗଲେ। କେତକେ ସ୍ତ୍ରୀଲୋକ ଦୁଃଖ କରିଥିଲେ ଓ କାନ୍ଦୁଥିଲେ। ସମାନେେ ଯୀଶୁଙ୍କ ପାଇଁ ଦୁଃଖ ଅନୁଭବ କରୁଥିଲେ।

28. କିନ୍ତୁ ଯୀଶୁ ବୁଲିପଡି ସହେି ସ୍ତ୍ରୀଲୋକମାନଙ୍କୁ କହିଲେ, ହେ ୟିରୁଶାଲମର ନାରୀଗଣ! ମାେ ପାଇଁ କାନ୍ଦ ନାହିଁ। ତୁମ୍ଭମାନେେ ନିଜ ପାଇଁ ଓ ନିଜ ପିଲାମାନଙ୍କ ପାଇଁ କାନ୍ଦ।

29. ଏବେ ସମୟ ଆସୁଛି, ଯେତବେେଳେ ଲୋକମାନେ କହିବେ, ' ଯେଉଁ ସ୍ତ୍ରୀଲୋକମାନଙ୍କର ସନ୍ତାନସନ୍ତତି ନାହାଁନ୍ତି, ସମାନେେ ସୁଖୀ। ଯେଉଁ ସ୍ତ୍ରୀଲୋକମାନେ ବନ୍ଧ୍ଯା, ସମାନେେ ଧନ୍ଯ। ଯେଉଁ ସ୍ତ୍ରୀଲୋକମାନେ ସନ୍ତାନ ସନ୍ତତିକୁ ଜନ୍ମ ଦଇେ ନାହାଁନ୍ତି ଏବଂ ତାହାଙ୍କର ଯତ୍ନ ନଇେ ନାହାଁନ୍ତି, ସମାନେେ ଧନ୍ଯ।'

30. ତା'ପରେ ଲୋକମାନେ ପର୍ବତକୁ କହିବେ, ଆମ୍ଭ ଉପରେ ଖସିପଡ ଲୋକେ ପାହାଡକୁ କହିବେ, 'ଆମ୍ଭକୁ ଘୋଡଇେ ଦିଅ।'

31. ବର୍ତ୍ତମାନ ସମୟରେ ଯେତବେେଳେ ଜୀବନ ଭଲ ରେ କଟୁଛି, ସେତବେେଳେ ଲୋକେ ଯଦି ଏଭଳି ବ୍ଯବହାର କରିବେ, ତବେେ ଯେତବେେଳେ ଖରାପ ସମୟ ଆସିବ, ସେତବେେଳେ ଅବସ୍ଥା କ'ଣ ହବେ?

32. ଯୀଶୁଙ୍କ ସହିତ ମୃତ୍ଯୁ ଦଣ୍ଡ ଦିଆୟିବା ପାଇଁ ଆଉ ଦୁଇଜଣ ଅପରାଧୀଙ୍କୁ ମଧ୍ଯ ନିଆ ଯାଉଥିଲା।

33. 'କପାଳ' ନାମକ ସ୍ଥାନକୁ ଯୀଶୁ ଓ ସହେି ଦୁଇଜଣ ଅପରାଧୀଙ୍କୁ ମଧ୍ଯ ନିଆଗଲା। ସଠାେରେ ସୈନ୍ଯମାନେ ଯୀଶୁଙ୍କୁ କୃଶବିଦ୍ଧ କଲେ। ସମାନେେ ସହେି ଅପରାଧୀମାନଙ୍କ ମଧ୍ଯରୁ ଜଣକୁ ଯୀଶୁଙ୍କ ଡାହାଣ ପାଖ ରେ ଓ ଅନ୍ୟ ଜଣକୁ ଯୀଶୁଙ୍କ ବାମ ପାଖ ରେ ରଖିଲେ।

34. ଯୀଶୁ କହିଲେ, ହେ ପରମପିତା, ଯେଉଁ ଲୋକମାନେ ମାେତେ ହତ୍ଯା କରୁଛନ୍ତି, ସମାନଙ୍କେୁ କ୍ଷମା କର। କାରଣ ସମାନେେ କ'ଣ କରୁଛନ୍ତି, ତାହା ସମାନେେ ଜାଣନ୍ତି ନାହିଁ।

35. ଲୋକମାନେ ସଠାେରେ ଠିଆ ହାଇେ ଯୀଶୁଙ୍କୁ ଲକ୍ଷ୍ଯ କରୁଥିଲେ। ଯିହୂଦୀ ନେତାମାନେ ଯୀଶୁଙ୍କୁ ଉପହାସ କରୁଥିଲେ। ସମାନେେ କହୁଥିଲେ, ଯଦି ସେ ପରମେଶ୍ବରଙ୍କ ଦ୍ବାରା ମନୋନୀତ ଖ୍ରୀଷ୍ଟ, ତବେେ ନିଜକୁ ରକ୍ଷା କରନ୍ତୁ। ସେ ଅନ୍ୟ ଲୋକଙ୍କୁ ରକ୍ଷା କରିଥିଲେ। ନୁହେଁ କି?

36. ଏପରିକି ସୈନ୍ଯମାନେ ଯୀଶୁଙ୍କ ପ୍ରତି ଉପହାସ କଲେ ଓ ତାହାଙ୍କୁ ଥଟ୍ଟା କରିଲେ। ସମାନେେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଅମ୍ଲରସ ଯାଚିଲେ।

37. ସୈନ୍ଯମାନେ କହିଲେ, ତୁମ୍ଭେ ଯଦି ଯିହୂଦୀମାନଙ୍କର ରାଜା, ତବେେ ନିଜକୁ ରକ୍ଷା କର।

38. କୃଶ ରେ ଉପରି ଭାଗ ରେ ଲଖାେ ଯାଇଥିଲା: ଏ ଯିହୂଦୀ ମାନଙ୍କର ରାଜା।

39. ଝୁଲୁଥିବା ଅପରାଧୀ ଦୁହିଁଙ୍କ ଭିତରୁ ଜଣେ ଯୀଶୁଙ୍କୁ ନିନ୍ଦାକରି କହିବାକୁ ଲାଗିଲା, ତୁମ୍ଭେ କ'ଣ ଖ୍ରୀଷ୍ଟ ନୁହଁ? ତବେେ ତୁମ୍ଭେ ନିଜକୁ ରକ୍ଷା କର ଓ ଆମ୍ଭକୁ ମଧ୍ଯ ରକ୍ଷା କର।

40. କିନ୍ତୁ ଅନ୍ୟ ଅପରାଧୀଟି ତାହାକୁ ଗାଳି କରି କହିଲା, ତୁ କ'ଣ ପରମେଶ୍ବରଙ୍କୁ ମଧ୍ଯ ଭୟ କରୁନାହୁଁ? ଆମ୍ଭମାନେେ ଖୁବ୍ ଶୀଘ୍ର ମରିବାକୁ ଯାଉଛୁ।

41. ତୁ ଓ ମୁଁ ଉଭୟ ଅପରାଧୀ। ଆମ୍ଭେ ଦୋଷ କରିଥିଲୁ। ତେଣୁ ଆମ୍ଭେ ଯାହା ପାଇବାକୁ ଯୋଗ୍ଯ ଆମ୍ଭେ ତାହା ପାଇଛୁ। କିନ୍ତୁ ଏହି ଲୋକ କୌଣସି ଦୋଷ କରି ନାହାନ୍ତି।

42. ତା'ପରେ ସହେି ଅପରାଧୀଟି ଯୀଶୁଙ୍କୁ କହିଲା, ଯୀଶୁ, ଆପଣ ଯେତବେେଳେ ରାଜା ଭାବରେ ଆପଣଙ୍କ ଶାସନ ଆରମ୍ଭ କରିବେ, ସେତବେେଳେ ମାେତେ ମନେ ପକାଇବେ।

43. ଯୀଶୁ ତାହାକୁ କହିଲେ, ଶୁଣ! ମୁଁ ଯାହା କହୁଛି ତାହା ସତ୍ଯ। ଆଜି ତୁମ୍ଭେ ମାେ ସହିତ ପାରାଦୀଶ ରେ ପ୍ରବେଶ କରିବ।

ଯୀଶୁ କ୍ରୁଶରେ ମୃତ୍ୟୁ ବରଣ କଲେ

44. ସେତବେେଳେ ପ୍ରାୟ ଦିନ ଦ୍ବିପ୍ରହର ହାଇେଥିଲା। କିନ୍ତୁ ଅପରାହ୍ନ ତିନିଟା ପର୍ୟ୍ଯନ୍ତ ସମଗ୍ର ଅଞ୍ଚଳ ଅନ୍ଧକାରମୟ ହାଇଗେଲା।

45. ସୂର୍ୟ୍ଯ ଦଖାଯାେଉ ନଥିଲେ। ମନ୍ଦିରର ପରଦା ଦୁଇଖଣ୍ଡ ହାଇେ ଚିରିଗଲା।

46. ଯୀଶୁ ପାଟିକରି କହିଲେ, ହେ ପରମପିତା, ମୁଁ ମାରେ ଆତ୍ମା ତୁମ୍ଭକୁ ଦେଉଛି। ଏହା କହିବା ପରେ ଯୀଶୁ ପ୍ରାଣ ତ୍ଯାଗ କଲେ।

47. ସନୋଧ୍ଯକ୍ଷ ସଠାେରେ ଯାହା ଘଟିଲା, ଦେଖିଲେ। ସେ ଏହି କଥା କହି ପରମେଶ୍ବରଙ୍କୁ ପ୍ରଶଂସା କଲେ, ମୁଁ ଜାଣେ ଯେ, ଏହି ମନୁଷ୍ଯ ଜଣେ ଉତ୍ତମ ବ୍ଯକ୍ତି ଥିଲେ!

48. ଅନକେ ଲୋକ ଏହି ଘଟଣା ଦଖାବୋକୁ ନଗରରୁ ବାହାରି ଆସିଥିଲେ। ଏସବୁ ଦେଖି ସମାନେେ ଅତ୍ଯନ୍ତ ଦୁଃଖ ପ୍ରକାଶ କଲେ ଏବଂ ଶଷେ ରେ ସମାନେେ ଫରେିଗଲେ।

49. ଯୀଶୁଙ୍କର ଅନ୍ତରଙ୍ଗ ବନ୍ଧୁମାନେ ସଠାେରେ ଉପସ୍ଥିତ ଥିଲେ। ତା'ଛଡା ଯୀଶୁଙ୍କୁ ଗାଲିଲୀରୁ ଅନୁସରଣ କରି ଆସିଥିବା ଅନକେ ସ୍ତ୍ରୀ ଲୋକ ସଠାେରେ ଥିଲେ। ସମାନେେ କୃଶଠାରୁ ଦୂର ରେ ଠିଆ ହାଇେ ଏସବୁ ଦେଖୁଥିଲେ।

ଯୀଶୁ ଯୋଷେଫଙ୍କ ସମାଧିରେ ସମାଧି ଦେଲେ

50.

51. ଅନ୍ୟ ଯିହୂଦୀ ନେତାମାନେ ଯୀଶୁଙ୍କୁ ହତ୍ଯା କରିବାକୁ ସ୍ଥିର କଲା ବେଳେ ସେ ସେଥି ରେ ରାଜି ହାଇନେଥିଲେ।

52. ୟୋ ସଫେ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶରୀରକୁ ମାଗିଲେ। ପୀଲାତ ୟୋ ସଫଙ୍କେୁ ସେଥିପାଇଁ ଅନୁମତି ଦେଲେ।

53. ତେଣୁ ୟୋ ସଫେ ଯୀଶୁଙ୍କ ଶରୀରକୁ କୃଶ ଉପରୁ ତଳକୁ ଓହ୍ଲାଇ ଆଣିଲେ। ତାହା ଗୋଟିଏ ଲୁଗା ରେ ସେ ଘୋଡାଇ ଦେଲେ। ସେ ଯୀଶୁଙ୍କ ଶରୀରକୁ ନଇେ ପାହାଡକାନ୍ଥ ରେ ଖୋଳା ହାଇେଥିବା ଓ ପୂର୍ବରୁ କବେେ ବ୍ଯବହୃତ ହାଇନେଥିବା କବର ମଧିଅରେ ରଖିଲେ।

54. ଏହା ପ୍ରସ୍ତୁତି ଦିବସର ଶଷେ ସମୟ ଥିଲା। ବିଶ୍ରାମଦିବସ ପାଖଇେ ଆସୁଥିଲା।

55. ଯେଉଁ ସ୍ତ୍ରୀ ଲୋକମାନେ ଯୀଶୁଙ୍କୁ ଅନୁସରଣ କରି ତାହାଙ୍କ ସହିତ ଗାଲିଲୀରୁ ଆସିଥିଲେ, ସମାନେେ ୟୋ ସଫଙ୍କେ ପେଛ ପେଛ ଗଲେ। ସମାନେେ ଯାଇ କବରଟି ଦେଖିଲେ। । ଭିତ ରେ ଯେଉଁ ସ୍ଥାନ ରେ ଶରୀରଟି ରଖାଗଲା, ସହେି ସ୍ଥାନଟି ମଧ୍ଯ ସମାନେେ ଦେଖିଲେ।

56. ତା'ପରେ ସହେି ସ୍ତ୍ରୀ ଲୋକମାନେ ଯୀଶୁଙ୍କ ଶରୀର ରେ ଲଗାଇବା ପାଇଁ ସୁଗନ୍ଧିତ ଦ୍ରବ୍ଯ ପ୍ରସ୍ତୁତ କରିବାକୁ ସଠାରୁେ ଚାଲିଗଲେ।

Bibles

Books

Chapters