ମହାନ ବାବିଲର ପତନ
1.
2. ସେ ଦୂତ ବହୁତ ଉଚ୍ଚ ସ୍ବର ରେ ପାଟିକରି କହିଲେ :
3. ପୃଥିବୀର ସବୁ ଲୋକମାନେ ତା'ର ବ୍ଯଭିଚାର ପାପର ଓ ପରମେଶ୍ବରଙ୍କର କୋରଧର ସୁରାପାନ କରିଛନ୍ତି। ପୃଥିବୀର ରାଜାମାନେ ତା'ସହିତ ବ୍ଯଭିଚାର ପାପ କାର୍ୟ୍ଯ କରିଛନ୍ତି। ସଂସାରର ବ୍ଯବସାଯୀମାନେ ତାହାର ଧନ ରେ ଧନବାନ୍ ହାଇେଛନ୍ତି।
4. ତା'ପରେ ମୁଁ ସ୍ବର୍ଗରୁ ଆଉ ଏକ ସ୍ବର ଶୁଣିଲି
5. ସ୍ବର୍ଗ ଯେତେ ଉଚ୍ଚ, ତହାର ପାପକାର୍ୟ୍ଯ ସତେିକି ଉଚ୍ଚ ହେଲାଣି। ପରମେଶ୍ବର ତା'ର ଭୁଲ କାମଗୁଡ଼ିକ ଭୁଲି ନାହାଁନ୍ତି। ସେ ତା'ର କୁକର୍ମ ସବୁ ମନେ ପକାଇଲାଣି।
6. ସେ ନଗର ଅନ୍ୟମାନଙ୍କର ଯେପରି କ୍ଷତି କରିଛି, ତାହାର ସହେି ପ୍ରକାର କ୍ଷତି ହବେ। ତା'ର କୁକର୍ମ ପାଇଁ ତାହାକୁ ଦୁଇ ଗୁଣ ଅଧିକ ପ୍ରତିଫଳ ଦିଆୟିବ। ସେ ନଗର ଅନ୍ୟମାନଙ୍କୁ ଯେପରି ସୁରା ଦଇେଛି, ତା'ନିମନ୍ତେ ତା' ଅପେକ୍ଷା ଦୁଇଗୁଣ ଅଧିକ ନିଶାୟୁକ୍ତ ସୁରା ପ୍ରସ୍ତୁତ କରାୟିବ ଓ ତାହାକୁ ପାନ କରିବାକୁ ଦିଆୟିବ।
7. ସେ ଯେପରି ନିଜେ ଭୋଗବିଳାସ ଓ ଆମାଦେ ପ୍ରମାଦେ ରେ ଜୀବନ ବିତାଇଛି, ସହେିପରି ତାହାକୁ ଅଧିକ ପରିମାଣ ରେ ୟନ୍ତ୍ରଣା ଓ ବ୍ଯଥା ଭୋଗିବାକୁ ଦିଆୟିବ। ସେ ନିଜେ ଗର୍ବ ରେ କ ହେ, ମୁଁ ରାଣୀ ପରି ସିଂହାସନ ରେ ବସିଛି। ମୁଁ ବିଧବା ନୁହେଁ, ମୁଁ କବେେ ଶାେକ କରିବି ନାହିଁ।
8. ସେଥିପାଇଁ ଗୋଟିଏ ଦିନ ଭିତ ରେ ଏହି କ୍ଲେଶ ତାକୁ ଆକ୍ରମଣ କରିବ : ମୃତ୍ଯୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା। ସେ ଅଗ୍ନି ରେ ଜଳିୟିବ, କାରଣ ପ୍ରଭୁ ପରମେଶ୍ବର ତା'ର ବିଚାର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି।
ବିଶ୍ୱ ବାବିଲର ପତନକୁ ଶୋକ କରେ
9.
10. ସହେି ରାଜାମାନେ ଯେତବେେଳେ ତାହାର ୟନ୍ତ୍ରଣା ଦେଖିବେ, ସେତବେେଳେ ସମାନେେ ଭୟ କରିବେ ଏବଂ ତା'ଠାରୁ ବହୁତ ଦୂର ରେ ରହିବେ। ସମାନେେ କହିବେ :
11. ଏହି ଜଗତର ବ୍ଯବସାଯୀମାନେ ତା'ପାଇଁ ବିଳାପ ଓ ଦୁଃଖ କରିବେ। ସମାନେେ ଦୁଃଖ ଅନୁଭବ କରିବେ, କାରଣ ସମାନଙ୍କେର ବାଣିଜ୍ଯଦ୍ରବ୍ଯ ଏହାପରେ କହେି କିଣିବେ ନାହିଁ।
12. ସମାନେେ ସୁନା, ରୂପା, ମୂଲ୍ଯବାନ ପଥର, ମୁକ୍ତା, ସୂକ୍ଷ୍ମ ରେଶମବସ୍ତ୍ର, ବାଇଗଣି ରଙ୍ଗର ବସ୍ତ୍ର ; ରେଶମୀ ଓ ଲାଲ ବସ୍ତ୍ର ; ପ୍ରେତ୍ୟକକ ପ୍ରକାରର ଚନ୍ଦନ ଆଦି ସୁବାସିତ କାଠଜିନିଷ ; ହାତୀ ଦାନ୍ତର ପଦାର୍ଥମାନ, ମୂଲ୍ଯବାନ୍ କାଠ, ପିତ୍ତଳ, ଲୌହ ଓ ମର୍ମର ପଥର ରେ ନିର୍ମିତ ଶିଳ୍ପ, ଦ୍ରବ୍ଯ ;
13. ଦାରୁଚିନି ପ୍ରଭୃତି ସୁଗନ୍ଧି ମସଲା ; ଅତର, ଧୂପ, ମଲମ, ସୁଗନ୍ଧି ଧୂପ, ମଦ୍ଯ, ଜୀତତୈଳ, ମଇଦା, ଗହମ, ଗୃହପାଳିତ ତୃଣଭୋଜୀ ପଶୁ, ମଷେ, ଘୋଡ଼ା, ରଥ, ଏବଂ ମନୁଷ୍ଯମାନଙ୍କର ଶରୀର ଓ ପ୍ରାଣ ସବୁ ବିକ୍ରୀ କରନ୍ତି। ତେଣୁ ବ୍ଯବସାଯୀମାନେ କାନ୍ଦିବେ ଓ କହିବେ :
14. ହେ ବାବିଲ ! ତୁମ୍ଭେ ଯେଉଁ ଉତ୍ତମ ଜିନିଷ ଚାହୁଁଥିଲ, ସେସବୁ ତୁମ୍ଭଠାରୁ ଚାଲିଯାଇଛି। ତୁମ୍ଭର ସବୁ ସୌଖିନ ଓ ମ ନୋହରୀ ଦ୍ରବ୍ଯମାନ ତୁମ୍ଭଠାରୁ ଉଭଇେ ଯାଇଛି। ତୁମ୍ଭେ ସେସବୁ ଆଉ କବେେ ପାଇବ ନାହିଁ।
15. ବ୍ଯବସାଯୀମାନେ ତା'ର ଦୁଃଖ ୟନ୍ତ୍ରଣା ଦେଖି ଭୟ କରିବେ ଓ ତା'ଠାରୁ ବହୁ ଦୂର ରେ ଠିଆ ହବେେ। ସହେି ଲୋକମାନେ ତାହାକୁ ସହେି ମୂଲ୍ଯବାନ୍ ଜିନିଷ ବିକ୍ରିକରି ଧନୀ ହାଇେଥିଲେ। ତେଣୁ ସମାନେେ କାନ୍ଦିବେ ଓ ଦୁଃଖ କରିବେ।
16. ସମାନେେ କହିବେ :
17. ଘଣ୍ଟାକ ମଧିଅରେ ଏହି ସମସ୍ତ ବିଶାଳ ସମ୍ପତ୍ତି ନଷ୍ଟ କରିଦିଆଗଲା।
18. ସମାନେେ ତା'ର ଜଳୁଥିବାର ଧୂଆଁ ଦେଖିଲେ। ସମାନେେ ଉଚ୍ଚ ସ୍ବର ରେ କହିଲେ, ଏହି ମହାନଗରୀ ପରି ଅନ୍ୟ କୌଣସି ନଗରୀ ନାହିଁ।
19. ସମାନେେ ନିଜନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସମାନେେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସମାନେେ ଉଚ୍ଚ ସ୍ବର ରେ କହିଲେ :
20. ହେ ସ୍ବର୍ଗ ! ହେ ପରମେଶ୍ବରଙ୍କର ପବିତ୍ର ଲୋକମାନେ, ଭବିଷ୍ଯଦ୍ ବକ୍ତାଗଣ ଏବଂ ପ୍ ରରେିତଗଣ ! ମହାନଗରୀର ଧ୍ବଂସ ରେ ଆନନ୍ଦ ଉଲ୍ଲାସ କର। ସେ ତୁମ୍ଭକୁ ଯେଉଁ କଷ୍ଟ ଦଇେଛି, ସେଥିପାଇଁ ପରମେଶ୍ବର ତାହାକୁ ଦଣ୍ଡ ଦଇେଛନ୍ତି।
ବାବିଲର ପତନର ଅନ୍ତିମତା
21.
22. ତୋ'ଠା ରେ କହେି ହେଲେ ଆଉ ଲୋକମାନଙ୍କର ବୀଣାର ସଙ୍ଗୀତ ଓ ବଂଶୀ, ତୂରୀ ଭଳି ଅନ୍ୟ ବାଦ୍ଯୟନ୍ତ୍ର ଶୁଣିବେ ନାହିଁ। ତୋ'ଠା ରେ କୌଣସି ଶିଳ୍ପର କାରିଗରମାନେ ଆଉ ଦଖାେଯିବେ ନାହିଁ। ତୋ'ଠା ରେ ଚକିପଷୋର ଶବ୍ଦ ଆଉ କବେେ ହେଲେ ଶୁଣାୟିବ ନାହିଁ।
23. ତୋ ପାଖ ରେ ଦୀପର ଆଲୋକ ଆଉ ଜଳିବ ନାହିଁ। ତୋ'ପାଖ ରେ ବରକନ୍ଯାଙ୍କର ଆନନ୍ଦର ଧ୍ବନି ଆଉ କବେେ ହେଲେ ଶୁଣାୟିବ ନାହିଁ। ତୋ'ର ବ୍ଯବସାଯୀମାନେ ପୃଥିବୀର ବହୁତ ମହାନ୍ ଲୋକ ଥିଲେ। ସମସ୍ତ ଦେଶଗୁଡ଼ିକ ତୋ'ର ଯାଦୁ ଶକ୍ତି ଦ୍ବାରା ପଥଭ୍ରଷ୍ଟ ହାଇେଥିଲେ।
24. ସେ (ବାବିଲ) ଭବିଷ୍ଯଦ୍ ବକ୍ତାମାନଙ୍କର ଓ ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ଏବଂ ପୃଥିବୀ ରେ ମାରି ଦିଆଯାଇ ଥିବା ସମସ୍ତ ଲୋକଙ୍କ ପାଇଁ ଦାଯୀ ଅଟେ।