ଅପବିତ୍ରତା ଭିତରୁ ଆସେ

1.

2. ସମାନେେ ଯୀଶୁଙ୍କର କେତକେ ଶିଷ୍ଯଙ୍କୁ ଅପବିତ୍ର ହାତ ରେ ଅର୍ଥାତ୍ ନିର୍ଦ୍ଧାରିତ ପଦ୍ଧତି ରେ ହାତ ନ ଧୋଇ ଖାଉଥିବାର ଦେଖିଲେ।

3. ଫାରୂଶୀ ଓ ସମସ୍ତ ଯିହୂଦୀମାନେ ନିର୍ଦ୍ଧାରିତ ପଦ୍ଧତି ରେ ହାତ ନଧୋଇ କବେେ ହେଲେ ଖାଉ ନଥିଲେ। ସମାନେେ ତାହାଙ୍କର ମହାନ ପୂର୍ବ ପୁରୁଷଙ୍କ ଦ୍ବାରା ପ୍ରଚଳିତ ପରମ୍ପରା ପାଳନ କରିବା ପାଇଁ ଏହା କରୁଥିଲେ।

4. ଏପରିକି ବଜାରରୁ ଅଣାଯାଉଥିବା ଖାଦ୍ୟ ପଦାର୍ଥକୁ ସମାନେେ ନିର୍ଦ୍ଧାରିତ ପଦ୍ଧତି ରେ ନ ଧୋଇ ଖାଆନ୍ତି ନାହିଁ। ଗିନା, କଳସ, ତମ୍ବାପାତ୍ର ଆଦି ମାଜିବା ଧୋଇବା ଭଳି ଅନକେ ପରମ୍ପରା ସମାନେେ ପାଳନ କରନ୍ତି।

5. ତେଣୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ପଚାରିଲେ, ତୁମ୍ଭର ଶିଷ୍ଯମାନେ ପୂର୍ବ ପୁରୁଷରୁ ପ୍ରଚଳିତ ପରମ୍ପରାଗୁଡିକୁ କାହିଁକି ପାଳୁ ନାହାଁନ୍ତି? ସମାନେେ ଅପବିତ୍ର ହାତ ରେ ଖାଆନ୍ତି, ସମାନେେ ଏଭଳି କାହିଁକି କରନ୍ତି?

6. ଯୀଶୁ କହିଲେ, ତୁମ୍ଭଭଳି କପଟୀମାନଙ୍କ ସମ୍ବନ୍ଧ ରେ ୟିଶାଇୟ ଯାହା ଭବିଷ୍ଯଦ୍ବାଣୀ କରିଥିଲେ ତାହା ଯଥାର୍ଥ, ୟିଶାଇୟ ଲେଖିଥିଲେ,

7. ସମାନଙ୍କେର ମାେ ପାଇଁ ଉପାସନା ନିରର୍ଥକ, କାରଣ ସମାନେେ ଲୋକଙ୍କୁ ତାହାଙ୍କ ସିଦ୍ଧାନ୍ତ ଭାବରେ ମନୁଷ୍ଯକୃତ ନିୟମ ମାନିବାକୁ ଉପଦେଶ ଦିଅନ୍ତି।'ୟିଶାଇୟ 29:13

8. ତୁମ୍ଭମାନେ ପରମେଶ୍ବରଙ୍କ ଆଦେଶ ତ୍ଯାଗ କରିଛ। ଏବେ ତୁମ୍ଭମାନେେ ମନୁଷ୍ଯକୃତ ପରମ୍ପରାକୁ ଧରି ବସିଛ।

9. ଯୀଶୁ ପୁଣି ସମାନଙ୍କେୁ କହିଲେ, ନିଜ ପରମ୍ପରା ପାଳନ କରିବା ପାଇଁ ତୁମ୍ଭମାନେେ ପରମେଶ୍ବରଙ୍କ ଆଦେଶ ତ୍ଯାଗ କରି ଦଇେ ନିଜକୁ ଚତୁର ବୋଲି ଭାବୁଛ।

10. ମାଶାେ କହିଥିଲେ, 'ତୁମ୍ଭେ ତୁମ୍ଭ ବାପା-ମାଆଙ୍କୁ ସମ୍ମାନ କର' । ସେ ମଧ୍ଯ କହିଥିଲେ, ' ଯେଉଁଲୋକ ନିଜ ବାପା-ମାଆଙ୍କୁ ଖରାପ କଥା କ ହେ, ତାକୁ ମାରିଦିଆୟିବା ଉଚିତ' ।

11. କିନ୍ତୁ ତୁମ୍ଭମାନେେ ଉପଦେଶ ଦେଉଛ ଯେ ଜଣେ ଲୋକ ତାର ବାପା ମାଆଙ୍କୁ କହି ପାରିବ, ' ମାରେ ଯେଉଁ ପଦାର୍ଥଟି ରେ ତୁମ୍ଭର ଲାଭ ହାଇେ ପାରି ଥାଆନ୍ତା, ସହେି ପଦାର୍ଥ ମୁଁ ତୁମ୍ଭ ପାଇଁ ବ୍ଯବହାର କରି ପାରିବି ନାହିଁ, କାରଣ ତାହା ମୁଁ ପରମେଶ୍ବରଙ୍କୁ ସମର୍ପଣ କରିବି।'

12. ଏହି ଭଳି ସହେି ଲୋକକୁ ତାର ବାପା ମାଆଙ୍କ ପାଇଁ କିଛି କରିବା ପାଇଁ ତୁମ୍ଭମାନେେ ଅନୁମତି ଦେଉ ନାହଁ।

13. ନିଜ ନିୟମ ପାଳିବା ଅଧିକ ମହତ୍ତ୍ବପୂର୍ଣ୍ଣ ବୋଲି ମନେ କରି ତୁମ୍ଭମାନେେ ଲୋକମାନଙ୍କୁ ତାହା ପାଳିବାକୁ ଉପଦେଶ ଦେଉଛ। ତୁମ୍ଭମାନେେ ପରମେଶ୍ବରଙ୍କ ଆଦେଶ ପାଳିବା ମହତ୍ତ୍ବପୂର୍ଣ୍ଣ ନୁହେଁ ବୋଲି ଉପଦେଶ ଦଇେ ତାହା ଏଡଇେ ଦେଉଛ। ଏହିଭଳି ଅନକେ କାମ ତୁମ୍ଭମାନେ କରୁଛ।

14. ଯୀଶୁ ଲୋକମାନଙ୍କୁ ପୁଣି ପାଖକୁ ଡାକିଲେ। ସେ କହିଲେ ପ୍ରେତ୍ୟକକ ଲୋକ ମାରେ କଥା ଶୁଣ ଓ ବୁଝ।

15. ଏଭଳି କୌଣସି ବସ୍ତୁ ନାହିଁ, ଯାହା ବାହାରୁ ମନୁଷ୍ଯ ଭିତରକୁ ପ୍ରବେଶ କରି ତାକୁ ଅଶୁଦ୍ଧ କରି ପକାଇବ।

16. ବରଂ ଯେଉଁ ବସ୍ତୁ ମନୁଷ୍ଯର ଭିତରୁ ବାହାରି ଥାଏ, ତାହା ହିଁ ତାକୁ ଅଶୁଦ୍ଧ କରିପା ରେ।

17. ତା'ପରେ ଯୀଶୁ ଲୋକମାନଙ୍କୁ ଛାଡି ଘର ଭିତରକୁ ଗଲେ। ଶିଷ୍ଯମାନେ ତାହାଙ୍କୁ ଏ ଦୃଷ୍ଟାନ୍ତ କଥା ବିଷୟ ରେ ପଚାରିଲେ।

18. ଯୀଶୁ କହିଲେ, ତୁମ୍ଭମାେଲେ ମଧ୍ଯ, ଅନ୍ୟମାନଙ୍କ ଭଳି କ'ଣ ବୁଝି ପାରିଲ ନାହିଁ? ତୁମ୍ଭମାନେେ କ'ଣ ବୁଝି ପାରୁନ ଯେ ଲୋକର ଭିତରକୁ ବାହାରୁ କୌଣସି ବସ୍ତୁ ଗଲେ ତାହା ସହେି ଲୋକକୁ ଦୂଷିତ କରିପା ରେ ନାହିଁ।

19. କାରଣ ଖାଦ୍ୟ ତାର ହୃଦୟକୁ ନଯାଇ ପଟେ ଭିତରକୁ ଯାଏ ଓ ପୁଣି ମଳ ଆକାର ରେ ବାହାରକୁ ବାହାରି ଯାଏ। ଏହା କହି ଯୀଶୁ ସମସ୍ତ ଖାଦ୍ୟ ପଦାର୍ଥ ଯେ ଶୁଦ୍ଧ ଅଟେ, ଏହା ପ୍ରମାଣିତ କଲେ।

20. ସେ ପୁଣି କହିଲେ, ମନୁଷ୍ଯର ଭିତରୁ ଯାହା ବାହାରକୁ ଆ ସେ, ତାହା ତାହାକୁ ଅଶୁଦ୍ଧ କରିଥାଏ।

21. ମନୁଷ୍ଯ ଭିତ ରେ, ତାର ମନ ରେ, ଏହି ସବୁ ଖରାପ ଜିନିଷ ଜନ୍ମ ଦିଏ, ମନ୍ଦ ବିଚାର, ୟୌନଗତ ପାପ, ଚୋରି, ହତ୍ଯା।

22. ବ୍ଯଭିଚାର, ଲାଳସା ବା ଲୋଭ, ଦୁଷ୍ଟାତ୍ମା, ମନ୍ଦକାମ କରିବା, ପ୍ରବଞ୍ଚନା, ଈର୍ଷା, ଚୁଗୁଲି, ଅହଙ୍କାର ଏବଂ ମୂର୍ଖତା।

23. ଏହି ସବୁ ଖରାପ ଜିନିଷ ମନୁଷ୍ଯର ଭିତରୁ ବାହାରକୁ ଆସିଥାଏ। ଏଗୁଡିକ ମନୁଷ୍ଯକୁ ଅଶୁଦ୍ଧ କରିପକାଏ।

ଜଣେ ଅଣଯିହୂଦୀ ତାଙ୍କ ବିଶ୍ୱାସ ଦେଖାଏ

24.

25. ଜଣେ ସ୍ତ୍ରୀଲୋକ ଯୀଶୁ ଆସିଥିବା ଖବର ଶୁଣି ପାରିଲା। ତା'ର ଝିଅ ଦହେ ରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ତେଣୁ ସେ ସଙ୍ଗେ ସଙ୍ଗେ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ପାଦ ତଳେ ପଡିଗଲା।

26. ସେ ସ୍ତ୍ରୀ ଲୋକଟି ଗ୍ରୀକ୍ ଥିଲା। ସେ ସିରିଆର ଫୈନିକିଯାଠା ରେ ଜନ୍ମ ହାଇେଥିଲା। ସେ ତା' ଝିଅ ଠାରୁ ଭୂତକୁ ବାହାର କରି ଦବୋ ପାଇଁ ଯୀଶୁଙ୍କୁ ପ୍ରାର୍ଥନା କଲା।

27. ଯୀଶୁ ତାହାକୁ କହିଲେ, ପ୍ରଥମେ ପିଲାମାନଙ୍କୁ ତୃପ୍ତ ହବୋକୁ ଦିଅ, କାରଣ ପିଲାମାନଙ୍କର ରୋଟୀ ନଇେ ଯାଇ କୁକୁରମାନଙ୍କ ଆଗ ରେ ଫିଙ୍ଗି ଦବୋ ଠିକ୍ ନୁହେଁ।

28. ସେ ସ୍ତ୍ରୀ ଲୋକଟି ଉତ୍ତର ଦଲୋ, ହେ ପ୍ରଭୁ, ତାହା ସତ୍ଯ, କିନ୍ତୁ ପିଲାମାନେ ଖାଉଥିବା ସମୟରେ ତଳକୁ ଖସି ପଡୁଥିବା ଖାଦ୍ୟର ଟିକି ଟିକି ଅଂଶତକ ଟବେୁଲ ତଳେ ଥିବା କୁକୁରମାନେ ମଧ୍ଯ ଖାଇ ଥାଆନ୍ତି।

29. ତା' ପରେ ଯୀଶୁ ସହେି ସ୍ତ୍ରୀଲୋକଟିକୁ କହିଲେ, ଏହା ହିଁ ଉପୟୁକ୍ତ ଉତ୍ତର। ଏବେ ତୁମ୍ଭେ ଘରକୁ ଯାଇ ପାର। ଭୂତ ତୁମ୍ଭର ଝିଅକୁ ଛାଡି ଚାଲି ଗଲାଣି।

30. ସହେି ସ୍ତ୍ରୀ ଲୋକଟି ଘରକୁ ଯାଇ ଦେଖିଲା ଯେ ତାହାର ଝିଅ ଖଟ ରେ ଶାଇେଛି। ଦୁଷ୍ଟାତ୍ମା ତା ଦହରେୁ ବାହରି ଚାଲି ଯାଇଛିା

ଯୀଶୁ ଏକ ବଧିର-ମୂକକୁ ସୁସ୍ଥ କଲେ

31.

32. ସଠାେରେ କେତକେ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ମୂକ ଓ ବଧିର ଥିଲା। ଲୋକମାନେ ଯୀଶୁଙ୍କୁ ଆନୁ ରୋଧ କଲେ ଯେ ସେ ତାହାଙ୍କ ହାତ ଲୋକଟି ଉପରେ ରଖି ତାକୁ ଭଲ କରି ଦିଅନ୍ତୁ।

33. ଯୀଶୁ ସେ ଲୋକଟିକୁ ଭିଡଠାରୁ ଟିକିଏ ଦୂରକୁ ଗୋଟିଏ ପାଖକୁ ନଇଗେଲେ। ସେ ସହେି ଲୋକଟିର କାନ ଭିତ ରେ ନିଜ ଆଙ୍ଗୁଳିଗୁଡିକୁ ରଖିଲେ। ତା'ପରେ ସେ ଛପେ ପକାଇଲେ ଓ ଲୋକଟିର ଜିଭକୁ ଛୁଇଁଲେ।

34. ଯୀଶୁ ପୁଣି ସ୍ବର୍ଗ ଆଡକୁ ଚାହିଁ ଦୀର୍ଘ ନିଶ୍ବାସ ପକାଇଲେ। ସେ ଲୋକଟିକୁ କହିଲେ,

35. ଇପ୍ପଥଃ ଅର୍ଥାତ 'ଖାଲିେ ଯାଉ। ତତ୍କ୍ଷଣାତ୍ ତାର କାନ ଖାଲିେ ଗଲା। ଜିଭର ଗ୍ରନ୍ଥି ଖାଲିଗେଲା। ସେ ସ୍ପଷ୍ଟ ଭାବରେ କହି ପାରିଲା।

36. ଯୀଶୁ ସମାନଙ୍କେୁ ଆଜ୍ଞା ଦେଲେ ଯେ ଏ ବିଷୟ ରେ କାହାକୁ କିଛି ଯେପରି ନକୁହନ୍ତି। ଯୀଶୁ ସଦା ବେଳେ ଲୋକଙ୍କୁ ଆଜ୍ଞା ଦେଉଥିଲେ ଯେ ସମାନେେ ଅନ୍ୟ କାହାକୁ ତାହାଙ୍କ ବିଷୟ ରେ କିଛି ନ କୁହନ୍ତୁ। କିନ୍ତୁ ଏହାର ପରିଣାମ ରେ ଲୋକେ ତାହାଙ୍କ ବିଷୟ ରେ ଅଧିକରୁ ଅଧିକ ପ୍ରଚାର କରୁଥିଲେ।

37. ଲୋକମାନେ ବାସ୍ତବ ରେ ଆଶ୍ଚର୍ୟ୍ଯ ହାଇେ ଯାଇଥିଲେ। ସମାନେେ କହୁଥିଲେ, ଯୀଶୁ ସବୁ କିଛି ସୁସ୍ଥ କରୁଛନ୍ତି, ଏପରିକୁ ସେ ବଧିରକୁ ଶ୍ରବଣ -ଶକ୍ତି ଓ ମୂକକୁ ବାକ୍ ଶକ୍ତି ପ୍ରଦାନ କରୁଛନ୍ତି।

Bibles

Books

Chapters