ବାବିଲର ଦୂତଗଣ
1.
2. ଏଥି ରେ ହିଜକିଯ ଅତିଶଯ ସନ୍ତୁଷ୍ଟ ହାଇେ ନିଜର ବହୁମୂଲ୍ଯ ପଦାର୍ଥର ଗୃହ, ରୂପା, ସୂନା, ସୁଗନ୍ଧିତ ଦ୍ରବ୍ଯ ବହୁମୂଲ୍ଯ ତୈଳ, ନିଜର ଅସ୍ତ୍ରାଗାର ଓ ଆପଣା ଭଣ୍ଡାର ସ୍ଥିତ ସମସ୍ତ ଦ୍ରବ୍ଯ ସମାନଙ୍କେୁ ଦଖାଇେଲେ। ହିଜକିଯ ଯାହା ସମାନଙ୍କେୁ ନ ଦଖାଇେଲା ତାହା ତା'ର ଗୃହ ରେ କିମ୍ବା ସମଗ୍ର ରାଜ୍ଯ ରେ ନ ଥିଲା।
3. ସେତବେେଳେ ଭବିଷ୍ଯତ୍ବକ୍ତା ଯିଶାଇୟ ରାଜା ହିଜକିଯ ନିକଟକୁ ୟାଇ ତାଙ୍କୁ ପଚାରିଲେ, ଏହି ଲୋକମାନେ କ'ଣ କହିଲେ ? ସମାନେେ କେଉଁଠାରୁ ଆସିଲେ ?'
4. ଯିଶାଇୟ ପଚାରିଲେ, ସମାନେେ ତୁମ୍ଭ ଗୃହ ରେ କ'ଣ ଦେଖିଅଛନ୍ତି ?'
5. ଏଥି ରେ ଯିଶାଇୟ ହିଜକିଯଙ୍କୁ କହିଲେ, ସଦାପ୍ରଭୁ ସର୍ବଶକ୍ତିମାନଙ୍କ କଥା ଶୁଣ।
6. ଦେଖ, ଏକ ସମୟ ଆସୁଛି ଯେତବେେଳେ ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ଯ ଓ ଆଜି ପର୍ୟ୍ଯନ୍ତ ସଞ୍ଚିତ ତୁମ୍ଭ ପୂର୍ବପୁରୁଷଙ୍କ ଦ୍ରବ୍ଯ ବାବିଲକୁ ନିଆୟିବ।' ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି କୌଣସି ଦ୍ରବ୍ଯ ଛଡ଼ାୟିବ ନାହିଁ।
7. ତୁମ୍ଭ ଔରସରୁ ଜାତ ସନ୍ତାନମାନଙ୍କୁ ବାବିଲମାନେ ନଇେଯିବେ ଓ ସମାନଙ୍କେୁ ବାବିଲମାନେ ରାଜାଙ୍କ ଅଟ୍ଟାଳିକା ରେ ନପୁଂସକ କରି ରଖିବେ।'
8. ସେତବେେଳେ ହିଜକିଯ ଯିଶାଇୟଙ୍କୁ କହିଲା, ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ଯ କହିଅଛ ତାହା ଉତ୍ତମ। ସେ ପୁଣି କହିଲା, କାରଣ ମାେ ସମୟରେ ଶାନ୍ତି ଓ ସତ୍ଯତା ବିରାଜିତ ହବେ।'