କରିନ୍ଥରେ ମନ୍ତ୍ରୀ

1. ପାଉଲ କରିନ୍ଥୀ ରେ ପାଉଲ ଆଥୀନୀ ନଗର ଛାଡ଼ି କରିନ୍ଥ ନଗରକୁ ଆସିଲେ।

2. ସଠାେରେ ସେ ପନ୍ତ ଦେଶୀୟ ଆକ୍ବିଲା ନାମକ ଜଣେ ଯିହୂଦୀୟକୁ ଭଟେିଲେ। ସେ ତା'ର ସ୍ତ୍ରୀ ପ୍ରୀସ୍କିଲ୍ଲା ସହିତ ସଦ୍ଯ ଇତାଲିଆ ଦେଶରୁ ଆସିଥିଲେ। ସେ ସମୟରେ କ୍ଲାଉଦିଆ ସମ୍ରାଟ ସମସ୍ତ ଯିହୂଦୀୟମାନଙ୍କୁ ରୋମ୍ ଛାଡ଼ି ଚ଼ାଲିୟିବା ପାଇଁ ଆଦେଶ ଦଇେଥିଲେ। ତେଣୁ ସମାନେେ ଇତାଲିଆ ଛାଡ଼ି ଚ଼ାଲିଆସି ଥିଲେ। ପାଉଲ ସମାନଙ୍କେୁ ଦେଖିବା ପାଇଁ ଯାଇଥିଲେ।

3. ସମାନେେ ତମ୍ବୁ ବ୍ଯବସାଯୀ ଥିଲେ। ପାଉଲ ମଧ୍ଯ ସହେି ବ୍ଯୟବସାଯୀ ଥିଲେ। ତେଣୁ ସେ ମଧ୍ଯ ସମାନଙ୍କେ ସହିତ ରହି ସହେି କାମ କଲେ।

4. ପାଉଲ ପ୍ରତି ବିଶ୍ରାମବାର ଦିନ ସମାଜସଭାଗୃହ ରେ ଯିହୂଦୀୟ ଓ ଗ୍ରୀକ୍ମାନଙ୍କ ସହିତ ଚର୍‍ଚ୍ଚା କରୁଥିଲେ ଓ ଉପଦେଶ ଦ୍ବାରା ସମାନଙ୍କେର ବିଶ୍ବାସ ଜନ୍ମାଇବାକୁ ଚେଷ୍ଟା କରୁଥିଲେ।

5. ଶୀଲା ଓ ତୀମଥି ମାକିଦନିଆରୁ କରିନ୍ଥକୁ ଆସିବା ପରେ ପାଉଲ ତାହାଙ୍କର ସବୁ ସମୟ ସୁସମାଚ଼ାର ପ୍ରଚ଼ାର କରିବା ରେ ଦେଲେ। ସେ ଯିହୂଦୀମାନଙ୍କ ଆଗ ରେ ପ୍ରମାଣିତ କରି ଦେଲେ ଯେ, ଯୀଶୁ ଖ୍ରୀଷ୍ଟ ଅଟନ୍ତି।

6. କିନ୍ତୁ ସମାନେେ ଯେତବେେଳେ ତାହାଙ୍କୁ ବାଧା ଦେଲେ ଓ ନାନା ଖରାପ କଥାକହିଲେ, ପାଉଲ ଏହାର ବିରୁଦ୍ଧ ରେ ନିଜର ଲୁଗାପଟାର ଧୂଳି ଝାଡ଼ି ଦେଲେ। ସେ କହିଲେ, ଯଦି ତୁମ୍ଭମାନେେ ଉଦ୍ଧାର ପାଉନାହଁ ତାହାହେଲେ ଏହା ମାରେ ଦୋଷ ନୁହେଁ। ମୁଁ ସମସ୍ତ ଚେ଼ଷ୍ଟା କରି ସାରିଛି। ମୁଁ ଏବଠାରୁେ ଅଣଯିହୂଦୀମାନଙ୍କ ପାଖକୁ ୟିବି।

7. ପାଉଲ ସମାଜଗୃହ ଛାଡ଼ି ସତ୍ଯ ପରମେଶ୍ବରଙ୍କର ଜଣେ ଉପାସକ ତିତସ ୟୂସ୍ତଙ୍କ ଘରକୁ ଗଲେ। ତାହାଙ୍କ ଘର ସମାଜଗୃହ ପାଖ ରେ ଥିଲା।

8. କ୍ରୀଷ୍ପ ସେ ସମାଜଗୃହର ମୁଖ୍ଯ ଥିଲେ। ସେ ଓ ତାହାଙ୍କର ପରିବାରର ସମସ୍ତେ ପ୍ରଭୁଙ୍କୁ ବିଶ୍ବାସ କଲେ। ଅନକେ କରିନ୍ଥୀୟ ଲୋକମାନେ ପାଉଲଙ୍କ ଶିକ୍ଷା ଶୁଣିଲେ, ବିଶ୍ବାସ କଲେ ଓ ବାପ୍ତିଜିତ ହେଲେ।

9. ଦିନେ ରାତି ରେ ପ୍ରଭୁ ପାଉଲଙ୍କୁ ସ୍ବପ୍ନ ରେ କହିଲେ, ଭୟ କରନାହିଁ। ନୀରବ ରୁହ ନାହିଁ। କଥା କୁହ।

10. ମୁଁ ତୁମ୍ଭ ସହିତ ଅଛି। କହେି ତୁମ୍ଭର କିଛି କ୍ଷତି କରିବେ ନାହିଁ। ମାରେ ଅନକେ ଲୋକ ଏ ନଗର ରେ ଅଛନ୍ତି।

11. ତେଣୁ ପାଉଲ ସଠାେରେ ଦେଢ଼ ବର୍ଷ ପର୍ୟ୍ଯନ୍ତ ରହିଲେ ଓ ସମାନଙ୍କେୁ ପରମେଶ୍ବରଙ୍କ ସୁସମାଚ଼ାର ବିଷୟ ରେ ଉପଦେଶ ଦେଲେ।

12. ଗାଲ୍ଲିଯୋନ୍ ଆଖାଯାର ରାଜ୍ଯପାଳ ହେଲେ। ସେ ସମୟରେ ଯିହୂଦୀୟମାନେ ମିଳିତ ଭାବରେ ଚେ଼ଷ୍ଟା କରି ପାଉଲଙ୍କୁ ଆକ୍ରମଣ କଲେ। ସମାନେେ ତାହାଙ୍କୁ ଅଦାଲତାକୁ ନଇଗେଲେ।

13. ସମାନେେ କହିଲେ, ଏହି ଲୋକ ଯେଉଁ ଉପାୟ ରେ ପରମେଶ୍ବରଙ୍କ ଉପାସନା କରିବାପାଇଁ ଲୋକମାନଙ୍କୁ ମତାଇ ଅଛି, ତାହା ଆମ୍ଭ ବ୍ଯବସ୍ଥାର ବିରୁଦ୍ଧ ଅଟେ।

14. ପାଉଲ କହିବା ଆରମ୍ଭ କହିବା ମାତ୍ ରେ ଗାଲ୍ଲିଯୋନ ୟିହୁଦୀୟମାନଙ୍କୁ କହିଲେ, ଯଦି ଏହା କୌଣସି ଅପରାଧ ବା କୌଣସି ସଂାଘାତିକ ଦୁର୍ବବ୍ଯହାର ବିଷୟ ରେ ଅଭିଯୋଗ ହାଇେଥା'ନ୍ତା, ତବେେ ତୁମ୍ଭମାନଙ୍କର କଥା ଶୁଣିବା ମାରେ କର୍ତ୍ତବ୍ଯ ହାଇେଥାନ୍ତା,

15. କିନ୍ତୁ ତୁମ୍ଭ ବ୍ଯବସ୍ଥା ରେ ଲଖାେଥିବା ବାକ୍ଯ ଓ ନାମ ବିରୁଦ୍ଧ ରେ ଏହି ବଚସା ସୃଷ୍ଟି ହାଇେଥିବାରୁ ତୁମ୍ଭମାନେେ ନିଜେ ନିଜେ ଏହାର ସମାଧାନ କର। ଏହି ସବୁ ବିଷୟ ରେ ମୁଁ କୌଣସି ବିଚ଼ାର କରିବି ନାହିଁ।

16. ସେ ଏହା କହି ସମାନଙ୍କେୁ ଅଦାଲତରୁ ବାହାର କରି ଦେଲେ।

17. ତା'ପରେ ସମାନେେ ସମାଜଗୃହର ପ୍ରଧାନ କର୍ତ୍ତା ସୋସ୍ଥନାଙ୍କୁ ଧରିନଇେ ଅଦାଲତ ସାମନା ରେ ପିଟିଲେ। କିନ୍ତୁ ଗାଲ୍ଲିଯୋନ ଏଥି ପ୍ରତି ମାଟେେ ଦୃଷ୍ଟି ଦେଲନୋହିଁ।

ପାଉଲ ଆଣ୍ଟିଅଖକୁ ଫେରିଗଲେ

18.

19. ତା'ପରେ ସମାନେେ ଏଫିସ ନଗର ରେ ପହନ୍ଚିଲେ। ସଠାେରେ ପାଉଲ ପ୍ରୀସ୍କିଲ୍ଲା ଓ ଆକ୍ବିଲାଙ୍କୁ ଛାଡ଼ି ନିଜେ ସମାଜଗୃହ ରେ ପ୍ରବେଶ କଲେ ଓ ଯିହୂଦୀୟମାନଙ୍କ ସହିତ କଥାବାର୍ତ୍ତା କଲେ।

20. ସମାନେେ ତାହାଙ୍କୁ ସଠାେରେ ଆଉ କିଛି ଦିନ ରହିବାକୁ କହିଲେ, କିନ୍ତୁ ସେ ରାଜି ହେଲେ ନାହିଁ।

21. ସେ ଗଲା ବେଳେ କହିଲେ, ଯଦି ପରମେଶ୍ବର ଚ଼ାହାଁନ୍ତି, ତବେେ ମୁଁ ପୁଣି ତୁମ୍ଭମାନଙ୍କ ପାଖକୁ ଆସିବି। ତା'ପରେ ସେ ଜଳପଥରେ ଏଫିସରୁ ବିଦାୟ ନେଲେ।

22. ପାଉଲ କାଇସରୀଆ ରେ ପହଞ୍ଚି ୟିରୂଶାଲମର ମଣ୍ଡଳୀକୁ ଯାଇ ସମାନଙ୍କେ ସହିତ ସାକ୍ଷାତ କଲେ। ତା'ପରେ ସେ ଆନ୍ତିୟଖିଆ ନଗରକୁ ଗଲେ।

23. ସଠାେରେ ପାଉଲ କିଛି ଦିନ ରହିଲେ। ତା'ପରେ ସେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳକୁ ଚ଼ାଲିଗଲେ। ସଠାେରେ ସେ ସହରରୁ ସହର ବୁଲି ଯୀଶୁଙ୍କର ସମସ୍ତ ଶିଷ୍ଯମାନଙ୍କୁ ବଳବାନ୍ କଲେ।

ଆପୋଲୋସ୍ ମନ୍ତ୍ରଣାଳୟ

24.

25. ତାହାଙ୍କୁ ପ୍ରଭୁଙ୍କ ପଥ ବିଷୟ ରେ ଶିକ୍ଷା ଦିଆଯାଇଥିଲା ଓ ସେ ଉତ୍ସାହଜନକ ଆତ୍ମା ରେ ପୂର୍ଣ୍ଣ ହାଇେ କଥା କହୁଥିଲେ। କବଳେ ଯୋହନଙ୍କର ବାପ୍ତିସ୍ମ ବିଷୟ ରେ ଜାଣିଥିଲେ ମଧ୍ଯ ସେ ଯୀଶୁଙ୍କ ବିଷୟ ରେ ସମ୍ପୂର୍ଣ୍ଣ ଶିକ୍ଷା ଠିକ୍ ଭାବରେ ଦେଉଥିଲେ।

26. ସେ ନିର୍ଭୟ ରେ ସମାଜଗୃହ ରେ କହିବା ଆରମ୍ଭ କଲେ। ପ୍ରୀସ୍କିଲ୍ଲା ଓ ଆକ୍ବିଲା ତାହାଙ୍କ କଥା ଶୁଣି ତାହାଙ୍କୁ ନିଜ ପାଖକୁ ନଇେ ଆସିଲେ। ସମାନେେ ପରମେଶ୍ବରଙ୍କ ପଥ ବିଷୟ ରେ ଆହୁରି ପରିଷ୍କାର ଭାବରେ ତାହାଙ୍କୁ ବୁଝାଇ ଦେଲେ।

27. ସେ ଯେତବେେଳେ ଆଖାଯାକୁ ବାହାରିଲେ, ସେତବେେଳେ ଭାଇମାନେ ତାହାଙ୍କୁ ଉତ୍ସାହିତ କଲେ। ସମାନେେ ତାହାଙ୍କୁ ସ୍ବାଗତ କରିବାପାଇଁ ଶିଷ୍ଯମାନଙ୍କୁ ପତ୍ର ଲେଖିଲେ। ସେ ସଠାେରେ ପହଞ୍ଚି ପରମେଶ୍ବରଙ୍କ ଅନୁଗ୍ରହ ରେ ବିଶ୍ବାସ କରିଥିବା ଲୋକମାନଙ୍କର ବହୁତ ସାହାୟ୍ଯ କଲେ।

28. କାରଣ ସେ ଯିହୂଦୀମାନଙ୍କ ସହିତ ସର୍ବସାଧାରଣ ରେ ଦୃଢ଼ଭାବେ ୟୁକ୍ତିତର୍କ କରି ସମାନଙ୍କେୁ ପରାସ୍ତ କଲେ ଓ ଧର୍ମଶାସ୍ତ୍ରରୁ ପ୍ରମାଣ କରି ଦଖାଇେ ଦେଲେ ଯେ କବଳେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି।

Bibles

Books

Chapters