ପ୍ରତିଜ୍ଞା ପୁତ୍ର

1. ଏହାପରେ, ପୁନଃର୍ବାର ସଦାପ୍ରଭୁ ଅବ୍ରହାମଙ୍କୁ ମମ୍ରିର ଆଲୋନ ବୃକ୍ଷ ନିକଟରେ ଦଖାଦେେଲେ। ମଧ୍ଯାନ୍ନ ସମୟରେ ଅବ୍ରହାମ ତାଙ୍କର ଦମ୍ବୁର ଦ୍ବାର ଦେଶ ରେ ବସିଥିଲେ।

2. ଅବ୍ରହାମ ଦେଖିଲେ ତିନିଜଣ ଲୋକ ତାଙ୍କ ସମ୍ମୁଖ ରେ ଛିଡା ହାଇେଥିଲେ। ଅବ୍ରହାମ ଏହା ଦେଖିବାପରେ ସମାନଙ୍କେ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ।

3. ଅବ୍ରହାମ କହିଲେ, ମହାଶୟଗଣ, ଯଦି ତୁମ୍ଭମାନେେ ମାେ ଉପରେ ସନ୍ତୁଷ୍ଟ ଦୟାକରି ତୁମ୍ଭର ଦାସ ନିକଟରେ କିଛି କ୍ଷଣ ରୁହ।

4. ମୁଁ କିଛି ଜଳ ରେ ଆପଣମାନଙ୍କୁ ପଦଧେ ୗତ କରିବି ଓ ଆପଣମାନେ ଏହି ବୃକ୍ଷ ମୂଳ ରେ ଟିକେ ବିଶ୍ରାମ କରନ୍ତୁ।

5. ମୁଁ ତୁମ୍ଭକୁ ତୃପ୍ତ କରିବା ପାଇଁ କିଛି ଖାଦ୍ୟ ଦବେି। ତା'ପରେ ତୁମ୍ଭେ ତୁମ୍ଭର ୟାତ୍ରା କରିବ।

6. ଅବ୍ରହାମ ଶିଘ୍ର ତମ୍ବୁ ଭିତରକୁ ପ୍ରବେଶ କରି ସାରାକୁ କହିଲେ, ତିନି ସରେ ଉତ୍ତମ ମଇଦା ନଇେ ଛାଣି ଶିଘ୍ର ରୋଟି ପ୍ରସ୍ତୁତ କର।

7. ଏହାପରେ ଅବ୍ରହାମ ଗୁହାଳକୁ ଦୌଡ଼ିଗଲା। ଅବ୍ରହାମ ତାଙ୍କର ଏକ ସୁନ୍ଦର ବାଛୁରି ଆଣିଲେ ାଓ ତାଙ୍କର ଦାସକୁ ନିର୍ଦେଶ ଦେଲେ, ଶିଘ୍ର ଏହାକୁ ଖାଦ୍ୟ ପ୍ରସ୍ତୁତ କର।

8. ଅବ୍ରହାମ କିଛି ରନ୍ଧା ମାଂସ, କିଛି ରୋଟି, ଦୁଗ୍ଧ କିଛି ଛନୋ ଆଣି ସହେି ତିନି ଲୋକଙ୍କ ସମ୍ମୁଖ ରେ ରଖିଲେ। ଅବ୍ରହାମ ତାଙ୍କ ନିକଟରେ ଛିଡ଼ା ହାଇେ ଖାଇବାକୁ ନିବଦନେ କଲେ। ସମାନେେ ସହେି ବୃକ୍ଷ ମୂଳେ ତାହା ଭୋଜନ କଲେ।

9. ଏହାପରେ ସହେି ଲୋକମାନେ ପଚାରିଲେ, ତୁମ୍ଭର ସ୍ତ୍ରୀ ସାରା କେଉଁଠା ରେ?

10. ତହୁଁ ସେ କହିଲେ, ବସନ୍ତ ସମୟରେ ଆମ୍ଭେ ପୁନ୍ନରାଯ ତୁମ୍ଭ ତମ୍ବୁକୁ ଆସିବୁ। ଏହି ସମୟରେ ତୁମ୍ଭ ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦବେ।

11. ବର୍ତ୍ତମାନ ଅବ୍ରହାମ ଓ ସାରା ବହୁତ ବୃଦ୍ଧ ହେଲେ। ସାରାର ପିଲା ଜନ୍ମ କରିବା ବଯସ ଅତିକ୍ରମ ହାଇେଥିଲା।

12. ତେଣୁ ସାରା ଶୁଣିଥିବା କଥାକୁ ବିଶ୍ବାସ କରିପାରିଲା ନାହିଁ। ସେ ନିଜକୁ ନିଜେ ହସିଲା ଏବଂ କହିଲା, ମୁଁ ଏବଂ ମାରେ ସ୍ବାମୀ ବର୍ଦ୍ଧକ୍ଯ ରେ ଉପନୀତ। ପିଲା ଜନ୍ମ କରିବା ପାଇଁ, ଆମ୍ଭେ ବହୁତ ବୁଢ଼ା ବୁଢ଼ି ହାଇୟୋଇଛୁ।

13. ଏହାପରେ ସଦାପ୍ରଭୁ ଅବ୍ରହାମଙ୍କୁ କହିଲେ, ସାରା ହସି କହୁଛି ସେ ପିଲା ଜନ୍ମ କରିବା ପାଇଁ ବେଶି ବୁଢ଼ି ହାଇୟୋଇଛି।

14. ସଦାପ୍ରଭୁଙ୍କ ପାଇଁ କ'ଣ କିଛି କଷ୍ଟସାଧ୍ଯ? ନାଁ! ମୁଁ ନୁଶ୍ଚିତ ଏହି ବସନ୍ତ ରେ ପୁନ୍ନରାଯ ଏଠାକୁ ଆସିବି, ମୁଁ କହୁଛି ପୁନ୍ନରାଯ ଆସିବି। ଏବଂ ତୁମ୍ଭର ସ୍ତ୍ରୀ ସାରା ଏକ ପୁତ୍ରସନ୍ତାନ ଜନ୍ମ ଦବେ।

15. କିନ୍ତୁ ସାରା ଅସ୍ବୀକାର କରି କହିଲା, ମୁଁ ହସି ନଥିଲି! ସହେିପରି ଭୟ ରେ କହିଥିଲି।

ଅବ୍ରହାମ ସଦୋମ ପାଇଁ ମଧ୍ୟସ୍ଥି

16.

17. ସଦାପ୍ରଭୁ ନିଜକୁ ନିଜେ କହିଲେ, ମୁଁ ଯାହା କରିବାକୁ ଉଦ୍ଯତ ଅଟେ, ତାହା କଣ ଅବ୍ରହାମକୁ କହିବି?

18. ଅବ୍ରହାମଠାରୁ ଏକ ମହାନ ଓ ବଳଶାଳି ଗୋଷ୍ଠୀ ଉତ୍ପନ୍ନ ହବେ ଓ ପୃଥିବୀର ୟାବତୀଯ ଗୋଷ୍ଠୀ ତାହାଠାରୁ ଆଶୀର୍ବାଦ ପ୍ରାପ୍ତ ହବେେ।

19. ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦବେେ, ଯେଉଁପରି ଭାବରେ ମୁଁ ସମାନଙ୍କେୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ଯାଯ ଓ ଯଥାର୍ଥ ତାହା କରିବାକୁ ଚା ହେଁ। ତା'ପରେ ମୁଁ ସଦାପ୍ରଭୁ, ଯାହା ମୁଁ ପ୍ରତିଜ୍ଞା କଲି ତାହା ମୁଁ କରିବି।

20. ଏହାପରେ ସଦାପ୍ରଭୁ କହିଲେ, ମୁଁ ଅନକେ ଅଭିଯୋଗ ଶୁଣିଅଛି, ସଦୋମ ଓ ଗୋମରର ଲୋକମାନଙ୍କ ବିରୁଦ୍ଧ ରେ, ସମାନେେ ବହୁତ ପାପ କରିଛନ୍ତି।

21. ତେଣୁ ମୁଁ ସଠାେକୁ ୟିବି ଏବଂ ଦେଖିବି, ଯଦି ସମାନେେ ସପରେି କରିଅଛନ୍ତି, ଯାହା ମୁଁ ଶୁଣିଛି। ଯଦି ନାହିଁ, ମୁଁ ଜାଣିବାକୁ ଚା ହେଁ।

22. ଦୁଇ ଜଣ ଲୋକ ସଦୋମ ଆଡ଼କୁ ଗଲେ, ଯେତବେେଳେ ସଦାପ୍ରଭୁ ଅବ୍ରହାମଙ୍କ ସହିତ ରହିଲେ।

23. ଏହାପରେ ଅବ୍ରହାମ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହେଲେ ଏବଂ କହିଲେ, ହେ ସଦାପ୍ରଭୁ, ଆପଣ କ'ଣ ନୀରିହ ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ବଂସ କରିବାପାଇଁ ଯୋଜନା କରିଅଛନ୍ତି?

24. ଯଦି ପଚାଶ ଜଣ ଧାର୍ମିକ ଲୋକ ସହେି ନଗର ରେ ଥାନ୍ତି, ତୁମ୍ଭେ କ'ଣ କରିବ?ତୁମ୍ଭେ କ'ଣ ସମ୍ପୁର୍ଣରୂପେ ସହେି ଦେଶକୁ ଧ୍ବଂସ କରିବ?ପଚ଼ାଶ ଜଣ ଧାର୍ମିକଙ୍କ ସକା ସେ କଣ ସହେି ସ୍ଥାନ ରକ୍ଷା ନକରି ସଂହାର କରିବେ?

25. ନିଶ୍ଚଯ ତୁମ୍ଭେ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ବଂସ କରିବ ନାହିଁ। ଯଦି ଏହା ହୁଏ, ତବେେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କଣ ସାରା ପୃଥିବୀର ବିଚାରକର୍ତ୍ତା ଯାହା ନ୍ଯାଯ, ତାହା କରିବେ ନାହିଁ।

26. ଏହାପରେ ସଦାପ୍ରଭୁ କହିଲେ, ମୁଁ ଯଦି ପଚାଶ ଜଣ ଭଲ ବ୍ଯକ୍ତି ସଦୋମ ରେ ଦେଖିବି, ମୁଁ ସହେି ସହରକୁ ଧ୍ବଂସ କରିବି ନାହିଁ।

27. ଏହାପରେ ଅବ୍ରହାମ କହିଲେ, ସଦାପ୍ରଭୁ ତୁମ୍ଭ ତୁଳନା ରେ ମୁଁ କବଳେ ଧୂଳି ଓ ପାଉଁଶ। କିନ୍ତୁ ମାେତେ କ୍ଷମା କର ମୁଁ ଏତେ ସାହାସୀ ହାଇେ ଆଉ ଏକ ପ୍ରଶ୍ନ ପଚାରୁଅଛି।

28. ହାଇପୋ ରେ ସହେି ପଚାଶ ଜଣଙ୍କ ମଧ୍ଯରୁ ପାଞ୍ଚଜଣ ଉଣା ହାଇପୋରନ୍ତି, ତୁମ୍ଭେ କ'ଣ ଏହି ପାଞ୍ଚଜଣଙ୍କ କାରଣରୁ ସହେି ସହରକୁ ଧ୍ବଂସ କରିବେ କି?

29. ଅବ୍ରହାମ ପୁଣି କହିଲେ, ତୁମ୍ଭେ ଯଦି ସଠାେରେ ଚାଳିଶ ଜଣ ଉତ୍ତମ ଲୋକ ଦେଖ ତବେେ କ'ଣ ତୁମ୍ଭେ ନଗରଟିକୁ ଧ୍ବଂସ କରିବ?

30. ଏହାପରେ ଅବ୍ରହାମ କହିଲେ, ହେ ସଦାପ୍ରଭୁ ମାେ ପ୍ରତି କୋର୍ଧ କରନ୍ତୁ ନାହିଁ। ତୁମ୍ଭକୁ ଏହି କଥା ପଚାରିବାକୁ ଦିଅ। ଯଦି ତିରିଶ ଜଣ ଧାର୍ମିକଲୋକ ଥାନ୍ତି, ତବେେ କ'ଣ ସହେି ନଗର ଧ୍ବଂସ କରିବେ?

31. ଏହାପରେ ଅବ୍ରହାମ କହିଲେ, ମୁଁ ତୁମ୍ଭଙ୍କୁ କଷ୍ଟ ଦଇେ ପୁନର୍ବାର ପଚାରିବି କି। ଯଦି କୋଡ଼ିଏ ଜଣ ଧାର୍ମିକ ଲୋକ ଥାନ୍ତି, ତବେେ କଣ ତୁମ୍ଭେ ନଗରକୁ ଧ୍ବଂସ କରିବ?

32. ଏହାପରେ ଅବ୍ରହାମ କହିଲେ, ସଦାପ୍ରଭୁ ମାେ ଉପରେ କୋରଧ କରନ୍ତୁ ନାହିଁ। ମାେତେ ଶଷେ ଥର ପାଇଁ ଅନୁମତି ମିଳୁ। ଯଦି ତୁମ୍ଭେ ସଠାେରେ ଦଶଜଣ ଉତ୍ତମ ଲୋକ ଦେଖ ତବେେ କ'ଣ ତୁମ୍ଭେ ଏପରି କରିବ?

33. ସଦାପ୍ରଭୁ ଅବ୍ରହାମଙ୍କ ସହିତ କଥା ଶଷେ କଲାପରେ, ସଦାପ୍ରଭୁ ସଠାରୁେ ବିଦାଯ ନେଲେ ଓ ଏହାପରେ ଅବ୍ରହାମ ତାଙ୍କ ତମ୍ବୁକୁ ଫରେିଲେ।

Bibles

Books

Chapters