ଭଗବାନଙ୍କ ବିଚାର ରକ୍ଷା କରାଯାଇଛି
1.
2. ହଁ ଯିହୂଦୀମାନଙ୍କଠା ରେ ଅନକେ କିଛି ବିଶଷେ ବିଷୟ ଅଛି। ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ଏହି ଯେ, ସମାନଙ୍କେୁ ସର୍ବପ୍ରଥମେ ପରମେଶ୍ବର ତାହାଙ୍କ ଉପଦେଶ ଗୁଡ଼ିକୁ ସମର୍ପିତ କଲେ।
3. ଏହା ସତ୍ଯ ଯେ, କେତକେ ଯିହୂଦୀ ପରମେଶ୍ବରଙ୍କର ବିଶ୍ବସ୍ତ ନଥିଲେ। କିନ୍ତୁ ସମାନଙ୍କେ ଅବିଶ୍ବସ୍ତତା କ'ଣ ପରମେଶ୍ବରଙ୍କୁ ନିଜ ପ୍ରତିଜ୍ଞା ରଖିବା ରେ ବାଧା ଦବେ?
4. କବେେ ନୁହେଁ। ଯଦି ପ୍ରେତ୍ୟକକ ଲୋକ ଅସତ୍ ହୁଅନ୍ତି, ତବେେ ମଧ୍ଯ ପରମେଶ୍ବର ସତ୍ଯ ହାଇେ ରହିବେ। ଶାସ୍ତ୍ର ରେ ଲଖାେ ଅଛି ଯେ:
5. ଆମ୍ଭେ ଯେତବେେଳେ ଭୁଲ କରୁ, ସେଥିରୁ ସ୍ପଷ୍ଟ ଭାବରେ ଜଣା ପଡ଼େ ଯେ ପରମେଶ୍ବର ହେଉଛନ୍ତି ଠିକ୍। ସେଥିପାଇଁ ପରମେଶ୍ବର ଯେତବେେଳେ ଆମ୍ଭକୁ ଦଣ୍ଡ ଦିଅନ୍ତି, କଣ ଆମ୍ଭେ କହି ପାରିବା ଯେ, ସେ ଅନ୍ଯାଯୀ? ମୁଁ କେତକେ ଲୋକଙ୍କ ଭାବିବାର ଢ଼ଙ୍ଗ ବିଷୟ ରେ କହୁଛି।
6. ନା! ଯଦି ପରମେଶ୍ବର ଆମ୍ଭକୁ ଦଣ୍ଡ ଦଇେ ପାରିବେ ନାହିଁ, ତା ହେଲେ ସେ ସଂସାରର ବିଚ଼ାର କରି ପାରିବେ ନାହିଁ।
7. ଜଣେ ଲୋକ କହି ପରେ, ଯେତବେେଳେ ମୁଁ ମିଛ ତାହା ତା ହେ ପ୍ରକୃତ ରେ ପରମେଶ୍ବରଙ୍କୁ ଅଧିକତର ମହିମା ପ୍ରଦାନ କରେ, କାରଣ ମାେ ମିଛ, ପରମେଶ୍ବରଙ୍କ ସତ୍ଯକୁ ପ୍ରକାଶ କରେ। ସେଥିପାଇଁ ମାେତେ ପାପୀ ବୋଲି କାହିଁକି ବିଚ଼ାର କରାଗଲା?
8. ଏହି ସମାନ କଥା କହିବା ହେଲା, ଆମ୍ଭେ ନିଶ୍ଚୟ ମନ୍ଦକାମ କରିବା, କାରଣ ତା' ଦ୍ବାରା ଭଲ ଆସିବ। ଅନକେ ଲୋକ ଆମ୍ଭକୁ ସମାଲୋଚ଼ନା କରନ୍ତି ଓ ମିଛ ରେ କୁହନ୍ତି ଯେ ଆମ୍ଭେ ସହେି ଶିକ୍ଷା ଦେଉଛୁ। ଯେଉଁମାନେ ଏ ଭଳି କଥା କୁହନ୍ତି ସମାନେେ ଠିକ୍ ନୁହଁନ୍ତି ଓ ସମାନଙ୍କେୁ ଦଣ୍ଡ ଦବୋ ଉଚ଼ିତ।
ସମସ୍ତେ ପାପ କରିଛନ୍ତି
9. ସେଥିପାଇଁ ଅନ୍ୟ ଲୋକମାନଙ୍କଠାରୁ ଆମ୍ଭେ ଯିହୂଦୀଗଣ କଣ ଭଲ? ନା। ଯିହୂଦୀ ଓ ଅଣଯିହୂଦୀ ସମସ୍ତେ ସମାନ ବୋଲି ଆମ୍ଭେ ଆଗରୁ କହି ସାରିଛୁ। ସମାନେେ ସମସ୍ତେ ନିଜ ନିଜ ପାପ ପାଇଁ ଦୋଷୀ।
10. ଶାସ୍ତ୍ର ରେ ଏହିପରି ଲଖାେ ଅଛି,
11. ବୁଝିବା ଲୋକ ଜଣେ ମଧ୍ଯ ନାହିଁ, ପରମେଶ୍ବରଙ୍କୁ ପ୍ରକୃତ ରେ ଖାଜେୁଥିବା ଲୋକ ଜଣେ ନାହିଁ।
12. ସମସ୍ତେ ସତ୍ଯ ମାର୍ଗ ଭୁଲି ଯାଇଛନ୍ତି ଓ ସମସ୍ତେ ମୂଲ୍ଯହୀନ ହାଇେ ଯାଇଛନ୍ତି। ସଠାେରେ କହେି ନାହିଁ ୟିଏ ଭଲ କରେ। ଏପରିକି ଜଣେ ମଧ୍ଯ ନୁହେଁ। ଗୀତସଂହିତା 14:1-3
13. ମଣିଷମାନଙ୍କର ମୁହଁ ଖାେଲା କବର ଭଳି ଅଟେ, ସମାନେେ ମିଛ ପାଇଁ ତାଙ୍କ ଜିହ୍ବାକୁ ବ୍ଯବହାର କରନ୍ତି। ଗୀତସଂହିତା 5:9
14. ଅଭିଶାପ ଓ କଟୁତା ରେ ସମାନଙ୍କେର କଥା ପୂର୍ଣ୍ଣ ହାଇେଥାଏ। ଗୀତସଂହିତା 10:7
15. ଲୋକେ ଅନ୍ୟକୁ ଆଘାତ ଓ ହତ୍ଯା କରିବା ପାଇଁ ସର୍ବଦା ପ୍ରସ୍ତୁତ
16. ସମାନେେ ବିନାଶ କରିବା ଓ କ୍ଲେଶ ଦବୋ ପାଇଁ ସର୍ବତ୍ର ଯାଆନ୍ତି।
17. ଲୋକେ ଶାନ୍ତିର ମାର୍ଗ ଜାଣନ୍ତି ନାହିଁ। ୟିଶାଇୟ 59:7-8
18. ସମାନଙ୍କେର ଆଖି ରେ ପରମେଶ୍ବରଙ୍କ ପ୍ରତି ଭୟ ବା ସମ୍ମାନ ଭାବ ନାହିଁ। ଗୀତସଂହିତା 36:1
19. ବ୍ଯବସ୍ଥା ରେ ଯେଉଁ କଥାଗୁଡ଼ିକ କୁହା ଯାଇଛି, ତାହା ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ଯବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦଖାଇବୋରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ବରଙ୍କ ନ୍ଯାୟବିଚ଼ାରକୁ ଆଣେ।
20. ଏହାର କାରଣ ହେଲା, କୌଣସି ଲୋକ ବ୍ଯବସ୍ଥା ପାଳନ କରିବା ଦ୍ବାରା ପରମେଶ୍ବରଙ୍କ ସହିତ ଧାର୍ମିକ ହୁଏ ନାହିଁ। ବ୍ଯବସ୍ଥା କବଳେ ଆମ୍ଭର ପାପ ବିଷୟ ରେ ଆମ୍ଭକୁ ସାବଧାନ କରାଏ।
ବିଶ୍ୱାସ ଦ୍ୱାରା God ଶ୍ବରଙ୍କ ଧାର୍ମିକତା
21.
22. ଯୀଶୁ ଖ୍ରୀଷ୍ଟଙ୍କ ଠା ରେ ବିଶ୍ବାସ ଦ୍ବାରା ପରମେଶ୍ବର ଲୋକମାନଙ୍କୁ ଧାର୍ମିକ କରନ୍ତି। ଯୀଶୁ ଖ୍ରୀଷ୍ଟଙ୍କଠା ରେ ବିଶାସ ରଖୁଥିବା ସମସ୍ତ ଲୋକଙ୍କ ପାଇଁ ପରମେଶ୍ବର ଏହା କରନ୍ତି। ସବୁ ଲୋକେ ହେଉଛନ୍ତି ସମାନ।
23. ସମସ୍ତେ ପାପ କରିଛନ୍ତି ଓ ପରମେଶ୍ବରଙ୍କ ମହିମା ପାଇବା ରେ ଉଣା ପଡ଼ିଛନ୍ତି।
24. ପରମେଶ୍ବରଙ୍କ ଅନୁଗ୍ରହ ଦ୍ବାରା ଲୋକେ ତାହାଙ୍କ ଦୃଷ୍ଟି ରେ ଧାର୍ମିକ ହୁଅନ୍ତି। ଏହା ବିନା ମୂଲ୍ଯର ଅନୁଗ୍ରହଦାନ ଅଟେ। ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ପାପରୁ ମୁକ୍ତ ହାଇେ ଲୋକେ ପରମେଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ହୁଅନ୍ତି।
25. ଲୋକମାନଙ୍କୁ ବିଶ୍ବାସ ଜରିଆ ରେ, ପାପରୁ କ୍ଷମା କରିବା ଉଦ୍ଦେଶ୍ଯ ରେ ପରମେଶ୍ବର ଯୀଶୁଙ୍କୁ ପଥ ଭାବରେ ଦଇେଥିଲେ। ଯୀଶୁଙ୍କ ରକ୍ତ ବା ମୃତ୍ଯୁ ଦ୍ବାରା ପରମେଶ୍ବର କ୍ଷମା କରନ୍ତି। ଯୀଶୁଙ୍କୁ ଦବୋ ଦ୍ବାରା ଏହା ପ୍ରମାଣିତ କରେ ଯେ ପରମେଶ୍ବର ସର୍ବଦା ନ୍ଯାୟ କରନ୍ତି।
26. ପୂର୍ବରୁ ପରମେଶ୍ବର ର୍ଧୈୟ୍ଯ ଧରି ରହିଥିବା ଲୋକମାନଙ୍କୁ ସମାନଙ୍କେର ପାପ ପାଇଁ ଦଣ୍ଡ ନଦଇେ ଉଚ଼ିତ କାର୍ୟ୍ଯ କରିଥିଲେ। ସେ ନିଜର ଧାର୍ମିକତା ପ୍ରକାଶ କରିବା ପାଇଁ ଏବେ ଯୀଶୁଙ୍କୁ ପଠାଇଲେ। ପରମେଶ୍ବର ଯେ, ନିଜେ ନ୍ଯାୟବାନ ତାହା ଦଖାଇବୋ ପାଇଁ ଯୀଶୁଙ୍କଠା ରେ ବିଶ୍ବାସ ରଖି ଥିବା ଯେ କୌଣସି ଲୋକକୁ ଧାର୍ମିକ କଲେ।
ଗର୍ବ ବହିଷ୍କୃତ
27.
28. ଏହାର କାରଣ ହେଲା ଜଣେ ଲୋକ ବ୍ଯବସ୍ଥା ପାଳନ କରିବା ଦ୍ବାରା ନୁହେଁ ବରଂ ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ପ୍ରତି ଧାର୍ମିକ ଗଣିତ ହୁଏ। ଏ କଥା ରେ ଆମ୍ଭେ ବିଶ୍ବାସ କରୁ।
29. ପରମେଶ୍ବର କବଳେ ଯିହୂଦୀମାନଙ୍କର ପରମେଶ୍ବର ନୁହଁନ୍ତି। ଅଣଯିହୂଦୀମାନଙ୍କର ମଧ୍ଯ ସେ ପରମେଶ୍ବର ଅଟନ୍ତି।
30. ପରମେଶ୍ବର ହେଉଛନ୍ତି ମାତ୍ର ଜଣେ, ସେ ଯିହୂଦୀ ମାନଙ୍କୁ ସମାନଙ୍କେ ବିଶ୍ବାସ ଆଧାର ରେ ତାହାଙ୍କ ସହିତ ଧାର୍ମିକ କରିବେ। ଅଣଯିହୂଦୀମାନଙ୍କୁ ମଧ୍ଯ ସମାନଙ୍କେର ବିଶ୍ବାସ ପାଇଁ ସେ ଧାର୍ମିକ କରିବେ।
31. ଏଠା ରେ ପ୍ରଶ୍ନ ଉେଠ ଯେ ଆମ୍ଭେ କ'ଣ ବିଶ୍ବାସର ମାର୍ଗ ଅନୁସରଣ କରିବା ଦ୍ବାରା ବ୍ଯବସ୍ଥାକୁ ନଷ୍ଟ କରୁଛୁ କି? ନା! ଏହା ସତ୍ଯ ନୁହେଁ। ବରଂ ବ୍ଯବସ୍ଥା ଆମ୍ଭଠାରୁ ଯାହା ଆଶା କରେ, ତାହା ହବୋ ପାଇଁ ବିଶ୍ବାସ ଆମ୍ଭକୁ ସୁଯୋଗ ପ୍ରଦାନ କରେ।