ପରିବାରର ମୁଖ୍ୟ ଯେଉଁମାନେ ଏଜ୍ରା ସହିତ ଫେରି ଆସିଥିଲେ

1.

2. ପୀନହସର ବଂଶଧରମାନଙ୍କ ମଧ୍ଯରୁ ଗେର୍ଶୋମ, ଈଥାମରର ବଂଶଧରମାନଙ୍କ ମଧ୍ଯରୁ ଦାନିୟେଲ। ଦାଉଦଙ୍କ ବଂଶଧରମାନଙ୍କ ମଧ୍ଯରୁ ହଟୂଶ୍।

3. ଶଖନିଯର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ, ପରିଯୋଶର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ ଜିଖରିଯ ଏବଂ 150 ଜଣ ପୁରୁଷ ତାଙ୍କ ସହିତ ପଞ୍ଜିକୃତ ହାଇେଥିଲେ।

4. ପହତ୍ ମାୟୋବର ବଂଶଧରମାନଙ୍କ ମଧ୍ଯରୁ ସରହିଯର ପୁତ୍ର ଇଲୀହୋଐନଯ ଓ ତାହା ସଙ୍ଗେ 200 ପୁରୁଷ।

5. ଏବଂ ଜାତୁଙ୍କର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ୟହସୀଯଲରେ ପୁତ୍ର ଶଖନିଯ ଏବଂ ତାହା ସଙ୍ଗେ 300 ପୁରୁଷ।

6. ଆଉ ଆଦୀନର ବଂଶଧରମାନଙ୍କ ମଧ୍ଯରୁ ଯୋନାଥନର ପୁତ୍ର ଏବଦ୍ ଓ ତାହା ସଙ୍ଗେ ପଗ୍ଭଶ ପୁରୁଷ।

7. ଏଲମର ବଂଶଧରମାନଙ୍କ ମଧ୍ଯରୁ ଅଥଲିଯର ପୁତ୍ର ୟିଶାଯାହ ଓ ତାଙ୍କ ସଙ୍ଗେ 70 ପୁରୁଷ।

8. ଶଫଟିଯର ବଂଶଧରମାନଙ୍କ ମଧ୍ଯରୁ ମୀଖାଯଲରେ ପୁତ୍ର ସବଦିଯ ଓ ତାହା ସଙ୍ଗେ 80 ପୁରୁଷ।

9. ଯୋୟାବର ବଂଶଧରମାନଙ୍କ ମଧ୍ଯରୁ ୟିହିଯଲରେ ପୁତ୍ର ଓବଦିଯ ଓ ତାହାଙ୍କ ସଙ୍ଗେ 218 ପୁରୁଷ।

10. ଆଉ ବାଣିର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ୟୋଷିଫିଯର ପୁତ୍ର ଶ ଲୋମୀତ ଓ ତାହା ସଙ୍ଗେ 160 ପୁରୁଷ।

11. ବବଯରେ ବଂଶଧରମାନଙ୍କ ମଧ୍ଯରୁ ବବଯରେ ପୁତ୍ର ଜିଖରିଯ ଓ ତାହାଙ୍କ ସଙ୍ଗେ 28 ପୁରୁଷ।

12. ଅସ୍ଗଦର ବଂଶଧରମାନଙ୍କ ମଧ୍ଯରୁ ହକାଟନର ପୁତ୍ର ୟୋହାନନ୍ ଓ ତାହା ସଙ୍ଗେ 110ପୁରୁଷ।

13. ଅଦୋନୀକାମର ବଂଶଧରମାନଙ୍କ ମଧ୍ଯରୁ କନିଷ୍ଠମାନେ ଓ ସମାନଙ୍କେ ନାମ ଇଲିଫଲେଟ୍, ୟିଯୂଯଲେ, ଶମଯିମ ଓ ସମାନଙ୍କେ ସଙ୍ଗେ 60 ପୁରୁଷ।

14. ଆଉ ବିଗ୍ବଯ ବଂଶଧରମାନଙ୍କ ମଧ୍ଯରୁ ଊଥଯ ଓ ସବୂଦ୍ ଓ ସମାନଙ୍କେ ସଙ୍ଗେ 70 ପୁରୁଷ।

ମନ୍ଦିର ପାଇଁ ସେବକମାନେ

15.

16. ତେଣୁ ମୁଁ ଇଲୀଯଷେର, ଅରୀଯଲେ, ଶମଯିଯ ଓ ଇଲ୍ନାଥନ ଓ ୟାରିବ୍ ଇଲ୍ନାଥନ ଓ ନାଥନ, ଜିଖରୀଯ ଓ ମଶୁଲ୍ଲମ୍ ଏହି ପ୍ରଧାନ ଲୋକମାନଙ୍କୁ ମଧ୍ଯ ୟୋଯାରୀବ ଓ ଇଲ୍ନାଥନ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି।

17. ଏହାପରେ ମୁଁ ସମାନଙ୍କେୁ କାସିଫିଆ ନାମକ ଏକ ସ୍ଥାନର ପ୍ରଧାନଲୋକ ଇଦ୍ଦୋ ନିକଟକୁ ପଠାଇଲି। ଏବଂ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଗ୍ଭରକମାନଙ୍କୁ ଆଣିବା ପାଇଁ କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତା'ର ଭାତୃଗଣ ନାଥୀନୀଯମାନଙ୍କୁ କହିବାକୁ ସମାନଙ୍କେୁ ଆଦେଶ ଦଲେି।

18. ତେଣୁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ପରମେଶ୍ବର ମଙ୍ଗଳମଯ ହସ୍ତର ସହାୟତା ପ୍ରମାଣେ ସମାନେେ ଇଶ୍ରାୟେଲର ପୌତ୍ର,

19. ହସବିଯ ଓ ତାହା ସଙ୍ଗେ ମରାରି ବଂଶଧରମାନଙ୍କ ମଧ୍ଯରୁ ୟିଶଯାହ ତାହାର ଭାତୃଗଣ ଓ ସମାନଙ୍କେ ପୁତ୍ରଗଣ ଏପରି କୋଡିଏ ଜଣ।

20. ଦାଉଦ ଓ ଅଧିପତିମାନେ ଯେଉଁ ଲୋକମାନଙ୍କୁ ଲବେୀୟମାନଙ୍କ ସବୋକାର୍ୟ୍ଯ ନିମନ୍ତେ ଦଇେଥିଲେ, ସମାନଙ୍କେ ମଧ୍ଯରୁ 220 ଜଣ ନଥନୀଯ ମନ୍ଦିରର ଦାସ ଆଣିଲେ। ଏହି ସମସ୍ତଙ୍କ ନାମ ଲିଖିତ ହେଲା।

ଉପବାସ ଏବଂ ସୁରକ୍ଷା ପାଇଁ ପ୍ରାର୍ଥନା

21.

22. କାରଣ ପଥ ମଧିଅରେ ଶତୃ ବିରୁଦ୍ଧ ରେ ଆମ୍ଭମାନଙ୍କୁ ସାହାର୍ୟ୍ଯ କରିବା ପାଇଁ ରାଜାଙ୍କୁ ଏକଦଳ ସୈନ୍ଯ ଓ ଅଶ୍ବାରୋହୀ ମାଗିବାକୁ ମୁଁ ଲଜ୍ଜା ବୋଧ କଲି। ମୁଁ ରାଜାଙ୍କୁ ଏହି କଥା କହିଲି, ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ବରଙ୍କୁ ଭରସା କରନ୍ତି, ସମାନଙ୍କେର ମଙ୍ଗଳ ପାଇଁ ସମାନଙ୍କେ ପ୍ରତି ତାଙ୍କର ସହାୟତା ଅଛି। ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ଯାଗ କରନ୍ତି, ତାଙ୍କର ଶକ୍ତି ଓ କୋର୍ଧ ସମାନଙ୍କେର ବିରୁଦ୍ଧ ରେ ଥାଏ।

23. ଏଣୁ ଆମ୍ଭମାନେେ ଉପବାସ କଲୁ ଏବଂ ଆମ୍ଭମାନଙ୍କ ପରମେଶ୍ବରଙ୍କ ନିକଟରେ ବିନତୀ କଲୁ ଏବଂ ସେ ଆମ୍ଭମାନଙ୍କ ପ୍ରାର୍ଥନାର ଉତ୍ତର ଦେଲେ।

ମନ୍ଦିର ପାଇଁ ଉପହାର

24. ତେଣୁ ମୁଁ ଯାଜକମାନଙ୍କ ମଧ୍ଯରୁ ବାରଜଣ ପ୍ରଧାନ ଲୋକଙ୍କୁ ଅର୍ଥାତ୍ ଶେ ରବେିଯ, ହଶବିଯ ଓ ସମାନଙ୍କେ ସହିତ ସମାନଙ୍କେର ଦଶଜଣ ଭ୍ରାତାଙ୍କୁ ପୃଥକ୍ କଲି।

25. ଆଉ ରାଜା ଓ ତାହାଙ୍କ ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇଶ୍ରାୟେଲ ସମସ୍ତ ଲୋକେ ଆମ୍ଭମାନଙ୍କ ପରମେଶ୍ବରଙ୍କର ମନ୍ଦିର ନିମନ୍ତେ ଯେଉଁ ରୂପା, ସୁନା ଓ ପାତ୍ରମାନସବୁ ଉପହାର କରିଥିଲେ, ତାହା ମୁଁ ସମାନଙ୍କେୁ ତୌଲି ଦଲେି।

26. ମୁଁ ସମାନଙ୍କେ ହସ୍ତ ରେ 650 ତାଳନ୍ତ ରୂପା ଓ 100 ତାଳନ୍ତ ରେ ୗପ୍ୟପାତ୍ର ଓ 100 ତାଳନ୍ତ ସୁନା।

27. 1,000 ଡାରିକ୍ ମୂଲ୍ଯର 20 ସ୍ବର୍ଣ୍ଣମଯ ପାତ୍ର ଏବଂ ସ୍ବର୍ଣ୍ଣ ତୁଲ୍ଯ ବହୁମୁଲ୍ଯ ଉତ୍ତମ ଉଜ୍ବଳ ପିତ୍ତଳର ଦୁଇପାତ୍ର ତୌଲି ଦଲେି।

28. ଏବଂ ମୁଁ ବାରଜଣ ଯାଜକମାନଙ୍କୁ କହିଲି, ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଓ ପାତ୍ର ସବୁ ପବିତ୍ର, ଆଉ ଏହି ରୂପା ଓ ସୁନା ତୁମ୍ଭମାନଙ୍କ ସଦାପ୍ରଭୁ ପୂର୍ବପୁରୁଷମାନଙ୍କର ପରମେଶ୍ବର ଉଦ୍ଦେଶ୍ଯ ରେ ସ୍ବେଚ୍ଛାଦତ୍ତ ଉପହାର ଅଟେ।

29. ସଦାପ୍ରଭୁ ୟିରୁଶାଲମସ୍ଥ ମନ୍ଦିର କଠାେରୀ ରେ ପ୍ରଧାନ ଯାଜକ ଗର୍ବର ଓ ଲବେୀୟମାନଙ୍କର ଓ ଇଶ୍ରାୟେଲୀୟ ପରିବାରର ନେତାମାନଙ୍କର ସାକ୍ଷାତ ରେ ଏହାସବୁ ତୌଲି ନଦବୋ ପର୍ୟ୍ଯନ୍ତ ତୁମ୍ଭମାନେେ ସତର୍କ ହୁଅ ଓ ଏହା ସବୁର ସୁରକ୍ଷା କର।

30. ତହିଁରେ ଯାଜକମାନେ ଓ ଲବେୀୟମାନେ ଆମ୍ଭମାନଙ୍କ ୟିରୁଶାଲମସ୍ଥ ପରମେଶ୍ବରଙ୍କ ମନ୍ଦିରକୁ ଆଣିବା ପାଇଁ ସହେି ତୌଲା ରୂପା ଓ ସୁନାପାତ୍ର ଗ୍ରହଣ କଲେ।

ଯିରୁଶାଲମକୁ ଫେରିବା

31. ଏହାପରେ ଆମ୍ଭମାନେେ ୟିରୁଶାଲମକୁ ୟାତ୍ରାକରିବା ନିମନ୍ତେ ପ୍ରଥମ ମାସର ଦ୍ବାଦଶ ଦିନ ଅହବା ନଦୀ ନିକଟକୁ ପ୍ରସ୍ଥାନ କଲୁ। ଆମ୍ଭମାନଙ୍କ ପରମେଶ୍ବରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା। ଆଉ ପଥ ମଧିଅରେ ଶତୃ ଓ ଓଗାଳି ବସିବା ଲୋକମାନଙ୍କ ହସ୍ତରୁ ସେ ଆମ୍ଭକୁ ଉଦ୍ଧାର କଲେ।

32. ତେଣୁ ଆମ୍ଭମାନେେ ୟିରୁଶାଲମ ରେ ଉପସ୍ଥିତ ହାଇେ ସଠାେରେ ତିନିଦିନ ବିଶ୍ରାମ କଲୁ।

33. ଏହାପରେ ଚତୁର୍ଥଦିନ ସହେି ରୂପା ଓ ସୁନାପାତ୍ର ସକଳ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିର ରେ ତୌଲାୟାଇ ଊରିଯ ଯାଜକର ପୁତ୍ର ମରମୋେତ୍ ହସ୍ତ ରେ ଦିଆଗଲା। ତାହା ସଙ୍ଗେ ପୀନହସର ପୁତ୍ର ଏଲିଯାସର ଥିଲା। ସମାନଙ୍କେ ସଙ୍ଗେ ଯଶୂେଯର ପୁତ୍ର ୟୋଷାବଦ୍ ଓ ବିନ୍ନୂଯିର ପୁତ୍ର ନୋଯଦିଯ ଏହି ଲବେୀୟମାନେ ଥିଲେ।

34. ସମଗ୍ର ଦ୍ରବ୍ଯ ଗଣା ୟାଇ ଓ ପରିମିତ ହାଇେ ଦିଆଗଲା ଓ ସହେି ସମୟରେ ସହେିସବୁର ତୌଲ୍ଯ ଲଖାଗେଲା।

35. ନିର୍ବାସନରୁ ଆଗତ ବନ୍ଦୀତ୍ବର ସନ୍ତାନଗଣ ସମଗ୍ର ଇଶ୍ରାୟେଲ ନିମନ୍ତେ ଇଶ୍ରାୟେଲ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ହାମବେଳି ରୂପେ 12 ବୃଷ, 96ଅଣ୍ତିରା ମଷେ, 77 ମଷେଶାବକ, ପାପାର୍ଥକ ବଳି ନିମନ୍ତେ 12 ଛାଗ ଉତ୍ସର୍ଗ କଲେ। ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଥିଲା।

36. ଏହାପରେ ସମାନେେ ନଦୀ ସପୋରିସ୍ଥ ରାଜ ପ୍ରତିନିଧିମାନଙ୍କୁ ଓ ଦଶାେଧ୍ଯକ୍ଷମାନଙ୍କୁ ରାଜାଜ୍ଞାପତ୍ର ସମର୍ପଣ କଲେ। ତହିଁରେ ସମାନେେ ଲୋକମାନଙ୍କର ଓ ପରମେଶ୍ବରଙ୍କ ଗୃହ କାର୍ୟ୍ଯ ରେ ସାହାର୍ୟ୍ଯ କଲେ।

Bibles

Books

Chapters