ଭଗବାନ ଏବଂ ସମର୍ପିତ ବ୍ୟକ୍ତି ଏବଂ ସମ୍ପତ୍ତି ମୁକ୍ତ କରିବା
1.
2. ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ କୁହ, ଯଦି କୌଣସି ବ୍ଯକ୍ତି ଉତ୍ସର୍ଗୀତ ଲୋକକୁ ସଦାପ୍ରଭୁଙ୍କୁ ଗୋଟିଏ ମହାନ୍ ଉଦ୍ଦେଶ୍ଯ ରେ ମାନସିକ କରେ, ତବେେ ତା'ର ମୂଲ୍ଯ ଯାଜକ ଦ୍ବାରା ନିରୂପିତ ହବେ ଓ ସେ ଲୋକଟି ଚିରଦିନ ପାଇଁ ପରମେଶ୍ବରଙ୍କର ହବେ। ଯଦି ଲୋକମାନେ ସହେି ମାନତ ଲୋକକୁ ଫୋରାଇ ଆଣିବାକୁ ଗ୍ଭହାଁନ୍ତି ତବେେ ସମାନେେ ନିରୂପିତ ମୂଲ୍ଯ ଦଇେ ଫରୋଇ ଆଣିବେ।
3. କୋଡିଏ ବର୍ଷ ଠାରୁ ଷାଠିଏ ବର୍ଷ ପର୍ୟ୍ଯନ୍ତ ପୁରୁଷ ହେଲେ ତୁମ୍ଭର ନିରୂପିତ ମୂଲ୍ଯ ପବିତ୍ରସ୍ଥାନର ଶକେଲ ଅନୁସାରେ ପଗ୍ଭଶ ଶକେଲ ରୂପା ହବେ।
4. ଆଉ କୋଡିଏରୁ ଷାଠିଏ ବର୍ଷ ପର୍ୟ୍ଯନ୍ତ ସ୍ତ୍ରୀ ଲୋକର ନିରୂପିତ ମୂଲ୍ଯ ତିରିଶ ଶକେଲ ରୂପା ହବେ।
5. ଆଉ ପଞ୍ଚମ ବର୍ଷରୁ କୋଡିଏ ବର୍ଷ ପର୍ୟ୍ଯନ୍ତ ହେଲେ ତୁମ୍ଭର ନିରୂପିତ ମୂଲ୍ଯ ପୁରୁଷ ପାଇଁ କୋଡିଏ ଶକେଲ ରୂପା ଓ ସ୍ତ୍ରୀ ପାଇଁ ଦଶ ଶକେଲ ରୂପା ହବେ।
6. ପୁଣି ଏକମାସଠାରୁ ପାଞ୍ଚ ବର୍ଷ ପର୍ୟ୍ଯନ୍ତ ଶିଶୁ ହେଲେ ତୁମ୍ଭର ନିରୂପିତ ମୂଲ୍ଯ ପୁରୁଷ ନିମନ୍ତେ ପାଞ୍ଚ ଶକେଲ ରୂପା ଓ ସ୍ତ୍ରୀ ନିମନ୍ତେ ତିନି ଶକେଲ ରୂପା ହବେ।
7. ପୁଣି ଷାଠିଏ ବର୍ଷରୁ ଅଧିକ ହେଲେ ତୁମ୍ଭର ନିରୂପିତ ମୂଲ୍ଯ ପୁରୁଷ ପାଇଁ ପନ୍ଦର ଶକେଲ ରୂପା ଓ ସ୍ତ୍ରୀ ନିମନ୍ତେ ଦଶ ଶକେଲ ରୂପା ହବେ।
8. ଯଦି ଲୋକଟି ଅତି ଦରିଦ୍ର ଓ ନିରୂପିତ ମୂଲ୍ଯ ଦଇେ ପାରିବ ନାହିଁ, ତବେେ ତାକୁ ଯାଜକ ନିକଟକୁ ଅଣାୟିବ, ଯାଜକ ତାହାର ମୂଲ୍ଯ ନିରୂପିତ କରିବ। ମାନତକାରୀର ଶକ୍ତି ଅନୁସାରେ ଯାଜକ ତାହାର ମୂଲ୍ଯ ନିରୂପଣ କରିବ।
9. କେତକେ ପ୍ରକାର ପଶୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରାୟାଇ ପାରିବ, ସହେି ପଶୁଗୁଡିକ ମଧ୍ଯରୁ ଯଦି କହେି ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବାକୁ ଶପଥ କରେ, ସହେି ପଶୁ ସଦାପ୍ରଭୁଙ୍କ ପାଇଁ ପବିତ୍ର ହାଇେଥିବ।
10. କାରଣ ସହେି ପଶୁଟି ସଦାପ୍ରଭୁଙ୍କ ପାଇଁ ଉପହାର। ସେ ଅନ୍ୟ ଗୋଟିଏ ବଦଳ ରେ ତାକୁ ବଦଳ କରିବା ଉଚିତ୍ ନୁହେଁ। ଯଦି ଜଣେ ବ୍ଯକ୍ତି ଗୋଟିଏ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରତିଜ୍ଞାରୂପେ ବଳିଦାନ କରେ, ତବେେ ସେ ତା' ବଦଳ ରେ ଅନ୍ୟ ପଶୁ ବଦଳାଇ ପାରିବ ନାହିଁ। ସେ ଭଲ ପଶୁ ବଦଳ ରେ ମନ୍ଦ ପଶୁ କି ମନ୍ଦ ବଦଳ ରେ ଭଲ ପଶୁ ବଦଳାଇବା ଉଚିତ୍ ନୁହେଁ। ଯଦି ସେ ବଦଳାଇବାକୁ ଚେଷ୍ଟା କରେ, ତବେେ ଦୁଇଟି ପଶୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର ହବେେ।
11. କେତକେ ପ୍ରାଣୀ ଅଛନ୍ତ ଯାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରାୟାଇ ପାରିବ ନାହିଁ। ସପରେି ଅଶୁଚି ପଶୁ ହାଇେଥିଲେ ଯାଜକ ସମ୍ମୁଖକୁ ଅଣାୟିବ।
12. ପୁଣି ସହେି ପଶୁ ଭଲ ହେଉ କି ମନ୍ଦ ହେଉ ଯାଜକ ତହିଁର ମୂଲ୍ଯ ନିରୂପଣ କରିବ। ଯାଜକର ନିରୂପିତ ମୂଲ୍ଯ ଅନୁସାରେ ତାହାର ମୂଲ୍ଯ ହବେ।
13. ଯଦି ସେ ଲୋକ କୌଣସି ମତେ ତାକୁ ଫରୋଇ ନବୋକୁ ଇଚ୍ଛା କରେ, ତବେେ ସେ ନିରୂପିତ ମୂଲ୍ଯର ପଞ୍ଚମାଂଶ ଅଧିକ ହବେ।
14. ଯଦି କୌଣସି ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର କରିବା ପାଇଁ ନିଜର ଗୃହକୁ ଉତ୍ସର୍ଗ କରେ। ତବେେ ଗୃହଟି ତାହା ଭଲ ହେଉ କି ମନ୍ଦ ହେଉ, ଯାଜକ ତହିଁରେ ମୂଲ୍ଯ ନିରୂପଣ କରିବ। ଯାଜକ ନିରୂପିତ ମୂଲ୍ଯ ଅନୁସାରେ ତାହାର ମୂଲ୍ଯ ସ୍ଥିର ହବେ।
15. ଆଉ ଯଦି ଗୃହ ଉତ୍ସର୍ଗକାରୀ ନିଜ ଗୃହ ମୁକ୍ତ କରିବାକୁ ଇଚ୍ଛା କରେ, ତବେେ ସେ ନିରୂପିତ ମୂଲ୍ଯର ଅଧିକ ଦବେ, ତା'ପରେ ସେ ଗୃହ ତା'ର ହବେ।
16. ଆଉ ଯଦି କୌଣସି ମନୁଷ୍ଯ ଆପଣା ଅଧିକୃତ କ୍ଷେତ୍ରର କିଛି ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରେ, ତବେେ ତାହାର ମୂଲ୍ଯ ନିରୂପଣ ତାହାର ବପନୀଯ ବିହନ ଅନୁସାରେ ହବେ; ଏକ ହୋମର-ପରିମିତ ୟବ-ବିହନର ମୂଲ୍ଯ ପଗ୍ଭଶ ଶକେଲ ରୂପା ହବେ।
17. ଯଦି ଜଣେ ମନୁଷ୍ଯ ମହୋଲ୍ଲାସ-ଉତ୍ସବ ବର୍ଷ ରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତବେେ ଯାଜକର ନିରୂପିତ ମୂଲ୍ଯ ଅନୁସାରେ ତାହାର ମୂଲ୍ଯ ସ୍ଥିର ହବେ।
18. ମାତ୍ର ଯଦି ସେ ମହୋଲ୍ଲାସ-ଉତ୍ସବ ପରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତବେେ ଯାଜକ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ଅବଶିଷ୍ଟ ବର୍ଷର ସଂଖ୍ଯା ଅନୁସାରେ ତା' ସହିତ ମୂଲ୍ଯର ଗଣନା କରିବ। ପୁଣି ତଦନୁସା ରେ ତା'ର ନିରୂପିତ ମୂଲ୍ଯରୁ ଉଣା କରାୟିବ।
19. ଯଦି ସହେି ବ୍ଯକ୍ତି ତା'ର କ୍ଷେତ୍ର ମୁକ୍ତ କରିବାକୁ ଇଚ୍ଛା କରିବ, ତବେେ ସେ କ୍ଷେତ୍ରମୂଲ୍ଯ ସହିତ ଆଉ ପଞ୍ଚମାଂଶ ଅଧିକ ମୂଲ୍ଯ ୟୋଗ କରିବ। ତହିଁରେ ସେ କ୍ଷେତ୍ର ତାହାର ହବେ।
20. ସେ ଯଦି କ୍ଷେତ୍ରକୁ ମୁକ୍ତ କରି ନ ପାରିଲେ ସହେି କ୍ଷେତ୍ରଟି ଯାଜକମାନଙ୍କର ହବେ। ଯଦି ସହେି କ୍ଷେତ୍ର ଅନ୍ୟକୁ ବିକ୍ରଯ କରାୟାଇଛି, ତବେେ ତାହା ଆଉ କବେେ ମୁକ୍ତ ହବେ ନାହିଁ।
21. ମାତ୍ର ସହେି କ୍ଷେତ୍ର ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହେଲେ ତାହା ବିଶଷେ ଉପହାର ତୁଲ୍ଯ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ ଓ ତହିଁରେ ଯାଜକର ଅଧିକାର ହବେ।
22. ଯଦି କହେି ଆପଣା ସମ୍ପତ୍ତି ନି ହେଁ, ମାତ୍ର ତାକୁ କିଣି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରତିଷ୍ଠା କରେ,
23. ତବେେ ଯାଜକ ତା'ର ନିରୁପିତ ମୁଲ୍ଯ ଅନୁସାରେ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ତାହା ପାଇଁ ଗଣନା କରିବ, ପୁଣି ସେ ସହେିଦିନ ତା'ର ନିରୂପିତ ମୂଲ୍ଯ ଦବେ। ସହେି କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ବସ୍ତୁତୁଲ୍ଯ ହବେ।
24. ମହୋଲ୍ଲାସ-ଉତ୍ସବ ବର୍ଷ ରେ ସହେି କ୍ଷେତ୍ର ପ୍ରକୃତ ଜମି ମାଲିକ ନିକଟକୁ ଫରେିୟିବ।
25. ପୁଣି ତୁମ୍ଭର ନିରୂପିତ ସମସ୍ତ ମୂଲ୍ଯ ପବିତ୍ରସ୍ଥାନର ଶକେଲ ଅନୁସାରେ ହବେ, କୋଡିଏ ଗରୋ ରେ ଏକ ଶକେଲ ହୁଏ।
26. ପଶୁମାନଙ୍କ ମଧ୍ଯରୁ ଗୋରୁ ହେଉ କି ମଷେ ହେଉ ପ୍ରଥମଜାତ ସର୍ବଦା ସଦାପ୍ରଭୁଙ୍କର। ତାକୁ କହେି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିପାରିବେ ନାହିଁ। କାରଣ ତାହା ଆଗରୁ ସଦାପ୍ରଭୁଙ୍କର ଅଟେ।
27. ମାତ୍ର ପ୍ରଥମଜାତ ପଶୁ ଯଦି ଅଶୁଚି ହୁଏ, ତବେେ ସେ ତୁମ୍ଭ ନିରୂପିତ ମୂଲ୍ଯ ଅସୁସା ରେ ତାହା ମୁକ୍ତ କରିବ ଓ ସହେି ମୂଲ୍ଯର ପଞ୍ଚମାଂଶ ଅଧିକ ଦବେ। ସେ ଯଦି ମୁକ୍ତ କରି ନ ପା ରେ ତବେେ ଯାଜକ ତାହା ନିରୂପିତ ମୂଲ୍ଯ ରେ ବିକ୍ରୀ କରିବ।
28. ଯଦି କୌଣସି ବ୍ଯକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବିଶଷେ ଉପହାର ଉତ୍ସର୍ଗ କରେ, ଏହା ବ୍ଯକ୍ତି, ପଶୁ କିମ୍ବା ଖଣ୍ଡେ ଜାଗା ହାଇପୋ ରେ। ତାହା ସଦାପ୍ରଭୁଙ୍କର ଅଧିକୃତ ବସ୍ତୁ ତାହା ବିକ୍ରୀ ବା ମୁକ୍ତ ହବେ ନାହିଁ। ପ୍ରେତ୍ୟକକ ଜିନିଷ ଗୋଟିଏ ମହାନ୍ ଉପହାର ସଦାପ୍ରଭୁଙ୍କ ପାଇଁ ଅତି ପବିତ୍ର ଅଟେ।
29. ମନୁଷ୍ଯ ମଧିଅରେ ଯେ ବର୍ଜିତ ହବେ, ସେ କବେେ ମୁକ୍ତ ହାଇପୋରିବ ନାହିଁ, ସେ ନିଶ୍ଚିନ୍ତ ହତ ହବେ।
30. ଭୂମିର ଶସ୍ଯ ହେଉ କି ବୃକ୍ଷର ଫଳ ହେଉ, ଉତ୍ପନ୍ନ ଦ୍ରବ୍ଯର ଦଶମାଂଶ ସଦାପ୍ରଭୁଙ୍କର ହବେ। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ।
31. ଯଦି କହେି ସେ ଦଶମାଂଶରୁ କିଛି ମୁକ୍ତ କରିବାକୁ ଇଚ୍ଛା କରେ ତବେେ ସେ ତହିଁର ମୂଲ୍ଯର ପଞ୍ଚମାଂଶ ଅଧିକ ହବେ।
32. ପୁଣି ଗୋମଷୋଦି ପଲରୁ ଦଶମାଂଶ ଯାଜକ ନବେ। ପ୍ରତି ଦଶଟି ରେ ଗୋଟିଏ ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ।
33. ତାହା ଭଲ କି ମନ୍ଦ ପଶୁ ମାଲିକ ଅନୁସନ୍ଧାନ କରିବ ନାହିଁ। ଆଉ ମଧ୍ଯ ତାହା ବଦଳ କରିବ ନାହିଁ। ଯଦି ବଦଳ କରେ ତବେେ ଉଭୟ ପଶୁ ପବିତ୍ର ହବେେ ଓ ତାହା ମୁକ୍ତ କରାୟିବ ନାହିଁ।
34. ଏ ସମସ୍ତ ଆଜ୍ଞା ଯାହାକୁ ସଦାପ୍ରଭୁ ସୀନଯ ପର୍ବତ ରେ ଇଶ୍ରାୟେଲ ସନ୍ତାନଗଣଙ୍କ ଉଦ୍ଦେଶ୍ଯ ରେ ମାଶାଙ୍କେୁ ପ୍ରଦାନ କରିଥିଲେ।