ଚାକିରିର ଅନୁତାପ ଏବଂ ପୁନରୁଦ୍ଧାର

1.

2. ହେ ସଦାପ୍ରଭୁ ମୁଁ ଜାଣେ ଆପଣ ସବୁକିଛି କରିପାରନ୍ତି। ତୁମ୍ଭେ ଯାହା କର ବା କରିବାକୁ ଚାହଁ, କହେି ତୁମ୍ଭକୁ ସେ କାମରୁ ନିବୃତ୍ତ କରାଇ ପାରିବେ ନାହିଁ।

3. ହେ ସଦାପ୍ରଭୁ, ତୁମ୍ଭେ ମାେତେ ପଚାରିଲ, 'କିଏ ଏହି ଜ୍ଞାନହୀନ ମଣିଷ, ୟିଏ ନିର୍ବୋଧ ଭଳି କଥା କହୁଛି।' ହେ ସଦାପ୍ରଭୁ, ମୁଁ ସହେି ବିଷଯ ରେ କହିଥିଲି, ଯାହା ମୁଁ ବୁଝି ନ ଥିଲି। ମୁଁ ସହେିସବୁ କଥା କହିଥିଲି ଯାହା ଏତେ ଆଶ୍ଚର୍ୟ୍ଯଜନକ ଯେ ତାହା ମାେ ବୁଝିବା ଶକ୍ତିର ବାହା ରେ।

4. ହେ ସଦାପ୍ରଭୁ, ତୁମ୍ଭେ ମାେତେ କହିଲ, 'ଶୁଣ ଆୟୁବ, ଆମ୍ଭେ ତୁମ୍ଭକୁ କହିବା। ଆମ୍ଭେ ତୁମ୍ଭକୁ ପ୍ରଶ୍ନ ପଚାରିବା ଓ ତୁମ୍ଭେ ତା'ର ଉତ୍ତର ଦବେ।'

5. ହେ ସଦାପ୍ରଭୁ, ଅତୀତ ରେ ମୁଁ ତୁମ୍ଭ ବିଷଯ ରେ ଶୁଣିଥିଲି। କିନ୍ତୁ ଆଜି ମୁଁ ସ୍ବଚକ୍ଷୁ ରେ ତୁମ୍ଭକୁ ଦେଖିଲି।

6. ହେ ସଦାପ୍ରଭୁ, ମୁଁ ଫେ ରଇେ ନେଉଛି ଯାହା ମୁଁ କହିଥିଲି। ହେ ସଦାପ୍ରଭୁ, ମୁଁ ବଡ଼ ଖଦେିତ ଯେପରି ମୁଁ ଧୂଳି ଓ ପାଉଁଶ ଉପରେ ବସିଛି। ମୁଁ ମାରେମନ ପରିବର୍ତ୍ତନ କରିଛି।

7. ସଦାପ୍ରଭୁ ଆୟୁବ ସହିତ କଥା ଶଷେ କଲା ପରେ ସେ ତୈମନୀଯ ଇଲୀଫସ୍ ସହିତ କଥା ହେଲେ। ସଦାପ୍ରଭୁ ଇଲୀଫସକୁ କହିଲେ, ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭର ଦୁଇ ବନ୍ଧୁଙ୍କ ଉପରେ କୋରଧିତ। କାହିଁକି ? କାରଣ ତୁମ୍ଭେ ଆମ୍ଭ ବିଷଯ ରେ ଉଚିତ କଥା କହି ନାହଁ। କିନ୍ତୁ ଆୟୁବ ଆମ୍ଭର ଆଶ୍ରିତ। ଆୟୁବ ଆମ୍ଭ ବିଷଯ ରେ ଉଚିତ୍ କଥା କହିଛି।

8. ତେଣୁ ବର୍ତ୍ତମାନ ଇଲୀଫସ୍ ସାତାଟେି ଷଣ୍ଢ ଓ ସାତାଟେି ମେଣ୍ଢା ନଇେ ମାେ ଭୃତ୍ଯ ଆୟୁବ ପାଖକୁ ୟାଅ। ତାହା ବଧକରି ନିଜ ପାଇଁ ହାମବେଳି ପରି ଉତ୍ସର୍ଗ କର। ଆମ୍ଭ ଦାସ ଆୟୁବ ତୁମ୍ଭ ପାଇଁ ପ୍ରାର୍ଥନା କରିବ ଏବଂ ଆମ୍ଭେ ପ୍ରାର୍ଥନାର ଉତ୍ତର ଦବୋ। ତା'ପରେ ଆମ୍ଭେ ତୁମ୍ଭକୁ ଦଣ୍ଡ ଦବୋ ନାହିଁ, ଯାହାର ତୁମ୍ଭେ ହକଦାର। ତୁମ୍ଭେ ଦଣ୍ଡ ପାଇବା ଉଚିତ୍, କାରଣ ତୁମ୍ଭେ ଅତି ନିର୍ ବୋଧ। ତୁମ୍ଭେ ଆମ୍ଭ ବିଷଯ ରେ ଉଚିତ କଥା କହି ନାହଁ। କିନ୍ତୁ ଆମ୍ଭର ଭୃତ୍ଯ ଆୟୁବ ଆମ୍ଭ ବିଷଯ ରେ ଉଚିତ୍ କଥା କହିଛି।

9. ତେଣୁ ତୈମନୀଯ ଇଲୀଫସ୍, ଶୂହୀଯ ବିଲଦଦ୍ ଓ ନାମାଥୀଯ ସୋଫର ସଦାପ୍ରଭୁଙ୍କୁ ମାନିଲେ। ତା'ପରେ ସଦାପ୍ରଭୁ ଆୟୁବର ପ୍ରାର୍ଥନାର ଉତ୍ତର ଦେଲେ।

10. ଆୟୁବ ତା'ର ବନ୍ଧୁମାନଙ୍କ ପାଇଁ ପ୍ରାର୍ଥନା କଲା। ତା'ପରେ ସଦାପ୍ରଭୁ ଆୟୁବକୁ ପୁଣି ସୌଭାଗ୍ଯ ଆଣି ଦେଲେ। ଆୟୁବର ପୂର୍ବରୁ ଯାହା ଥିଲା ତା'ର ଦୁଇଗୁଣ ସେ ଦେଲେ।

11. ତା'ପରେ ଆୟୁବର ଭାଇମାନେ, ଭଉଣୀମାନେ, ଯେଉଁ ଲୋକମାନେ ଆୟୁବକୁ ଜାଣିଥିଲେ, ସମସ୍ତେ ତା' ଘରକୁ ଆସିଲେ। ସମାନେେ ସମସ୍ତେ ଆୟୁବର ଘ ରେ ଏକ ବଡ଼ ଭୋଜି ରେ ୟୋଗ ଦେଲେ। ସମାନେେ ଆୟୁବକୁ ସାନ୍ତ୍ବନା ଦେଲେ। ସମାନେେ ଦୁଃଖ ପ୍ରକାଶ କଲେ, କାରଣ ପରମେଶ୍ବର ଆୟୁବ ପାଇଁ ବହୁତ କଷ୍ଟ ଦେଲେ। ପ୍ରେତ୍ୟକକ ବ୍ଯକ୍ତି ଆୟୁବକୁ ଖଣ୍ଡେ ରୂପା ଓ ଗୋଟିଏ ସୁନାମୁଦି ପ୍ରଦାନ କଲେ।

12. ସଦାପ୍ରଭୁ ଆୟୁବକୁ ଅଧିକ ଆଶୀର୍ବାଦ କଲେ, ତାହାଠାରୁ ମଧ୍ଯ ଅଧିକ ୟହା ତା'ର ପ୍ରଥମ ଥିଲା। ଆୟୁବ 14,000 ମେଣ୍ଢା, 6 ,000 ଓଟ, 1,000 ହଳ ବଳଦ, 1,000 ମାଈ ଗଧ ପାଇଲେ।

13. ଆୟୁବ ସାତଟି ପୁତ୍ର ଓ ତିନିଟି ଝିଅ ଲାଭ କଲା।

14. ଆୟୁବ ତା'ର ପ୍ରଥମ ଝିଅର ନାମ ୟିନୀମା, ଦ୍ବିତୀୟ ଝିଅର ନାମ କତସୀଯା ଓ ତୃତୀୟ ଝିଅର ନାମ କେ ରଣେ ହାପ୍ପୁକ୍ ରଖିଲା।

15. ଆୟୁବର ଝିଅମାନେ ସେ ଦେଶର ସବୁଠାରୁ ସୁନ୍ଦରୀ ଥିଲେ ଏବଂ ତାଙ୍କର ପିତା ସମାନଙ୍କେୁ ଅଂଶ ଦେଲେ ତାଙ୍କ ଭାଇମାନଙ୍କ ସହିତ।

16. ଏହାପରେ ଆୟୁବ 140 ବର୍ଷ ଅଧିକା ବଞ୍ଚିଲା। ସେ ନିଜର ପିଲାମାନଙ୍କର, ନାତିନାତୁଣୀମାନଙ୍କର ଚାରିପୁରୁଷ ପର୍ୟ୍ଯନ୍ତ ଦେଖିଲା।

17. ଏବଂ ଆୟୁବ ଦୀର୍ଘ ଓ ପୂର୍ଣ୍ଣ ଜୀବନ ବିତାଇବା ପରେ ବୃଦ୍ଧାବସ୍ଥା ରେ ମୃତ୍ଯୁବରଣ କଲା।

Bibles

Books

Chapters